/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717407394.jpg)
Odisha Election Result Day
ନେତାଙ୍କ ଛାତି ଧଡ଼ଧଡ଼। ଧିରେ ଧିରେ ଖୋଲୁଛି ଇଭିଏମ୍ ପେଡି। ଫଇସଲା ହେବ ଓଡ଼ିଶାରେ କିଏ କରିବ ସରକାର । କାହା ମୁଣ୍ଡରେ ସୁନା କଳସ ଢ଼ାଳିଛନ୍ତି ଜନତା । କିଏ ବସିବ କେଉଁ ଗାଦିରେ । ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ କାହାକୁ କେଉଁଠି ବାଛିଛନ୍ତି ଜନତା । ଆଜି ସ୍ପଷ୍ଟ ହେବ ଚିତ୍ର । ସମୟ ବଢ଼ିବା ସହ ପ୍ରାର୍ଥୀଙ୍କ ହୃତସ୍ପନ୍ଦନ ବଢୁଛି। ରାଜ୍ୟରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଅଛନ୍ତି। ବିଜେଡି ଦମ୍ଭ ଦେଖାଇଛି, ଏକାକୀ ୧୦୭ରୁ ୧୧୭ ଆସନ ଜିତିବ। କଂଗ୍ରେସ କହିଛି, ରାଜ୍ୟରେ ଭଲ କରିବୁ। ଦେଶରେ ଇଣ୍ଡି ମେଣ୍ଟକୁ ମିଳିବ ବହୁମତ । ବିଜେପି କହିଛି, ୨୦୧୯ରେ ଓଡ଼ିଶାର ଭୋଟର ବିଜେପିକୁ ଦୁଇ ନମ୍ବର କରିଥିଲେ। ଏଥର ନମ୍ବର ୱାନ୍ କରି ଗାଦିରେ ବସାଇବେ । ତେବେ କାହା କଥା ହେଉଛି ସତ.. କିଏ ଗଢ଼ିବ ସରକାର ? ଭୋଟ ଗଣତିର ଟିକିନିଖି ଖବର ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ, ଆଉ ଲଗ୍ ଇନ୍ କରନ୍ତୁ otvkhabar.in
- Jun 05, 2024 14:27 IST
'ଓଡ଼ିଶାରେ ପରିବର୍ତ୍ତନ ଆଣିବା ଲୋକଙ୍କ ମନରେ ଥିଲା'
- Jun 05, 2024 14:26 IST
ଏକ୍ସପାରୀ ଡେଟ୍ କଥା ସତ ହୋଇଛି-ସମୀର ଦାଶ
- Jun 05, 2024 14:26 IST
'ନବୀନ ବାବୁ ନମ୍ବର ୱାନ୍'
- Jun 05, 2024 14:23 IST
ହାରୁ ହାରୁ ଜିତିଗଲି-ଅରୁଣ ସାହୁ
- Jun 05, 2024 14:22 IST
ମୋର ବିଜୟ ନୁହେଁ, ବାରବାଟୀର ବିଜୟ -ସୋଫିଆ
- Jun 05, 2024 13:52 IST
ନବୀନ ପାଲଟିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ନିର୍ବାଚନରେ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ଦେଇଛନ୍ତି । ଲଗାତାର ୨୪ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ନବୀନ ପଟ୍ଟନାୟକ । ତେବେ ଏବେ ଆଉ ମୁଖ୍ୟମନ୍ତ୍ରୀ ନୁହଁନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ପ୍ରଥମ ଥର ରାଜ୍ୟରେ ପରାଜୟର ସ୍ୱାଦ ଚାଖିଛି ୨୪ ବର୍ଷର ଶାସକ ଦଳ ବିଜେଡି । ଅଧିକ ପଢନ୍ତୁ...
- Jun 05, 2024 13:50 IST
ମହାପ୍ରଭୁଙ୍କୁ ଦର୍ଶନ କଲେ ସୂର୍ଯ୍ୟବଂଶୀ ସୂରଜ
ମହାପ୍ରଭୁଙ୍କୁ ଦର୍ଶନ କଲେ ସୂର୍ଯ୍ୟବଂଶୀ ସୂରଜ । ପୁରୀ ଯାଇ ଶ୍ରୀଜିଉଙ୍କ ଆଶୀର୍ବାଦ ନେଲେ ସୂର୍ଯ୍ୟବଂଶୀ ସୂରଜ । #SurajSuryabanshi#Puri#OTVpic.twitter.com/e0T1j9rxPH
— ଓଟିଭି (@otvkhabar) June 5, 2024
- Jun 05, 2024 13:49 IST
'ଭ୍ରଷ୍ଟ ଶାସନ ବିରୋଧରେ, ଓଡ଼ିଶାର ଅସ୍ମିତା ପାଇଁ ଲଢ଼ିଥିଲୁ'
#ଭ୍ରଷ୍ଟ_ଶାସନ_ବିରୋଧରେ_ଲଢ଼ିଥିଲୁ'
-ବିଜେପିର ବିପୁଳ ବିଜୟ ପରେ ମନମୋହନ ସାମଲଙ୍କ ପ୍ରତିକ୍ରିୟା
-'ଓଡ଼ିଶାରେ ପରିବର୍ତ୍ତନ ଆଣିବା ଲୋକଙ୍କ ମନରେ ଥିଲା'
-'ଏ ନିର୍ବାଚନ ସାଧାରଣ ଲୋକଙ୍କ ଥିଲା, ସେମାନେ ଲଢୁଥିଲେ'
-'ଭ୍ରଷ୍ଟ ଶାସନ ବିରୋଧରେ, ଓଡ଼ିଶାର ଅସ୍ମିତା ପାଇଁ ଲଢ଼ିଥିଲୁ'
-ଏସବୁ କଥା ଓଡ଼ିଶାର ଭୋଟର ଗ୍ରହଣ କରିଥିଲେ- ମନମୋହନ— ଓଟିଭି (@otvkhabar) June 5, 2024
- Jun 05, 2024 13:47 IST
ଲିଙ୍ଗରାଜ ମନ୍ଦିରରେ ଷାଷ୍ଟାଙ୍ଗ ପ୍ରଣିପାତ କଲେ ଅପରାଜିତା
ଲିଙ୍ଗରାଜ ମନ୍ଦିର ଯାଇ ଷାଷ୍ଟାଙ୍ଗ ପ୍ରଣିପାତ କଲେ ଅପରାଜିତା #OTV#BJP#Odishapic.twitter.com/c75s6imjJE
— ଓଟିଭି (@otvkhabar) June 5, 2024
- Jun 05, 2024 13:46 IST
'ମିଶନ ଓଭର, ଚାପ୍ଟର କ୍ଲୋଜ'
#ମିଶନ_ଓଭର_ଚାପ୍ଟର_କ୍ଲୋଜ: ପ୍ରଦୀପ
ମିଶନ ଓଭର, ଚାପ୍ଟର କ୍ଲୋଜ କହିଲେ ପ୍ରଦୀପ ପାଣିଗ୍ରାହୀ । ବିଜେଡିର ପରାଜୟକୁ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା । ବିଜେଡିରେ ନେତା, ନିୟତ ଠିକ୍ ନଥିଲା- ପ୍ରଦୀପ । #PradeepKumarPanigrahy#OTVpic.twitter.com/c1UbsodHo5— ଓଟିଭି (@otvkhabar) June 5, 2024
- Jun 05, 2024 13:45 IST
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ
#ଇସ୍ତଫା_ଦେଲେ_ନବୀନ
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ନବୀନ ।
ଦଳର ପରାଜୟ ପରେ ଇସ୍ତଫା ଦେଲେ ନବୀନ । #Bhubaneswar#CM#OTVpic.twitter.com/Le9EdU3jaS— ଓଟିଭି (@otvkhabar) June 5, 2024
- Jun 05, 2024 13:45 IST
ଲେଖା ଛିଡ଼ିଲା-ପ୍ରଦୀପ ପାଣିଗ୍ରାହୀ
#ଲେଖା_ଛିଡ଼ିଲା_ଓଡ଼ିଶାବାସୀ_ମୁକ୍ତ_ହେଲେ
ବ୍ରହ୍ମପୁର ନବନିର୍ବାଚିତ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା । 'ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ମୋତେ ଯେଉଁ ସୁଯୋଗ ମିଳିଛି, ଭୁଲିବି ନାହିଁ' ।'ଲେଖା ଛିଡ଼ିଲା, କ୍ରୀତଦାସରୁ ଓଡ଼ିଶାବାସୀ ମୁକ୍ତି ପାଇଲେ' ।#PradeepKumarPanigrahy#OTVpic.twitter.com/oZfy9u11F7— ଓଟିଭି (@otvkhabar) June 5, 2024
- Jun 05, 2024 13:43 IST
ବୈଜୟନ୍ତଙ୍କ ବଡ଼ ବିଜୟ
#ବୈଜୟନ୍ତଙ୍କ_ବଡ଼_ବିଜୟ
କେନ୍ଦ୍ରାପଡ଼ାରୁ ଜିତିଲେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ୬୬ ହଜାରରୁ ଅଧିକ ଭୋଟର ହରାଇଲେ । #BJP#Election2024#OTVpic.twitter.com/YJbvw2Zs6q— ଓଟିଭି (@otvkhabar) June 5, 2024
- Jun 05, 2024 13:41 IST
ପ୍ରଧାନମନ୍ତ୍ରୀ ମୋଦିଙ୍କ ବଧେଇ
#ଧନ୍ୟବାଦ_ଓଡ଼ିଶା: ପ୍ରଧାନମନ୍ତ୍ରୀ
-ଓଡ଼ିଶାରେ ବିଜେପିର ବିଜୟ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଧେଇ
-ସୁଶାସନ ନେଇ ବଡ଼ ବିଜୟ କହି ଏକ୍ସରେ ବଧେଇ ଜଣାଇଲେ
-ଲୋକଙ୍କ ସ୍ବପ୍ନ ପୂରଣ ପାଇଁ ବିଜେପି ସୁଯୋଗ ହାତଛଡ଼ା କରିବନି— ଓଟିଭି (@otvkhabar) June 5, 2024
- Jun 05, 2024 13:40 IST
କୃତଜ୍ଞତା ଜଣାଇଲେ ଅମିତ ଶାହ
#କୃତଜ୍ଞତା_ଜଣାଇଲେ_ଶାହ
-ଓଡ଼ିଶାରେ ବିଜୟକୁ ନେଇ କୃତଜ୍ଞତା ଜଣାଇଲେ ଅମିତ ଶାହ
-ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିରେ ସେବା କରିବାର ସୁଯୋଗ ମିଳିଛି
-ଏଥିପାଇଁ ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି
-ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପ ସାକାର କରିବା#AmitShah#BJP#Odisha#OTVpic.twitter.com/dNqX6BhIs5— ଓଟିଭି (@otvkhabar) June 4, 2024
- Jun 05, 2024 13:32 IST
ବବିଙ୍କ ଖେଳ ଖତମ !
ବିଜେଡିକୁ ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା ଲାଗିଛି। ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହୋଇଥିବାବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ କୋରେଇ ବିଧାନସଭା ଆସନରୁ ହାରିଯାଇଛନ୍ତି। ତେବେ ନୟାଗଡ଼ ବିଜେଡି ପ୍ରାର୍ଥୀ ଅରୁଣ ସାହୁ ଓ କଟକ-ବାରବାଟୀ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋଶ ବିଜୟୀ ହୋଇଛନ୍ତି। ଅଧିକ ପଢନ୍ତୁ...
- Jun 05, 2024 13:30 IST
ପ୍ରଥମଥର ପାଇଁ ନିର୍ବାଚନ ହାରିଲେ ନବୀନ..
ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୪ ନିର୍ବାଚନରେ ଦ୍ୱିତୀୟ ଆସନ କଣ୍ଟାବାଞ୍ଜିରୁ ନବୀନ ନିର୍ବାଚନ ହାରିଯାଇଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍ ବିଜୟ ହାସଲ କରିଛନ୍ତି। ନବୀନଙ୍କ ନିଜ ରାଜନୀତି କ୍ୟାରିୟର୍ରେ ଏହା ପ୍ରଥମ ପରାଜୟ। ଅଧିକ ପଢନ୍ତୁ...
- Jun 05, 2024 13:29 IST
ପଦ୍ମ ପୋଖରୀରେ ହଜିଗଲା ବିଜେଡି
ଓଡ଼ିଶାରେ ନବୀନ ଯୁଗର ଅନ୍ତ। ଐତିହାସିକ ବିଜୟ ସହ ଓଡ଼ିଶାରେ ସରକାର କରିବ ବିଜେପି। ଚାରିଆଡ଼ ଅରେଞ୍ଜ ସୁନାମୀ। ସାରା ରାଜ୍ୟରେ ସତେ ଯେମିତି ବିଜେପି ନିଜ କାୟା ବିସ୍ତାରକରିଛି, ଚାରି ଆଡ଼େ ଖାଲି ଗେରୁଆ ମୟ ହୋଇଛି ଓଡ଼ିଶା। ପ୍ରଚଣ୍ଡ ବହୁମତ ସହ ସରକାର କରିବ ବିଜେପି। ଅଧିକ ପଢନ୍ତୁ...
- Jun 05, 2024 13:28 IST
ଲୋକସଭାରେ ଖାତା ଖୋଲି ପାରିଲାନି ବିଜେଡି
ଓଡ଼ିଶା ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ଏକ ବଡ଼ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି। ୧୪୭ ବିଧାନସଭା ଆସନରୁ ବିଜେପି, ବିଜେଡିର ଗଡ଼ ଗଞ୍ଜାମର ସାନଖେମୁଣ୍ଡି, ହିଞ୍ଜିଳି ବ୍ୟତୀତ ସମସ୍ତ ବିଧାନସଭା ଓ ଲୋକସଭା କ୍ଷେତ୍ରରେ ଉଡ଼ାଇଛି ବିଜୟ ବାନା। ଏହା ସହ ମୋଟ୍ ୭୮ ଟି ବିଧାନସଭା ଆସନ ଏବଂ ୨୧ରୁ ୨୦ ଲୋକସଭା ସିଟ୍ ନିଜ ଖାତାକୁ ନେଇଛି। ବିଜେଡି ଖାତା ବି ଖୋଲିପାରିନି। ଅଧିକ ପଢନ୍ତୁ...
- Jun 05, 2024 13:26 IST
କାମ କଲାନି ନବୀନ ଯାଦୁ; ଓଡ଼ିଶାରେ ଫୁଟିଲା ପଦ୍ମ
ଚଳିତ ଥରର ନିର୍ବାଚନ ସମସ୍ତଙ୍କୁ ଚମକାଇ ଦେଇଛି। ପରିବର୍ତ୍ତନ ନାରାରେ ସାମିଲ୍ ହୋଇଛନ୍ତି ରାଜ୍ୟବାସୀ। ଓଡ଼ିଶାରେ ବିଜେଡି ଶାସନକୁ କହିଛନ୍ତି ନା। ଗତକାଲି ଭୋଟ୍ ଗଣତି ଆରମ୍ଭ ହେବା ପରାଠାରୁ ହିଁ ବିଜେପି ଟ୍ରେଣ୍ଡ କରିଥିଲା। ମଧ୍ୟାହ୍ନ ସୁଦ୍ଧା ବିଜେପି ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା। ଲୋକସଭାରେ ଗୋଟିଏ ପରେ ଗୋଟିଏ ସିଟ୍ରେ ଜିତି ଚାଲିଥିଲା ବିଜେପି। ଅପରାହ୍ନ ୨ଟା ସୁଦ୍ଧା ମ୍ୟାଜିକ୍ ନମ୍ବର ଛୁଇଁଯାଇଥିଲା ବିଜେପି। ସନ୍ଧ୍ୟା ବେଳକୁ ଚିତ୍ର ସ୍ପଷ୍ଟ ହୋଇଯାଇଥିଲା। ବିଜେଡି ନୁହେଁ, ବିଜେପି ହିଁ ଏବେ ରାଜ୍ କରିବ। ଅଧିକ ପଢନ୍ତୁ...
- Jun 05, 2024 13:25 IST
ହାରିଲେ ନବୀନ-ମନମୋହନ-ଶରତ
ଚଳିତ ନିର୍ବାଚନରେ ବିଜେଡିକୁ ମିଳିଛି ପୂର୍ଣ୍ଣ ବହୁମତ। ଓଡ଼ିଶାରେ ୭୮ବିଧାନସଭା ସହ ୨୦ଲୋକସଭା ସିଟ୍ ହାତେଇଛି ବିଜେପି। ଏଥିସହ ଓଡ଼ିଶାରେ ସରକାର ଗଠନ କରିବ ବିଜେପି। ବିଜେଡି ୫୧ବିଧାନସଭା ସିଟ୍ ଜିତିଥିବା ବେଳେ ଲୋକସଭାରେ ଖାତା ବି ଖୋଲି ପାରିନି। ହେଲେ ରାଜ୍ୟ କଂଗ୍ରେସ ପାଇଁ କିଛିଟା ଖୁସି ଆଣିଛି। ଗତ ବିଧାନସଭା ନିର୍ବାଚନରେ ଏକ ଅଙ୍କରେ ସୀମିତ ଥିବା କଂଗ୍ରେସ ଏଥର ୧୪ ବିଧାନସଭା ଆସନରେ ବିଜୟୀ ହୋଇଛି। ଦକ୍ଷିଣ ଓଡ଼ିଶାରେ ଦଳ ବେଶ୍ ଭଲ ପ୍ରଦର୍ଶନ କରିଛି। ମାତ୍ର ୩ଦଳର ସଭାପତି ଏହି ନିର୍ବାଚନୀ ବୈତରଣୀ ପାର୍ କରିପାରିନାହାନ୍ତି। ଅଧିକ ପଢନ୍ତୁ...
- Jun 05, 2024 13:24 IST
‘ଲେଖା ଛିଡ଼ିଲା, କ୍ରୀତଦାସ ମାନସିକତାରୁ ଓଡ଼ିଶାବାସୀ ମୁକ୍ତି ପାଇଲେ’
ଲେଖା ଛିଡ଼ିଲା, କ୍ରୀତଦାସରୁ ଓଡ଼ିଶାବାସୀ ମୁକ୍ତି ପାଇଲେ । ମିଶନ ଓଭର୍, ଚାପ୍ଟର କ୍ଲୋଜ୍ । ସୁନାମୀ ଆସିଛି, ଓଡ଼ିଶାରେ ପରିବର୍ତ୍ତନ ହୋଇଛି । ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁରର ନବନିର୍ବାଚିତ ସାଂସଦ ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି, ଏଠାରେ ଜନତାଙ୍କ ସରକାର, ଲୋକଙ୍କ ସରକାର ହେବ । ପୂରା ଭାରତବାସୀଙ୍କୁ ଚକିତ କରିଛନ୍ତି ଓଡ଼ିଶାବାସୀ । ଅଧିକ ପଢନ୍ତୁ...
- Jun 05, 2024 13:21 IST
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜଭବନ ଆସି ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ସଂଖ୍ୟା ଗରିଷ୍ଠତା ହରେଇବା ପରେ ଆଜି ରାଜଭବନ ଆସି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ନବୀନ । ଅଧିକ ପଢନ୍ତୁ...
- Jun 04, 2024 23:57 IST
ବିଜେପି ବିଜୟର ୧୦ କାରଣ...
ବିଜେପି ବିଜୟର ୧୦ କାରଣ...#GeneralElection2024#LokSabhaElections2024#BJP#OTVpic.twitter.com/NMzH35i5Ye
— ଓଟିଭି (@otvkhabar) June 4, 2024
- Jun 04, 2024 23:56 IST
ବିଜେଡିର ଭୃଗୁ ବକ୍ସିପାତ୍ରଙ୍କୁ ହରାଇଲେ ପ୍ରଦୀପ
#ବ୍ରହ୍ମପୁର_ଲୋକସଭା: #ଜିତିଲେ_ପ୍ରଦୀପ
ବ୍ରହ୍ମପୁର ଲୋକସଭା ଆସନରେ ବିଜେପି ବିଜୟୀ
ବିଜେପି ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ବିଜୟୀ
ବିଜେଡିର ଭୃଗୁ ବକ୍ସିପାତ୍ରଙ୍କୁ ହରାଇଲେ ପ୍ରଦୀପ
୧,୬୫, ୪୭୬ ଭୋଟ୍ ବ୍ୟବଧାନରେ ଜିତିଲେ ପ୍ରଦୀପ #GeneralElection2024#LokSabhaElections2024#BJP#OTVpic.twitter.com/aFbmJWDMuT— ଓଟିଭି (@otvkhabar) June 4, 2024
- Jun 04, 2024 23:55 IST
ବିଜେପିର ରବୀନ୍ଦ୍ର ନାରାୟଣ ବେହେରା ୧୫୮୭ ଭୋଟ୍ରେ ଜିତିଲେ
#ଯାଜପୁର_ଲୋକସଭା: #ବିଜେପି_ଜିତିଲା
ଯାଜପୁର ଲୋକସଭା ଆସନରେ ବିଜେପି ବିଜୟୀ
ବିଜେପିର ରବୀନ୍ଦ୍ର ନାରାୟଣ ବେହେରା ୧୫୮୭ ଭୋଟ୍ରେ ଜିତିଲେ
ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀଙ୍କୁ ହରାଇଲେ ରବୀନ୍ଦ୍ର#GeneralElection2024#LokSabhaElections2024#BJP#OTVpic.twitter.com/WzWFr1SqvN— ଓଟିଭି (@otvkhabar) June 4, 2024
- Jun 04, 2024 23:55 IST
ନବଚରଣ ମାଝୀ ୨,୧୯,୩୩୪ ଭୋଟ୍ ବ୍ୟବଧାନରେ ବିଜୟୀ
-ମୟୂରଭଂଜ ଲୋକସଭା ଆସନ ଜିତିଲା ବିଜେପି
-ନବଚରଣ ମାଝୀ ୨,୧୯,୩୩୪ ଭୋଟ୍ ବ୍ୟବଧାନରେ ବିଜୟୀ
-ବିଜେଡିର ସୁଦାମ ମାର୍ଣ୍ଡିଙ୍କୁ ହରାଇଲେ ନବଚରଣ#GeneralElection2024#LokSabhaElections2024#BJP#OTVpic.twitter.com/NqKbPjSCUn— ଓଟିଭି (@otvkhabar) June 4, 2024
- Jun 04, 2024 23:53 IST
ପ୍ରତାପ ଷଡ଼ଙ୍ଗୀ ୧,୪୭,୧୫୬ ଭୋଟ ବ୍ୟବଧାନରେ ଜିତିଲେ
-ବାଲେଶ୍ବର ଲୋକସଭା ଆସନ ଜିତିଲା ବିଜେପି
-ପ୍ରତାପ ଷଡ଼ଙ୍ଗୀ ୧,୪୭,୧୫୬ ଭୋଟ ବ୍ୟବଧାନରେ ଜିତିଲେ
-ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ହାରିଲେ#GeneralElection2024#LokSabhaElections2024#BJP#OTVpic.twitter.com/AHILCGPpWH— ଓଟିଭି (@otvkhabar) June 4, 2024
- Jun 04, 2024 23:52 IST
ବିଜେଡ଼ି ପରାଜୟର ୧୦ କାରଣ...
ବିଜେଡ଼ି ପରାଜୟର ୧୦ କାରଣ... #GeneralElection2024#LokSabhaElections2024#BJD#OTVpic.twitter.com/IU3UcFWQGj
— ଓଟିଭି (@otvkhabar) June 4, 2024
- Jun 04, 2024 23:21 IST
ବିଜେଡିର ଅବିନାଶ ସାମଲଙ୍କୁ ହରାଇଲେ ରୁଦ୍ର ପାଣି
-ଢେଙ୍କାନାଳ ଲୋକସଭା ଆସନରେ ବିଜେପି ବିଜୟୀ
-ବିଜେଡିର ଅବିନାଶ ସାମଲଙ୍କୁ ହରାଇଲେ ରୁଦ୍ର ପାଣି
-୭୬,୫୬୭ ଭୋଟ ବ୍ୟବଧାନରେ ଜିତିଲେ ରୁଦ୍ର ପାଣି#GeneralElection2024#LokSabhaElections2024#BJP#OTVpic.twitter.com/9Y2Y2qFPEq— ଓଟିଭି (@otvkhabar) June 4, 2024
- Jun 04, 2024 22:45 IST
ବିଜେପି ପ୍ରାର୍ଥୀ ମାଳବିକା ଦେବୀ ବିଜୟୀ ହେଲେ
-କଳାହାଣ୍ଡି ଲୋକସଭା ଆସନରେ ବିଜେପି ବିଜୟୀ
-ବିଜେପି ପ୍ରାର୍ଥୀ ମାଳବିକା ଦେବୀ ବିଜୟୀ ହେଲେ
-୧ ଲକ୍ଷ ୩୩ ହଜାର ୮୧୩ ଭୋଟ ବ୍ୟବଧାନରେ ବିଜୟୀ#GeneralElection2024#LokSabhaElections2024#BJP#OTVpic.twitter.com/a0BtS7Aijd— ଓଟିଭି (@otvkhabar) June 4, 2024
- Jun 04, 2024 22:44 IST
ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ ବିଜୟୀ ହେଲେ
-ଜଗତସିଂହପୁର ଲୋକସଭା ଆସନରେ ବିଜେପି ବିଜୟୀ
-ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ ବିଜୟୀ ହେଲେ
-ବିଜେଡିର ରାଜଶ୍ରୀ ମଲ୍ଲିକଙ୍କୁ ୪୦, ୬୯୬ ଭୋଟରେ ହରାଇଲେ#GeneralElection2024#LokSabhaElections2024#BJP#OTVpic.twitter.com/75kdAbFBCt— ଓଟିଭି (@otvkhabar) June 4, 2024
- Jun 04, 2024 22:43 IST
ବିଜେଡି ପ୍ରାର୍ଥୀ କଳିକେଶ ସିଂହଦେଓ ଜିତିଲେ
-ବଲାଙ୍ଗିର ବିଧାନସଭାରେ ବିଜେଡି ବିଜୟୀ
-ବିଜେଡି ପ୍ରାର୍ଥୀ କଳିକେଶ ସିଂହଦେଓ ଜିତିଲେ#GeneralElection2024#LokSabhaElections2024#OTVpic.twitter.com/GeY7fxzMqx— ଓଟିଭି (@otvkhabar) June 4, 2024
- Jun 04, 2024 22:42 IST
କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ବିଜୟୀ ହେଲେ
-କୋରାପୁଟ ଲୋକସଭା ଆସନରେ କଂଗ୍ରେସ ବିଜୟୀ
-କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ବିଜୟୀ ହେଲେ
-୧ ଲକ୍ଷ ୪୭ ହଜାର ୭୪୪ ଭୋଟ ବ୍ୟବଧାନରେ ଜିତିଲେ#GeneralElection2024#LokSabhaElections2024#OTVpic.twitter.com/2qtSLUr0GY— ଓଟିଭି (@otvkhabar) June 4, 2024
- Jun 04, 2024 22:41 IST
ବିଜେପି ପ୍ରାର୍ଥୀ ଜୁଏଲ ଓରାମ ବିଜୟୀ ହେଲେ
-ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେପି ଜିତିଲା
-ବିଜେପି ପ୍ରାର୍ଥୀ ଜୁଏଲ ଓରାମ ବିଜୟୀ ହେଲେ
-୧ ଲକ୍ଷ ୩୮ ହଜାର ୮୦୮ ଭୋଟରେ ଜିତିଲେ ଜୁଏଲ#GeneralElection2024#LokSabhaElections2024#OTVpic.twitter.com/kWK7pnfxzv— ଓଟିଭି (@otvkhabar) June 4, 2024
- Jun 04, 2024 22:41 IST
କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଜୟୀ ହେଲେ
#ବୈଜୟନ୍ତ_ପଣ୍ଡା_ବିଜୟୀ
କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଜୟୀ ହେଲେ । ୬୬, ୫୩୬ ହଜାର ଭୋଟରେ ବିଜୟୀ ହେଲେ ବୈଜୟନ୍ତ ।#GeneralElection2024#BaijayantPanda#BJP#OTVpic.twitter.com/ghTRJUsAoX— ଓଟିଭି (@otvkhabar) June 4, 2024
- Jun 04, 2024 21:53 IST
ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିଜୟୀ ହେଲେ
-ସମ୍ବଲପୁର ବିଧାନସଭାରେ ବିଜେପି ବିଜୟୀ
-ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିଜୟୀ ହେଲେ
-ବିଜେଡିର ରୋହିତ ପୂଜାରୀଙ୍କୁ ହରାଇଲେ ଜୟନାରାୟଣ#GeneralElection2024#ElectionResults2024#OTVpic.twitter.com/BWtKcpCmE5— ଓଟିଭି (@otvkhabar) June 4, 2024
- Jun 04, 2024 21:51 IST
ଏ ବିଜୟ ବାଲେଶ୍ୱରବାସୀଙ୍କ ବିଜୟ
'#ଏ_ବିଜୟ_ବାଲେଶ୍ୱରବାସୀଙ୍କ_ବିଜୟ'
'ଦୀର୍ଘ ୨୫ ବର୍ଷର ଶାସନରେ ଲୋକ ପ୍ରତାରିତ ହୋଇଛନ୍ତି । ଏବେ ନୂତନ ସୂର୍ଯୋଦୟ ହେବ । ଏବେ ମୋଦିଙ୍କ ଆହ୍ୱାନରେ ବିକଶିତ ଭାରତ ଗଠନ ହେବ । ଡବଲ ଇଞ୍ଜିନ୍ ସରକାର ସହ ଓଡ଼ିଶାରେ ଏକ ନୂଆ ଦିଗନ୍ତର ସରକାର ଗଠନ କରିବ ।'#Election2024#ElectionResults2024#BJP#Balasore#Odisha#OTVpic.twitter.com/Ko1ZiUlcAB— ଓଟିଭି (@otvkhabar) June 4, 2024
- Jun 04, 2024 21:44 IST
ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ
-ବରଗଡ଼ ଲୋକସଭା ଆସନରେ ବିଜେପି ବିଜୟୀ
-ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ
-ବିଜେଡିର ପରିଣୀତା ମିଶ୍ରଙ୍କୁ ୨, ୫୧, ୬୬୭ ଭୋଟରେ ହରାଇଲେ#GeneralElection2024#ElectionResults2024#OTVpic.twitter.com/FVi0VQpfCQ— ଓଟିଭି (@otvkhabar) June 4, 2024
- Jun 04, 2024 21:42 IST
କେନ୍ଦୁଝର ଲୋକସଭା ଆସନରେ ବିଜେପି ବିଜୟୀ
-କେନ୍ଦୁଝର ଲୋକସଭା ଆସନରେ ବିଜେପି ବିଜୟୀ
-ବିଜେପି ପ୍ରାର୍ଥୀ ଅନନ୍ତ ନାୟକ ୯୭, ୦୪୨ ଭୋଟରେ ଜିତିଲେ#GeneralElection2024#LokSabhaElections2024#Kendujhar#OTVpic.twitter.com/MGliXgfUg3— ଓଟିଭି (@otvkhabar) June 4, 2024
- Jun 04, 2024 21:37 IST
ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହେଲେ
-ଭୁବନେଶ୍ବର ଲୋକସଭା ଆସନରେ ବିଜେପି ବିଜୟୀ
-ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହେଲେ
-୩୫, ୧୫୨ ଭୋଟରେ ବିଜେଡି ପ୍ରାର୍ଥୀଙ୍କୁ ହରାଇଲେ ଅପରାଜିତା#GeneralElection2024#LokSabhaElections2024#Bhubaneswar#OTVpic.twitter.com/DczeaSUbTr— ଓଟିଭି (@otvkhabar) June 4, 2024
- Jun 04, 2024 21:36 IST
କଟକ ଲୋକସଭା ଆସନରେ ବିଜେପି ବିଜୟୀ
-କଟକ ଲୋକସଭା ଆସନରେ ବିଜେପି ବିଜୟୀ
-ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ବିଜୟୀ ହେଲେ
-୫୭, ୦୭୭ ଭୋଟରେ ବିଜେଡି ପ୍ରାର୍ଥୀଙ୍କୁ ହରାଇଲେ#GeneralElection2024#LokSabhaElections2024#Cuttack#OTVpic.twitter.com/njo5TN6FpX— ଓଟିଭି (@otvkhabar) June 4, 2024
- Jun 04, 2024 21:36 IST
ଭୋପାଳରେ ବିଜେପିର ସଫଳତା ପରେ ସମର୍ଥକ ଓ ପରିବାରଙ୍କ ସହ ଖୁସି ମନାଇଲେ ଶିବରାଜ ଚୌହ୍ୱାନ
#ଖୁସି_ମନାଇଲେ_ଶିବରାଜ
ଭୋପାଳରେ ବିଜେପିର ସଫଳତା ପରେ ସମର୍ଥକ ଓ ପରିବାରଙ୍କ ସହ ଖୁସି ମନାଇଲେ ଶିବରାଜ ଚୌହ୍ୱାନ#Bhopal#BJP#ElectionResult#2024Election#Politics#Vote#OTVpic.twitter.com/jfTgNdOuni— ଓଟିଭି (@otvkhabar) June 4, 2024
- Jun 04, 2024 21:27 IST
ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବିଜୟୀ ହେଲେ
-ସମ୍ବଲପୁର ଲୋକସଭା ଆସନରେ ବିଜେପି ବିଜୟୀ
-ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବିଜୟୀ ହେଲେ
-ବିଜେଡିର ପ୍ରଣବ ପ୍ରକାଶ ଦାସଙ୍କୁ ହରାଇଲେ ଧର୍ମେନ୍ଦ୍ର
-୧ ଲକ୍ଷ ୧୯ ହଜାର ୮୩୬ ଭୋଟରେ ହରାଇଲେ#GeneralElection2024#LokSabhaElections2024#Sambalpur#OTVpic.twitter.com/XI0yQ6pJOG— ଓଟିଭି (@otvkhabar) June 4, 2024
- Jun 04, 2024 21:23 IST
ପ୍ରଥମଥର ପାଇଁ ନିର୍ବାଚନ ହାରିଲେ ନବୀନ..ଏବେ ଏକ୍ସ ସିଏମ୍
ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୪ ନିର୍ବାଚନରେ ଦ୍ୱିତୀୟ ଆସନ କଣ୍ଟାବାଞ୍ଜିରୁ ନବୀନ ନିର୍ବାଚନ ହାରିଯାଇଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍ ବିଜୟ ହାସଲ କରିଛନ୍ତି। ନବୀନଙ୍କ ନିଜ ରାଜନୀତି କ୍ୟାରିୟର୍ରେ ଏହା ପ୍ରଥମ ପରାଜୟ। ଅଧିକ ପଢ଼ନ୍ତୁ..
- Jun 04, 2024 20:34 IST
କଂଗ୍ରେସର ପବିତ୍ର ସାଉନ୍ତା ବିଜୟୀ ହେଲେ
-ଲକ୍ଷ୍ମୀପୁର ବିଧାନସଭାରେ କଂଗ୍ରେସ ବିଜୟୀ
-କଂଗ୍ରେସର ପବିତ୍ର ସାଉନ୍ତା ବିଜୟୀ ହେଲେ#GeneralElection2024#ElectionResults2024#OTVpic.twitter.com/CFDLFli4NB— ଓଟିଭି (@otvkhabar) June 4, 2024
- Jun 04, 2024 20:33 IST
କୋଟପାଡ଼ ବିଧାନସଭାରେ ବିଜେପି ବିଜୟୀ
-କୋଟପାଡ଼ ବିଧାନସଭାରେ ବିଜେପି ବିଜୟୀ
-ବିଜେପି ପ୍ରାର୍ଥୀ ରୁପୁ ଭତ୍ରା ବିଜୟୀ ହେଲେ#GeneralElection2024#ElectionResults2024#OTVpic.twitter.com/WAeF4aZtTh— ଓଟିଭି (@otvkhabar) June 4, 2024
- Jun 04, 2024 20:31 IST
ସରକାର ବିରୋଧରେ ମତ ଯାଇଛି, କିନ୍ତୁ ଏହା କଂଗ୍ରେସ ସପକ୍ଷରେ ଯାଇନାହିଁ
ସରକାର ବିରୋଧରେ ମତ ଯାଇଛି, କିନ୍ତୁ ଏହା କଂଗ୍ରେସ ସପକ୍ଷରେ ଯାଇନାହିଁ ।..#Congress#BJP#Odisha#OTVpic.twitter.com/0nnZKaWduk
— ଓଟିଭି (@otvkhabar) June 4, 2024
- Jun 04, 2024 20:31 IST
ବିଜେପି ପ୍ରାର୍ଥୀ ରଘୁରାମ ମାଛ ବିଜୟୀ ହେଲେ
-କୋରାପୁଟ ବିଧାନସଭାରେ କଂଗ୍ରେସ ବିଜୟୀ
-ବିଜେପି ପ୍ରାର୍ଥୀ ରଘୁରାମ ମାଛ ବିଜୟୀ ହେଲେ#GeneralElection2024#ElectionResults2024#OTVpic.twitter.com/061xv2ZdEb— ଓଟିଭି (@otvkhabar) June 4, 2024
- Jun 04, 2024 20:30 IST
ତେଲେଙ୍ଗାନାରେ ଲିଡ୍ କରୁଛି ବିଜେପି
‘#ବିଜେପିକୁ_ଆଶୀର୍ବାଦ_ପାଇଁ_ଧନ୍ୟବାଦ’
ତେଲେଙ୍ଗାନାରେ ଲିଡ୍ କରୁଛି ବିଜେପି । ଶୁଣନ୍ତୁ କ’ଣ କହୁଛନ୍ତି ବିଜେପି ନେତା ଅରବିନ୍ଦ ଧର୍ମପୁରୀ #Telengana#BJP#ElectionResult#2024Election#Politics#Vote#OTVpic.twitter.com/b12LuaG5GP— ଓଟିଭି (@otvkhabar) June 4, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)