• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଏଯାଏଁ ୭ ବିଦେଶ ଫେରନ୍ତା ପଜିଟିଭ

  • ଜିନମ ସିକୁ୍ୟଏନ୍ସ ପରେ ୪ ଜଣଙ୍କ ଠାରେ ଓମିକ୍ରନ ଚିହ୍ନଟ ହୋଇନି

  • ଅନ୍ୟ ୩ ଜଣଙ୍କର ନମୁନା ଜିନମ୍ ସିକୁ୍ୟଏନ୍ସ ପାଇଁ ପଠା ଯାଇଛି

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶ ଫେରନ୍ତା କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଜିନମ ସିକ୍ୱେନସିଂ ପରେ ଓମିକ୍ରନ୍ ପୀଡିତ ନଥିବା ଜଣାପଡିଛି । ଆଉ ତିନି ଜଣଙ୍କ ନମୁନା ସିକ୍ୱେନସିଂ ପାଇଁ ଯାଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ବିଭିନ୍ନ ମଡେଲ ଦେଖାଉଥିବା ଭବିଷ୍ୟବାଣୀ ଗୋଟେ ପରିସଂଖ୍ୟାନ ଉପରେ ଆଧାରିତ । IIT ମଡେଲ ଅନୁସାରେ, ରୋଗ ପ୍ରତିରୋଧକ ଶକ୍ତି ଯଦି ପର୍ଯ୍ୟାପ୍ତ ପରିମାଣର ନଥାଏ ତେବେ ଦିନକୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ବାହାବାର ସମ୍ଭାବନା ରହିଛି । ସର୍ଭେଲାନ୍ସ କରିବା ସବୁଠାରୁ ଭଲ ଉପାୟ ହେଲେ କରୋନା ସଂକ୍ରମଣକୁ ପୁରା ଶୁନ କରିପାରିବା ନାହିଁ । କିନ୍ତୁ ଯଦି ତୁରନ୍ତ ଚିହ୍ନଟ କରି ପ୍ରତିକାର କରାଯିବ ତେବେ ଆକ୍ରାନ୍ତଙ୍କ ସଂଖ୍ୟା କମିପାରିବ । ନିର୍ବାଚନ ହେଉ କିମ୍ବା ସ୍କୁଲ ଖୋଲିବା ହେଉ, ସଂକ୍ରମିତଙ୍କ ସଂଖ୍ୟା ଓ ପଜିଟିଭିଟି ହାର ଦେଖି କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ପ୍ରତିବନ୍ଧକ ଲଗାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେପଟେ,ସାରା ବିଶ୍ୱରେ ଏବେ କରୋନାର ଓମିକ୍ରନ ଭାରିଆଣ୍ଟ ଆତଙ୍କ ଖେଳାଇଥିବା ବେଳେ ରାଜ୍ୟରେ ପୁଣି ଦୈନିକ ପଜିଟିଭ ସଂଖ୍ୟା ୨୦୦ ମୁହାଁ ହେଲାଣି । ରାଜ୍ୟରୁ ଗତ ୨୪ ଘଣ୍ଟାରେ ୧୯୩ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ଜଣଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୪୪୪କୁ ବୃଦ୍ଧି ପାଇଛି । ମହାମାରୀରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧାର ଓ ଅନ୍ୟ ଜଣେ ବାଲେଶ୍ୱର ବୋଲି ଜଣାପଡିଛି । ମୋଟ ପଜେଟିଭଙ୍କ ମଧ୍ୟରେ ୩୪ ଜଣ ୧୮ ବର୍ଷରୁ କମ୍ ବୟସ ବର୍ଗର ଅଛନ୍ତି । ମୋଟ ପଜେଟିଭଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୨୪ ଘଣ୍ଟାରେ ୭ହଜାର ୮୧ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୬୪ ଜଣଙ୍କ ଜୀବନ ନେଇଛି ମହାମରୀ କରୋନା । ଏହାକୁ ମିଶାଇ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୭ ହଜାର ୪୨୨କୁ ବୃଦ୍ଧି ପାଇଥିବା ବେଳେ ଆକ୍ଟିଭ୍‌ କେସ୍ ୮୩ ହଜାର ୯୧୩ ରହିଛି ।