ବର୍ଷରେ ଏପରି ୨ ଦିନ ଅଛି, ଯେବେ ଦିନ ଦ୍ୱିପ୍ରହରରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଦେଖାଯାଏ ନାହିଁ। ବର୍ଷର ଏହି ୨ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରୁହନ୍ତି। ସେ ସମୟରେ ଛାଇ ଦେଖାଯାଏ ନାହିଁ।
ପୋଲିଂ କର୍ମଚାରୀଙ୍କୁ ଲୋକେ ଅଟକ ରଖିବାକୁ କେନ୍ଦ୍ରକରି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚିଛନ୍ତି।
ଦ୍ୱିତୀୟ ଦଫା ଲଢ଼େଇରେ ୫ ସଂସଦୀୟ କ୍ଷେତ୍ର ଓ ୩୫ ବିଧାନସଭା କ୍ଷେତ୍ରରେ ମତଦାନ ।
ଓଡ଼ିଶାର ପୁରପଲ୍ଲୀରେ ଗୋଟିଏ ନାରା ସବୁଠି ଗୁଞ୍ଜରିତ ହେଉଛି । ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
'ସବୁକୁ କବଜା କରିଥିବା ମାଫିଆର ଭାଙ୍ଗିଦେବୁ ଅଣ୍ଟା । ଆମ ସରକାର କ୍ଷମତାକୁ ଆସିଲେ ଭାଙ୍ଗିଦେବୁ ଅଣ୍ଟା ।’
କାର୍ଯ୍ୟକ୍ରମଟି ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଧ୍ୟକ୍ଷତାରେ ସୁଚାରୁ ରୁପେ ସମ୍ପାଦିତ ହୋଇଥିଲା।
‘ଓଡ଼ିଶା ଭଳି ସାମର୍ଥ୍ୟବାନ ପ୍ରଦେଶ ଆଉ କେଉଁଠି ନାହିଁ । ଆମକୁ ଅଳ୍ପ ସମୟ ଦରକାର, ଓଡ଼ିଶାର ସବୁ ଆଶା ପୂରଣ କରିବୁ ।’
ବିଜେପି କାର୍ଯ୍ୟାଳୟରେ ବୈଠକ ସାରି ପ୍ରଧାନମନ୍ତ୍ରୀ ମୋଦି ରାଜଭବନ ଯାଇଛନ୍ତି। ସେଠାରେ ରାତ୍ରିଯାପନ ପରେ ମୋଦି ଆସନ୍ତାକାଲି ସକାଳୁ ପୁରୀ ଯିବେ।
ତୃତୀୟ ପର୍ଯ୍ୟାୟ ଓଡ଼ିଶା ଗସ୍ତରେ ମୋଦି କରିବେ ମାରାଥନ ପ୍ରଚାର । ପ୍ରଧାନମନ୍ତ୍ରୀଙ୍କ ଘନଘନ ଗସ୍ତକୁ ନେଇ ଜୋଶରେ ରାଜ୍ୟ ବିଜେପି ।
ଅଶାନ୍ତ ଆସ୍କା ଓ ମାଓପ୍ରବଣ କନ୍ଧମାଳ ସହ ବଲାଙ୍ଗିର-ବରଗଡ଼-ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ହେବ ମତଦାନ ।
ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ମୋଦି ।
ଖଲ୍ଲିକୋଟ ହିଂସା ଓ ହତ୍ୟା ଘଟଣାରେ ପୋଲିସକୁ ଟାର୍ଗେଟ । ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପରେ ବର୍ଷିଲେ ପୀତାମ୍ବର ଆଚାର୍ଯ୍ୟ ।
ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି। ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।
କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ‘ଔକାତ୍’ ଏବଂ ‘ଦମ୍’ ଶବ୍ଦର ବ୍ୟବହାର କରିବା ବି ଅନୁଚିତ । ପୂର୍ବତନ ଆଇଏଏସ୍ ଅଧିକାରୀ ପାଣ୍ଡିଆନ ବାବୁଙ୍କୁ ଏହା ଶୋଭା ପାଉନି ବୋଲି କହିଛନ୍ତି ଅପରାଜିତା ।
ବୈଜୟନ୍ତ କହିଛନ୍ତି ଓଡ଼ିଶାରେ ଏବେ ୨ ଜଣ ଏକାଠି ବୁଲୁଥିବା ଦେଖାଯାଉଛି । ୨ ଜଣ ବୁଲି ବୁଲି କମେଡ଼ି ଭିଡିଓ ଛାଡ଼ୁଛନ୍ତି । ଲୁଚିଛପି ଭିଡିଓ ତିଆରି କରି ମଝିରେ ମଝିରେ ଛାଡ଼ୁଛନ୍ତି । ଏଆଇ, ଡିପଫେକ୍ ଭିଡିଓ କଥା କହିବାରୁ ଲୁଚିଛପି ଭିଡିଓ ଚାଲିଛି ବୋଲି ସେ କଟାକ୍ଷ କରିଛନ୍ତି ।
୩୫ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୬୫ ଜଣ ପାର୍ଥୀ ରହିଛନ୍ତି । ସେଥିମଧ୍ୟରୁ ୪୧ ଜଣ ମହିଳା ପ୍ରାର୍ଥୀ। ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ରହିଛନ୍ତି।
୫ ହେଭିୱେଟ୍ ବାଲେଶ୍ୱରରେ ରୋଡ୍ ସୋ’ କରିଛନ୍ତି । ବିଜେପିର ଶକ୍ତି ପ୍ରଦର୍ଶନ କରିଛନ୍ତି ୫ ହେଭିୱେଟ୍।
ଭୁବନେଶ୍ୱରର ସାଲିଆ ସାହି, କଟକର କିଶୋରନଗର ଏବଂ ପୁରୀର ପିପିଲି। ରାଜ୍ୟର ତିନି ଜିଲ୍ଲାର ୩ଟି ସ୍ଥାନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି ଡ୍ରିମ୍ ଗାର୍ଲ ହେମାମାଳିନୀ।
ଜାଗା ମିଶନ ନାଁରେ ନିର୍ବାଚନ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ଭୂମି ପ୍ରମାଣପତ୍ର ବାଣ୍ଟିଥିଲା ସରକାର। ହେଲେ ବଣ୍ଟା ହେଉ ହେଉ ଦେଖିବାକୁ ମିଳିଥିଲା ଅସନ୍ତୋଷ।
ସାଲିଆ ସାହିରେ ଗର୍ଜିଲେ ଅପରାଜିତା । କହିଲେ, ଲୋକଙ୍କୁ ମାତ୍ର ୫୪ ପଇସା ଦେଇ ଭୋଟ କିଣିବାକୁ ବସିଛି ବିଜେଡି । ବିଜେଡି ଏବେ ମହିଳାଙ୍କ ପିଛା ୧ ହଜାର ଟଙ୍କା ବାଣ୍ଟୁଛି ବା ଆଗକୁ ବାଣ୍ଟିବ । ହିସାବ ଦେଖିଲେ ୫ ବର୍ଷରେ ୧୮୨୬ ଦିନ ପାଇଁ ଦେଉଛି ୧ ହଜାର ଟଙ୍କା ।
ଓଡ଼ିଶାରେ ପ୍ରାୟ ୫୦ବର୍ଷ କଂଗ୍ରେସ ଶାସନ ଥିଲା। ଗତ ୨୫ବର୍ଷ ଧରି ବିଜେଡି ଶାସନ ଚାଲିଛି। ମାତ୍ର ଏଠାରେ ଆଖିଦୃଶିଆ ବିକାଶ ହୋଇପାରିନି। ଓଡ଼ିଶାରେ ଦୁର୍ନୀତି ବଢିବାରେ ଲାଗିଛି, ବେରୋଜଗାରୀ ବି ବଢିଛି।
ଆଜି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମାମାଳିନୀ ।
୧୦ ଜୁନ୍ ପୂର୍ବରୁ ସେ ଚାବି ଫେରାନ୍ତୁ, ନହେଲେ ପାତାଳରେ ଥିଲେ ବି ଖୋଜି ବାହାର କରିବୁ। ଅଯୋଧ୍ୟାରେ ରାମ ମନ୍ଦିର ହେବନି ଭାବୁଥିଲେ, ମୋଦିଙ୍କ ପାଇଁ ସମ୍ଭବ ହେଲା। ସେହିଭଳି ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ ବୋଲି କହିଛନ୍ତି ହିମନ୍ତ ବିଶ୍ୱଶର୍ମା।
ପ୍ରଦୀପଙ୍କ ଆକ୍ରମଣକାରୀ ଶିବଶଙ୍କର ଦାସ- ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ବିଜେଡି ମେୟର ଓ ଏବେ ବ୍ରହ୍ମପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ, ତେଣୁ ତାଙ୍କର ଏଭଳି ହିଂସାତ୍ମକ ଆଚରଣ ପଛରେ ଏକ ବିରାଟ ଷଡ଼ଯନ୍ତ୍ରର ଗନ୍ଧ ବାରିଛି ବିଜେପି।
ବିଜେଡିକୁ ସହଯୋଗ କରୁଥିବା ସରକାରୀ ବାବୁଙ୍କୁ ନଡ୍ଡାଙ୍କ ଚେତାବନୀ। ନିର୍ବାଚନୀ ମୈଦାନରୁ ବିଜେଡିର ହାତବାରିସୀ ସାଜିଥିବା ଅଧିକାରୀଙ୍କୁ କଲେ ସତର୍କ। ସୁଧୁରି ଯାଅ, ନହେଲେ ବିଜେପି ସରକାର ଆସିଲେ କଡ଼ାଗଣ୍ଡା ହିସାବ ହେବ।