• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋନାଲି ଅନୁଗୁଳିଆ । ୧୮ ବର୍ଷ ବୟସରେ ପରିବାର ବାହା କରିଦେଲେ । ସୋନାଲିଙ୍କ ଇଛା ଥିଲା ଅଧିକ ପାଠ ପଢି ଚାକିରି କରିବେ । ହେଲେ ପରିବାରର ଚାପ ଯୋଗୁଁ ସ୍ୱପ୍ନ ପୂରଣ ହୋଇପାରିଲାନି । ଏବେ ସରକାରଙ୍କ ନୂଆ ନିଷ୍ପତିକୁ ସ୍ୱାଗତ କରିଛନ୍ତି ସୋନାଲି । ସେ କହିଛନ୍ତି, ତାଙ୍କ ପାଇଁ ନହେଲା ନାଇଁ, ଅନ୍ୟ ଝିଅମାନେ ଏବେ ଆଗକୁ ବଢିପାରିବେ । ଏ କଥା କହିଛନ୍ତି ସୁପ୍ରିୟା ସୁନା । ସରକାରଙ୍କ ନୂଆ ନିୟମରେ ସେ ବି ଭାରି ଖୁସି । କାରଣ, କ୍ୟାରିଅର୍ ଗଢିବା ପାଇଁ ତାଙ୍କୁ ମିଳିବାକୁ ଯାଉଛି ଆହୁରି ୩ ବର୍ଷ ସୁଯୋଗ ।

ବିବାହ ପାଇଁ ଝିଅଙ୍କ ସର୍ବନିମ୍ନ ବୟସ ସୀମାକୁ ସରକାର ବୃଦ୍ଧି କରୁଥିବା ନିଷ୍ପତ୍ତିକୁ ଚାରିଆଡୁ ସ୍ୱାଗତ କରାଯାଇଛି । ଛାତ୍ରୀ କହିଛନ୍ତି, ଏବେ ସେମାନେ ଅଧିକ ଶିକ୍ଷା ଲାଭ କରିବାକୁ ସୁଯୋଗ ପାଇବେ । ପରିବାର ମଧ୍ୟ ବିବାହ ପାଇଁ ତାଙ୍କ ଉପରେ ଆଉ ଚାପ ପକାଇପାରିବେନି । ଫଳରେ ଇଚ୍ଛାକୁ ଚାପି ବିବାହ କରୁଥିବା ଝିଅମାନେ ଏଣିକି ଭଲ କ୍ୟାରିଅର୍ ଗଢିପାରିବେ । କେବଳ ସେତିକି ନୁହେଁ, ସରକାରଙ୍କ ନୂଆ ନିୟମ ପୁଅ-ଝିଅଙ୍କ ମଧ୍ୟରେ ସମାନତା ଆଣିବ ବୋଲି କହିଛନ୍ତି ଛାତ୍ରୀ ।

 

ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସୀମା ବୃଦ୍ଧି ସଂପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ଏଥିପାଇଁ ସରକାର ପ୍ରଚଳିତ ଆଇନ ବ୍ୟବସ୍ଥାରେ ସଂଶୋଧନ ଆଣିପାରନ୍ତି । ଗତବର୍ଷ ସ୍ୱାଧୀନତା ଦିବସରେ ଏ ସମ୍ପର୍କରେ ଉଲ୍କେଖ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ମିଳିଥିବା ସୂଚନା ଅନୁସାରେ ନୀତି ଆୟୋଗ ଦ୍ୱାରା ଜୟା ଜେଟଲିଙ୍କ ଅଧ୍ୟକ୍ଷତାରେ ଏକ ୧୦ ଜଣିଆ ଟାସ୍କଫୋର୍ସ ଗଠନ କରାଯାଇଥିଲା । ଏହି ଟାସ୍କ ଫୋର୍ସ ଗତବର୍ଷ ଡିସେମ୍ବରରେ ଚୂଡାନ୍ତ ରିପୋର୍ଟ ପ୍ରଦାନ କରିଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now