• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ମାତିଛନ୍ତି ସାଇବର ଲୁଟେରା । ପ୍ରତି ମାସ ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । କେତେବେଳେ ୟୁପିଆଇ, ତ ପୁଣି କେତେଳେ ଫୋନ୍ କଲ ଜରିଆରେ । ଆଉ ଭୁବନେଶ୍ୱରରେ ତ କୋଟି କୋଟି ଟଙ୍କା ଠକି ନେଇଛନ୍ତି ସାଇବର୍ ଲୁଟେରା । ଗତ ଫେବ୍ରୁଆରୀରୁ ଡିସେମ୍ବର ୧୫ ତାରିଖ ଯାଏଁ ରାଜ୍ୟରେ ୬ ହଜାର ୪୯୫ ସାଇବର୍ ଠକେଇ ଅଭିଯୋଗ ରେକର୍ଡ କରାଯାଇଛି ।

ସେଥିରୁ କେବଳ ୨ ହଜାର ୮୭୨ ଅଭିଯୋଗ ରାଜଧାନୀରୁ ଆସିଛି । ପ୍ରାୟ ୧୧ ମାସ ମଧ୍ୟରେ କେବଳ ଭୁବନେଶ୍ୱରରୁ ଠକେଇ ହୋଇଛି । ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା । ସେଥି ମଧ୍ୟରୁ ମାତ୍ର କୋଟିଏ ୪୮ ଲକ୍ଷ ୧୧ ହଜାର ଟଙ୍କା ଫେରସ୍ତ ଓ ବ୍ଲକ୍ କରାଯାଇଛି ।

କମିଶନରେଟ୍ ପୋଲିସ୍ ୬୭ଟି ମାମଲା ରୁଜୁ କରି ୧୩ ଜଣ ସାଇବର ଅପରାଧୀଙ୍କୁ ଗିରଫ କରିଛି । ହେଲେ ଏବେ ବି ସାଇବର କ୍ରାଇମ୍ ମାମଲା ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ଓ ମୁଣ୍ଡବିନ୍ଧାର କାରଣ ସାଜିଛି । ଏପରିକି OCAC ସିଇଓ, ବରିଷ୍ଠ ଆଇପିଏସ୍‌ଙ୍କ ସ୍ତ୍ରୀ, ଏକାଧିକ ନେତାଙ୍କୁ ବି ସାଇବର ଠକ ଚୂନ ଲଗାଇଛନ୍ତି ।