Advertisment

ପ୍ରଥମ ପର୍ଯ୍ୟାୟ କାଉଣ୍ଟିଂ ଜାରି; ଭୁବନେଶ୍ୱରରେ ଅପରାଜିତା, ବରଗଡ଼ରେ ପ୍ରଦୀପ ଆଗୁଆ

ପୁରୀ ବିଧାନସଭାରେ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଆଗୁଆ ଥିବା ବେଳେ ବରଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗୁଆ ଅଛନ୍ତି। ଭୋଗରାଇ ବିଧାନସଭାରେ କଂଗ୍ରେସ ଆଗୁଆ ରହିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Odisha loksabha election 2024: First phase counting Started

First phase counting

ଚାଲିଛି ଭୋଟ୍ ଗଣତି। ବଢୁଛି ହୃଦସ୍ପନ୍ଦନ। କିଏ ଜିତିବ ଆଉ କିଏ ହାରିବ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। ବାଲାଟ୍‌ ଗଣତିର ଅଧଘଣ୍ଟା ପରେ ଇଭିଏମ୍‌ ଗଣତି ଆରମ୍ଭ ହୋଇଛି। ରାଜ୍ୟର ବିଧାନସଭା ଓ ଲୋକସଭା ସିଟ୍‌ କିଏ ଜିତିବ ତାହା ଉପରେ ସମସ୍ତଙ୍କର ନଜର ରହିଛି। ରାଜ୍ୟରେ ୭୦ଟି କେନ୍ଦ୍ରରେ ଚାଲିଛି ଭୋଟ ଗଣତି।

Advertisment

ପ୍ରଥମ ରାଉଣ୍ଡ କାଉଣ୍ଟିଂ ଜାରି ରହିଛି। ବର୍ତ୍ତମାନ ଭୁବନେଶ୍ବର ଲୋକସଭା ଆସନରେ ବିଜେପି ଆଗୁଆ ରହିଛି। ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଗୁଆ ଅଛନ୍ତି। ଭୁବନେଶ୍ୱର ଲୋକସଭା ଆସନରେ ଦ୍ୱିମୁଖୀ ଲଢ଼େଇ ଚାଲିଛି। ଏଠାରେ ବିଜେପିର ଅପରାଜିତା ଷଡ଼ଙ୍ଗୀ ଗତଥର ଜିତିଥିଲେ। କିନ୍ତୁ ବିଜେଡି ପ୍ରାର୍ଥୀ କରିଛି ନୂଆମୁହଁ ମନ୍ମଥ ରାଉତରାୟଙ୍କୁ। ଯେହେତୁ ରାଜ୍ୟ ରାଜଧାନୀ, ତେଣୁ ରହିଛି ସମସ୍ତଙ୍କ ନଜର।

 Live Updates: ଓଡ଼ିଶା ଭୋଟ ଗଣତିର ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ...

Advertisment

ସେହିଭଳି ପୁରୀ ବିଧାନସଭାରେ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଆଗୁଆ ଥିବା ବେଳେ ବରଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗୁଆ ଅଛନ୍ତି। ଭୋଗରାଇ ବିଧାନସଭାରେ କଂଗ୍ରେସ ଆଗୁଆ ରହିଛି। କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସ ଆଗୁଆ ଅଛନ୍ତି। ଝାରସୁଗୁଡ଼ା ବିଧାନସଭାରେ ବିଜେଡି ଆଗୁଆ ରହିଛି। ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗୁଆ ଅଛନ୍ତି।

କେନ୍ଦୁଝର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅନନ୍ତ ନାୟକ ଆଗୁଆ ଥିବାବେଳେ ଏକାମ୍ର ଭୁବନେଶ୍ବର ବିଧାନସଭାରେ ବିଜେପି ପ୍ରାର୍ଥୀ ବାବୁ ସିଂହ ଆଗୁଆ ଅଛନ୍ତି। ସେହିପରି ଟିଟିଲାଗଡ଼ ବିଧାନସଭାରେ ବିଜେପି ପ୍ରାର୍ଥୀ ନବୀନ ଜୈନ, ବ୍ରଜରାଜନଗର ବିଧାନସଭାରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଆଗୁଆ ରହିଛନ୍ତି। ପୁରୀ ବିଧାନସଭାରେ ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ଆଗୁଆ ଥିବା ବେଳେ ସତ୍ୟବାଦୀ ବିଧାନସଭାରେ ବିଜେଡି ପ୍ରାର୍ଥୀ ସଂଜୟ ଦାସବର୍ମା ଓ ବାଙ୍କୀ ବିଧାନସଭାରେ ବିଜେଡି ପ୍ରାର୍ଥୀ ଦେବୀରଂଜନ ତ୍ରିପାଠୀ ଆଗୁଆ ଅଛନ୍ତି।

BJD BJP Congress Counting Begins General Election 2024
Advertisment
Advertisment