Advertisment

ଆଶ୍ୱସ୍ତି ! ୧୭ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ

ତେବେ ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି।

author-image
Satyendu Shekher Mishra
Heavy Rain

Heavy Rain

ଆସନ୍ତା ୧୭ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସୂଚନା ରହିଛି। ଆସନ୍ତା ୧୮ ତାରିଖରେ ମଧ୍ୟ ପ୍ରବଳ ବର୍ଷା ହେବ। ମୌସୁମୀ ବର୍ତ୍ତମାନ କୋରାପୁଟରେ ସକ୍ରିୟ ରହିଥିବା ବେଳେ ଆଗାମୀ ୩ ରୁ ୪ ଦିନ ଭିତରେ ଆଗକୁ ଅଗ୍ରସର ହେବ। ଆଜି ଉପକୂଳରେ ପ୍ରାକ୍ ମୌସୁମୀ ବର୍ଷା ରହିଛି କିନ୍ତୁ ଉପକୂଳରେ ଗୁଳୁଗୁଳି ଲାଗି ରହିବ। ଆଗାମୀ ୫ ଦିନ ଯାଏଁ କାଳବୈଶାଖୀ ବର୍ଷା ବିଭିନ୍ନ ସ୍ଥାନରେ ରହିବ। ଏହା ସହ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶା ସହ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହିଟ୍ ୱେଭ୍ ରହିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ।

Advertisment

ଅନ୍ୟପଟେ ରଜରେ ଲୋକଙ୍କୁ କଲବଲ କରିବ ଗରମ ଓ ଗୁଳୁଗୁଳି। ୧୪, ୧୫ ଓ ୧୬ ତାରିଖ ରଜ ତିନିଦିନ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହୋଇପାରେ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି, କୋରାପୁଟରେ ପ୍ରବେଶ କରିଥିଲେ ମଧ୍ୟ ମୌସୁମୀ ଅଗ୍ରସର ହେଉନି। ଅନ୍ୟ ଅଞ୍ଚଳକୁ ୩ରୁ ୪ ଦିନରେ ଅଗ୍ରସର ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ତେବେ ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ରାତି ପାହିଲେ ରଜ। ସଜବାଜ ପାଇଁ ଗାଁଠୁ ସହର ସବୁଠି ଉତ୍ସାହ। ଆଜି ସଜବାଜ, ସେଥିପାଇଁ ଏକାଠି ହେଲେଣି ଝିଅ-ବୋହୁ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ନାଇ, ପୋଡ଼ ପିଠା ସହ ଭଳିକି ଭଳି ପିଠାପଣା ଖାଇ ରଜଦୋଳିରେ ଝୁଲିବେ। କିଣାକିଣାରେ ବିତୁଛି ସମୟ। କଟକ ନିଶ୍ଚିନ୍ତକୋଇଲି ବ୍ଲକ ଗୋପପୁର ଗାଁରେ ଏବେଠି ଦେଖିବାକୁ ମିଳିଲାଣି ରଜ ସଜବାଜ। କୁମାରୀମାନେ କୁଙ୍କୁମ, ଅଳତା, ମେହେନ୍ଦି କରି ପରସ୍ପର ପରସ୍ପରକୁ ସଜେଇ ଦେଉଛନ୍ତି। ଗାଁରେ ଏବେ ଦୋଳି ଲଗାସାରିଲାଣି। ରଜ ତିନି ଦିନ ଦୋଳିଖେଳ ସାଙ୍ଗକୁ ନାଚଗୀତର ଆସର ଜମିବ।

Weather Update Rain Weather News
Advertisment
Advertisment