Advertisment

ଆକ୍ସନ୍ ମୋଡ଼ରେ CM, ହେଲେ ପଛକୁ ଟାଣୁଛି ୨୪ ବର୍ଷର ଢିଲା-ଅପରାଗ CMO !

ଖୋଦ୍ ସିଏମଓରେ ଏକାଧିକ ଆଉଟସୋର୍ସ ନିଯୁକ୍ତିକୁ ଦେଖି ତାଜୁବ୍ ସିଏମ୍ ମୋହନ ।

author-image
Satyendu Shekher Mishra
undefined

CM Mohan Majhi

ଆକ୍ସନ ମୋଡରେ ନୂଆ ମୁଖ୍ୟମନ୍ତ୍ରୀ । ହେଲେ ପଛକୁ ଟାଣୁଛି ଢିଲା ପ୍ରାଶାସନିକ ବ୍ୟବସ୍ଥା । ଆକ୍ଟିଭ ସିଏମ୍ ହେଲେ ଏକଦମ୍ ଇନ୍ଆକ୍ଟିଭ ସିଏମ୍ଓ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବି କାମ କରୁଛନ୍ତି ଏକାଧିକ ଆଉଟସୋର୍ସ ଏଜେନ୍ସି । ଆଉ ଖୋଦ୍ ଲୋକ ସଂପର୍କ ବିଭାଗ ଜାଣିନି ମୁଖ୍ୟମନ୍ତ୍ରୀଙ୍କ ରିୟଲ ଏକ୍ସ ଆକାଉଣ୍ଟ । ଅବସର ପରେ ବି ପ୍ରାୟ ସବୁ ବିଭାଗରେ ଥଇଥାନ ହୋଇଛନ୍ତି ସରକାରୀ ବାବୁ।

Advertisment

ସବୁଠୁ ଚିନ୍ତାଜନକ ବିଷୟ ହେଲା ସରକାରୀ କାମରେ ପରିଚାଳନା ଦାୟିତ୍ୱ ନେଇଛନ୍ତି ଠିକା ସଂସ୍ଥା। କେଉଁ ବିଭାଗ ପାଇଁ କିଏ ଉତ୍ତରଦାୟୀ ତାର ବି ଉତ୍ତର ବାବୁ ମାନଙ୍କ ପାଖରେ ନାହିଁ। ରାଜ୍ୟରେ ଏମିତି ପ୍ରଶାସନିକ ଅବ୍ୟବସ୍ଥା ଦେଖି ତାଜୁବ ହୋଇଛନ୍ତି ନୂଆ ସିଏମ୍।

ସମୀକ୍ଷା ବେଳେ ପ୍ରଶାସନିକ ବ୍ୟବସ୍ଥା ଭୁଶୁଡ଼ିପଡିଥିବା ଜାଣି ଚିନ୍ତା ପ୍ରକଟ କରିଛନ୍ତି, ଢିଲା ଓ ଅପରାଗ ବ୍ୟବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଏଥିପାଇଁ ଦାୟୀ କିଏ, ସେନେଇ କୈଫିୟତ୍ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ପ୍ରଶ୍ନ ଉଠୁଛି, ସରକାରୀ ବିଭାଗ ବିଶେଷକରି ପ୍ରଶାସନର ସର୍ବୋଚ୍ଚ କାର୍ଯ୍ୟାଳୟ ସିଏମ୍ଓର ବିଭିନ୍ନ କାର୍ଯ୍ୟକୁ କେମିତି ଆଉଟସୋର୍ସିଂ ସଂସ୍ଥା ହାତକୁ ଟେକି ଦେଇଥିଲେ ସରକାର ?

Advertisment

ଯେଉଁଠି ସରକାର ନୀତି, ନିଷ୍ପତ୍ତିର ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି, ଆଉଟସୋର୍ସରୁ ନିଯୁକ୍ତି ଦ୍ୱାରା ଗୁପ୍ତ ତଥ୍ୟ ଲିକ୍ ହେବାର ସମସ୍ତ ସମ୍ଭାବନା ସତ୍ତ୍ୱେ କେମିତି ଏ ଦିଗକୁ ଅଣଦେଖା କରାଯାଇଥିଲା ?

କୁହାଯାଉଛି, ୨୪ ବର୍ଷ ଧରି ନବୀନଙ୍କ ସ୍ଥିର ସରକାରରେ ପୂରା ବ୍ୟବସ୍ଥାକୁ କବ୍‌ଜା କରି ନେଇଥିଲା କୋଟେରୀ ଗ୍ରୁପ୍। କୋଭିଡ୍ ବେଳଠୁ ମୁଖ୍ୟମନ୍ତ୍ରୀ ପ୍ରାୟତଃ ନବୀନ ନିବାସରେ ରହୁଥିଲେ। ଆଉ ଅଚଳ ହୋଇଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଥଇଥାନ କେନ୍ଦ୍ର ଭଳି ଗଣ୍ଡା ଗଣ୍ଡା ଆଇଏଏସ ଅଫିସରଙ୍କୁ ସିଏମଓରେ ଥଇଥାନ କରାଯାଇଥିଲା।

ଏପଟେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆ ହାଣ୍ଡେଲ ଆଉ ୱେବସାଇଟ୍ ପରିଚାଳନା ଭଳି ସବୁ କାମରେ ନିଯୁକ୍ତ ହୋଇଥିଲେ ଆଉଟସୋର୍ସ ସଂସ୍ଥା। ଆଉ ସବୁକୁ ଅଚଳ କରି ନିଜ ହାତରେ ସବୁ କ୍ଷମତା କବ୍‌ଜା କରି ରଖିଥିଲେ ପାଣ୍ଡିଆନ। କିନ୍ତୁ ସରକାର ପରିବର୍ତ୍ତନ ପରେ ଶପଥ ନେବାର ୨ ଘଣ୍ଟା ଭିତରେ କ୍ୟାବିନେଟ ମିଟିଂ ଓ ୧୨ ଘଣ୍ଟାରେ ଗ୍ରାଉଣ୍ଡକୁ ଯାଇ ମୋହନଙ୍କ ମନ୍ତ୍ରିମଣ୍ଡଳ ଆକ୍ସନକୁ ଓହ୍ଲାଇଥିଲେ ବି ପ୍ରଶାସନିକ ଅବ୍ୟବସ୍ଥା ଆଉ ଅସହଯୋଗକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜନୈତିକ ସମୀକ୍ଷକ।

ଅପରପକ୍ଷେ ଖୁବଶୀଘ୍ର ବ୍ୟବସ୍ଥାକୁ ଷ୍ଟ୍ରିମଲାଇନ କରି ପ୍ରାଶାସନିକ ବ୍ୟବସ୍ଥାରେ ସୁଧାର ଅଣାଯିବ ବୋଲି କହିଛନ୍ତି ବିଜେପି ବିଧାୟିକା ଉପାସନା ମହାପାତ୍ର। ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାର ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ଖୁବ୍‌ଶୀଘ୍ର ଅଫିସର ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ ରାଜ୍ୟର ନୂଆ ମନ୍ତ୍ରିମଣ୍ଡଳରେ କେବେ ହେବ ବିଭାଗ ବଣ୍ଟନ। ସରକାରରେ କିଏ ହେବେ କେଉଁ ବିଭାଗ ମନ୍ତ୍ରୀ, ଏବଂ କାହାକୁ ମିଳିବ କେଉଁ ବିଭାଗର ଦାୟିତ୍ୱ । ଏହାକୁ ନେଇ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ପରଠୁ ଲାଗି ରହିଛି ଚର୍ଚ୍ଚା ଆଲୋଚନା । ଏ ଭିତରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ରାଜଧାନୀରେ ଆୟୋଜିତ ରଜ ଉତ୍ସବରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ଖୁବଶୀଘ୍ର କରାଯିବ।

ଗତ ବୁଧବାର ରାଜ୍ୟର ନୂଆ ସରକାରର ୧୬ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଥିଲେ ସୁଦ୍ଧା ଏଯାଏଁ ବିଭାଗ ବଣ୍ଟନ ହୋଇନଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି।

BJD BJP Congress Odisha Politics General Election 2024
Advertisment
Advertisment