• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯାଜପୁର: ପୁଣି ସାମ୍ନାକୁ ଆସିଲା ଜଣେ ଧୋକାବାଜ୍‌ ପ୍ରେମିକର କାହାଣୀ । ଭୁବନଶ୍ୱରରେ ପ୍ରେମ କଲା, ପ୍ରେମିକାଠୁ ମନ ଭରିଗଲା ପରେ ଗାଁକୁ ଚାଲିଗଲା । ଏବେ ପ୍ରେମିକା ପହଞ୍ଚିଛି ପ୍ରେମିକ ଘରେ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରେ । ରାଜଧାନୀ ଭୁବନେଶ୍ୱରର ଜଣେ ଯୁବତୀ ବୋହୂ ହେବାକୁ ଦାବି କରି ଯାଜପୁରରେ ପହଞ୍ଚି ପ୍ରେମିକ ଘର ଆଗରେ ବସିଛନ୍ତି । ପ୍ରେମିକା ଜଣକ କହିଛନ୍ତି ‘ସେ ମୋତେ ବାହା ହୁଅନ୍ତୁ । ମୁଁ ବୋହୂ ହେବି । ସ୍ତ୍ରୀର ସମ୍ମାନ ପାଇ ଶାଶୂ ଘରକୁ ଯିବି ।’

ପୂରା ଘଟଣା ଥିଲା ଏମିତି । ଭୁବନେଶ୍ୱର ଜାଗମରା ଅଞ୍ଚଳର ଯୁବତୀ ମାଧୁରୀ (ଛଦ୍ମନାମ)ଙ୍କୁ କୋରେଇ ଥାନା ରଗଡି ଅଞ୍ଚଳର କୁନା (ଛଦ୍ମନାମ) ଭଲ ପାଉଥିଲେ । ମାଧୁରୀ ମଧ୍ୟ ତାଙ୍କୁ ମନ ପ୍ରାଣ ଦେଇ ଭଲ ପାଉଥିଲେ । କୁନା ପ୍ରେମରେ ପାଗଳ ହୋଇଯାଇଥିଲେ ମାଧୁରୀ । ବାହା ହେବାର ପ୍ରତିଶ୍ରୁତି ଦେଇ କୁନା ତାଙ୍କ ସହିତ ବାରମ୍ୱାର ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ମାଧୁରୀ ଅଭିଯୋଗ କରିଛନ୍ତି । ପରେ ଉଭୟ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ଭୁବନେଶ୍ୱରରେ ଗୋଟିଏ ଘର ଭଡ଼ା ନେଇ ରହୁଥିଲେ । ବର୍ଷେରୁ ଅଧିକ ସମୟ ଧରି ଏକାଠି ରହୁଥିଲେ ।

ଏକାଠି ରହିବା ଭିତରେ ମାଧୁରୀଙ୍କ ପ୍ରତି କୁନାଙ୍କ ସନ୍ଦେହ ବଢ଼ିଲା । କାହା ସହିତ ଫୋନ୍‌ରେ କଥା ହେଲେ ସବୁବେଳେ ସନ୍ଦେହ କରୁଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ତା’ପରେ ସେ ମାଧୁରୀଙ୍କୁ ଛାଡ଼ି ଗାଁକୁ ପଳାଇ ଆସିଥିଲେ । ଆଉ ମାଧୁରୀଙ୍କୁ ଧରାଛୁଆଁ ଦେଇନଥିଲେ । ଏପରିକି ଫୋନ୍‌ କଲେ ମଧ୍ୟ କୁନା ଉଠାଉ ନଥିବା ମାଧୁରୀ ଅଭିଯୋଗ କରିଛନ୍ତି ।

କୁନା ନିଜ ଗାଁରେ ଘରେ ଥିବା ଜାଣି ମାଧୁରୀ ସେଠାରେ ପହଞ୍ଚିଥିଲେ । ବାହା ହେବାକୁ ଜିଦ୍‌ କରି ମାଧୁରୀ ପ୍ରେମିକ କୁନାଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ଏ ସମ୍ପର୍କରେ ଖବର ପାଇ କୋରେଇ ଥାନା ପୋଲିସ ଗାଁରେ ପହଞ୍ଚି ଯୁବତୀଙ୍କୁ ବୁଝାସୁଝା କରିଛି । ହେଲେ ମାଧୁରୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ।

ଯୁବତୀ ଜଣକ କହିଛନ୍ତି-“ମୋତେ ଭଲ ପାଇ ମୋ ସହିତ ସେକ୍ସ କରିଛନ୍ତି । ଏବେ ଛାଡ଼ି ଦେବାକୁ ଚାହୁଁଛନ୍ତି । ସେ କେବଳ ମୋ ସହିତ ଖେଳି ନାହାନ୍ତି । ମୋ ପରି ଅନେକ ଝିଅଙ୍କ ସହିତ ଖେଳିଛନ୍ତି । ଯାହାର ପ୍ରମାଣ ମୋ ପାଖରେ ରହିଛି । ଯେଉଁ ଝିଅଙ୍କ ସହିତ ଖେଳିଛନ୍ତି, ତାଙ୍କର ଫଟୋ ଥିବା ମେମୋରି କାର୍ଡକୁ ମୁଁ ନଷ୍ଟ କରିଦେଇଛି । ମୁଁ ଚାହୁଁଛି, ସେ ମୋତେ ବାହାହୁଅନ୍ତୁ ।”