Advertisment

କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କିଲେ ନେତା : "ଯୋଜନା ପହଞ୍ଚାଅ, ଭୋଟ୍‌ ଆଣ"

ଆସୁଛି ପଂଚାୟତ ନିର୍ବାଚନ : ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବାକୁ କର୍ମୀଙ୍କୁ କହିଲେ ନେତା

author-image
Sarbeswar
ଅଦ୍ୟତନ ହୋଇଛି
BJP

BJP

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଦଖଲ ପାଇଁ ବିଜେପିର ବଡ଼ ଯୋଜନା। ଜିଲ୍ଲା କାର୍ଯ୍ୟକାରିଣୀରେ ଏହି ମିଶନ ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବରିଷ୍ଠ ନେତା। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଭୁବନେଶ୍ୱର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ହେଉଛି। ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ଜିଲ୍ଲା ପ୍ରଭାରୀ ଭୁବନ ମୋହନ ଜେନା, ଜିଲ୍ଲା ସଭାପତି ବାବୁ ସିଂ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବରିଷ୍ଠ ନେତା ପ୍ରକାଶ ମିଶ୍ର ଏବଂ ଖାରବେଳ ସ୍ୱାଇଁଙ୍କ ଉପସ୍ଥିତିରେ ଆଗାମୀ ପୌର ର୍ନିବାଚନ ପାଇଁ ପ୍ରସ୍ତୁତ ହୋଇଛି ଖସଡ଼ା।

Advertisment

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ପରିମଳ ଅବ୍ୟବସ୍ଥା, ଜଳ ନିଷ୍କାସନ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା, ମହିଳା ସୁରକ୍ଷା ଓ ବସ୍ତି ବାସିନ୍ଦାଙ୍କ ସମସ୍ୟା ଆଦି ପ୍ରସଙ୍ଗରେ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଛି। ଭୁବନେଶ୍ୱର ମହାନଗର ନିଗମ ର୍ନିବାଚନରେ ଦଳର କର୍ମୀ ଓ ନେତା କିଭଳି ଏ ସବୁ ପ୍ରସଙ୍ଗକୁ ଲୋକଙ୍କ ନିକଟରେ ପହଞ୍ଚାଇବେ ଓ ତା ବଦଳରେ ଭୋଟ ଆଣିବେ, ତାର ରଣନୀତି ପ୍ରସ୍ତୁତ ହୋଇଛି। ତାହା ଛଡ଼ା କେନ୍ଦ୍ରର ବହୁ ଯୋଜନା ଲୋକଙ୍କ ନିକଟରେ ପହଞ୍ଚୁ ନ ଥିବା ମଧ୍ୟ ଅଭିଯୋଗ କରାଯାଇଛି। ଏ ସବୁ ପ୍ରସଙ୍ଗକୁ ପ୍ରଥମେ ମଣ୍ଡଳ ଏବଂ ପରେ ଓ୍ୱାର୍ଡ ସ୍ତରକୁ ନେବା ପାଇଁ କାର୍ଯ୍ୟକାରିଣୀରେ ସ୍ଥିର ହୋଇଛି।

BJP Politics
Advertisment
Advertisment