/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639209193.jpg)
BJP Team Meet
ଭୁବନେଶ୍ୱର: ଚାରି ଦଫା ଦାବି ନେଇ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେଲା ବିଜେପି ବିଧାୟକ ଦଳ । ନିର୍ଦ୍ଧାରିତ ସମୟ ପୂର୍ବରୁ ଗୃହକୁ ବନ୍ଦ କରିବା, ଗୃହର ନେତା ଭାବେ ମୁଖ୍ୟମନ୍ତ୍ରୀ ଗୃହକୁ ନ ଆସିବା, ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ପ୍ରତିବାଦ ସମୟରେ ପୋଲିସ ବିରୋଧୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ନେଇ ରାଜ୍ୟପାଳଙ୍କୁ ଅବଗତ କରିଛନ୍ତି ବିରୋଧୀ । ଏଥିସହ ମମିତା ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ ନେଇ ପୁଣି ଥରେ ଦାବି କରିଛି ବିଜେପି ।
ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବିକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ଦିଆଯାଉ ନାହିଁ । ରାଜ୍ୟପାଳଙ୍କୁ ଭେଟିବା ପରେ ପୁରୀ ଯାଇ ଜଗନ୍ନାଥଙ୍କ ପାଖରେ ଅଧିଆ ପଡ଼ିବେ ବୋଲି ସେ କହିଛନ୍ତି । ରାଜ୍ୟକୁ ରକ୍ଷା କର ମୁଖ୍ୟମନ୍ତ୍ରୀଙ୍କୁ ସଦବୁଦ୍ଧି ଦିଅ । ସାଢେ ଚାରି କୋଟି ଓଡ଼ିଆଙ୍କୁ ସୁରକ୍ଷା ଦିଅ । ବିଶେଷ କରି ମାଆ ମାନଙ୍କୁ ସୁରକ୍ଷା ଦିଅ ବୋଲି ଗୁହାରି କରିବା ସହ ଜଗନ୍ନାଥ ଛଡା ଆଉ କେହି ନାହାନ୍ତି ବୋଲି ବିଷ୍ଣୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ଯାଉଛନ୍ତି ଓ ହକି ମ୍ୟାଚ୍ କାର୍ଯ୍ୟକ୍ରମକୁ ଯାଉଛନ୍ତି । କିନ୍ତୁ ବିଧାନସଭାର ପବିତ୍ର ଗୃହକୁ ଆସି ପାରୁନାହାନ୍ତି । ଯାହାକୁ ନେଇ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିବା କହିଛନ୍ତି ବିଷ୍ଣୁ ସେଠୀ ।
ରାଜ୍ୟବାସୀଙ୍କ ସ୍ଵାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବୀକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ନ ଦେବା ପାଇଁ ମାନ୍ୟବର ବାଚସ୍ପତି ଷୋଡଶ ବିଧାନସଭାର ସମସ୍ତ ଆଠଟି ଅଧିବେସନକୁ ସ୍ଥିରୀକୃତ ଧାର୍ଯ୍ୟ ପୂର୍ବରୁ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି । pic.twitter.com/N70AfBkSjv
— BJP Odisha (@BJP4Odisha) December 11, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)