• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର । ବାୟୁସେନାର ଜୁନିଅର ଓ୍ୱାରେଣ୍ଟ ଅଫିସର ରାଣାପ୍ରତାପ ଦାସ । କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ରାଣାପ୍ରତାପ । ଦୁର୍ଘଟଣାରେ ସିଡିଏସ୍‌ଙ୍କ ସମେତ ମୋଟ୍ ୧୩ ଜଣ ପ୍ରାଣ ହରାଇଥିଲେ । କୁନ୍ନୁର ହେଲିକର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ରାଣାପ୍ରତାପ । ଦୁର୍ଘଟଣାରେ ସିଡିଏସ୍‌ଙ୍କ ସମେତ ମୋଟ୍ ୧୩ ଜଣ ପ୍ରାଣ ହରାଇଥିଲେ ।

ବିମାନବନ୍ଦରରେ ରାଣାପ୍ରତାପଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର । ରଣାପ୍ରତାପଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କଲେ । ସେହିଭଳି ପୋଲିସ୍ ଡିଜି ଅଭୟ ମଧ୍ୟ ସେଠାରେ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କାରିଛନ୍ତି । ତାଙ୍କ ବ୍ୟତୀତ ବିମାନବନ୍ଦରରେ ରାଜ୍ୟର ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ରାଣାପ୍ରତାପଙ୍କ ବିୟୋଗରେ ତାଙ୍କର ଜନ୍ମ ମାଟି ତାଙ୍କୁ ଝୁରୁଛି । ପରିବାର ଏବଂ ଗାଁ ଲୋକେ ରାଣାପ୍ରତାପଙ୍କ ଶେଷ ଦର୍ଶନ ପାଇଁ ଚାହିଁ ରହିଛନ୍ତି । ଗତ ୮ ତାରିଖରେ ତାମିଲନାଡ଼ୁ କୁନ୍ନୁର ନିକଟରେ ବାୟୁସେନାର ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ସିଡିଏସ୍ ବିପିନ ରାଓ୍ୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସହ ଅନ୍ୟ ୧୧ ଜଣ ଯବାନ ପ୍ରାଣ ହରାଇଥିଲେ । ଏଥିରେ ଓଡ଼ିଆ ଯବାନ ରାଣାପ୍ରତାପ ମଧ୍ୟ ଥିଲେ ।

ତେବେ ଘଟଣା ଦିନ ଯବାନ ରାଣାପ୍ରତାପଙ୍କ ମୃତ୍ୟୁ ଖବର ପରିବାରର ସମସ୍ତଙ୍କୁ ଜଣାଇ ଦିଆଯାଇଥିଲା । ହେଲେ ବାପା ମା’ଙ୍କୁ ଦିଆଯାଇନଥିଲା । ପରେ ପୁଅର ସହିଦ ଖବର ଜାଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଯବାନଙ୍କ ବାପା ମା’ । ପୁଅକୁ ସବୁଦିନ ପାଇଁ ହରାଇ କାନ୍ଦି କାନ୍ଦି ଭୂମିରେ ବାପା ଲୋଟି ପଡ଼ୁଥିବା ବେଳେ ମା’ ପୁରାପୂରି ସ୍ତବ୍ଧ ହୋଇଯାଇଛନ୍ତି । ମାଆଙ୍କର ପାଟିରୁ କଥା ବାହାରୁ ନାହିଁ । ଯବାନଙ୍କ ବାପା ମା’ଙ୍କ ହାର୍ଟ ସମସ୍ୟା ଥିବା ଯୋଗୁ ପରିବାର ଲୋକ କି ଗାଁ ଲୋକେ ହଠାତ୍‌ ସେମାନଙ୍କୁ ପୁଅର ସହିଦ ଖବର ଜଣାଇନଥିଲେ । ଏଭଳି କିଛି ଶୋକାକୁଳ ଦୃଶ୍ୟ ଦେଖିବାକୁ ମିଳିଛି ବାୟୁସେନା ବିମାନ ଦୁର୍ଘଟଣାରେ ସହିଦ ହୋଇଥିବା ଓଡ଼ିଆ ଯବାନ ରାଣା ପ୍ରତାପ ଦାସଙ୍କ ଘରେ । ରାଣା ପ୍ରତାପ ଜୁନିଅର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ । 

ରାଣା ପ୍ରତାପଙ୍କ ମୃତ୍ୟୁକୁ ନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ‘ରାଣା ପ୍ରତାପ ଏହି ଅଞ୍ଚଳର ଓ ସାରା ଭାରତ ବର୍ଷ ପାଇଁ ଗର୍ବ । ତାଙ୍କ ମୃତ୍ୟୁ ଖବର ଶୁଣି ବହୁତ ଦୁଃଖ ଲାଗୁଛି ।’ ଦୁଃଖରେ ଭାଙ୍ଗି ପଡ଼ିଥିବା ରାଣା ପ୍ରତାପଙ୍କ ବଡ଼ ମାଆ ହୀରଲାଲ୍‌ ଦାସ କହିଛନ୍ତି, ‘ମୋ ପୁତୁରା ରାଣା ବହୁତ ଭଲ ଥିଲା । ତାର ଗୋଟିଏ ଛୋଟିଏ ପୁଅ ଅଛି । ତାକୁ ୨ ବର୍ଷ ମଧ୍ୟ ହୋଇ ନାହିଁ । ପୂଜା ଛୁଟିରେ ଘରକୁ ଆସିଥିବା ବେଳେ ସେ ମୋ ସହ କଥାବାର୍ତ୍ତା ହୋଇଥିଲା । ସେ ସବୁବେଳେ କୁହେ, ମାମା, ତୁମ ଘରକୁ ଆସିଲେ ମୁଁ ଦେଶୀ ଖାଦ୍ୟ ଖାଉଛି । ’