• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୟୂରଭଞ୍ଜ: ବଂଚିଥିବା ଲୋକଙ୍କୁ କାଗଜପତ୍ରରେ ମାରିଦେଲେ । ଏଭଳି ସାଂଘାତିକ ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବଂଚି ଥାଉ ଥାଉ କୋଭିଡ୍ ରିପୋର୍ଟରେ ମାରି ଦିଆଯାଇଛି । ମୟୂରଭଞ୍ଜ ଖୁଂଟା ତହସିଲକୁ ଏକ କୋଭିଡ ମୃତ୍ୟୁ ଜନିତ ରିପୋର୍ଟ ଆସିଥିଲା । ଯେଉଁଥିରେ ୯ ଜଣଙ୍କ ନାମ ରହିଛି । ଯେଉଁମାନେ କି କୋଭିଡରେ ଆକ୍ରାନ୍ତ ହୋଇଥିଲେ ଏବଂ ସେମାନଙ୍କର ମୃତ୍ୟୁ ହୋଇଛି ।

ସେହି ତାଲିକାରେ ୪ ନମ୍ବର ସ୍ଥାନରେ ରହିଛି ଖୁଣ୍ଟା ତହସିଲ ଅଧିନ ଧନାପନା ଗାଁର ସ୍ନେହଲତା ଦାସଙ୍କ ନାଁ । ଯାହାଙ୍କ ବୟସ ୫୨ ବର୍ଷ । ଯିଏକି ୧୯ ମାର୍ଚ୍ଚରେ କୋଭିଡ୍ ପଜିିଟିଭ୍ ଚିହ୍ନଟ ହୋଇଥିଲେ ଏବଂ ହୋମ ଆଇସୋଲେସନରେ ରହିବା ପରେ ୩୦ ଜୁଲାଇରେ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ହେଲେ ସେ ଜୀବିତ ଥିବା ବେଳେ ତାଙ୍କୁ କିଭଳି କାଗଜପତ୍ରରେ ମାରିଦିଆଗଲା ସେନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସ୍ନହଲତା । ତେବେ ଆଉ କେହି ସ୍ନେହଲତା ଅଛନ୍ତି କି ? ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ବିଭାଗୀୟ ଅଧିକାରୀ ।  

ତେବେ ଏହା ସତ ହୋଇଥିଲେ ସାଂଘାତିକ । ଏହି ଘଟଣା ଯଦି ସତ ହୋଇଥାଏ ତେବେ ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ୍‌ । କାରଣ ପୂର୍ବରୁ ମଧ୍ୟ ଏଭଳି ଅନେକ ଅଭିଯୋଗ ରହିଛି । କୋଭିଡ୍‌ ପ୍ରଥମ ଲହରରେ ପଜିଟିଭ୍‌-ନେଗେଟିଭ୍‌କୁ ନେଇ ଅନେକ ସ୍ଥଳରେ ଦ୍ୱନ୍ଦ୍ୱ ଦେଖାଦେଇଛି । ଅନ୍ୟପଟେ ଏହି ଅଭିଯୋଗରୁ ସ୍ପଷ୍ଟ ଯେ, କୋଭିଡ୍‌ ପଜିଟିଭ୍‌ ନେଗେଟିଭ୍‌ ଓ ମୃତକଙ୍କ ସଂଖ୍ୟା, ଯାହା କି ସରକାରଙ୍କ ପକ୍ଷରୁ ଦିଆଯାଉଛି ତାହା ନିର୍ଭୁଲ ନୁହେଁ ।