• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନିଖୋଜ ସବ୍‌ ଇନ୍ସପେକ୍ଟର । ମିଳୁନି ଅତ୍ତାପତ୍ତା । ହେଲେ ବିନଦାସ ପୋଲିସ ବାବୁ...ମଶାତେଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ଏସ୍‌.ଆଇ ମ୍ୟାଡମ କୁଆଡେ ଗଲେ ? ଅଧା ଚିକିତ୍ସାରୁ ହସପିଟାଲରୁ କାହିଁକି ଗାୟବ ହେଲେ ମାଡାମ୍‌ ? ବିନା ଡିସଚାର୍ଜରେ ଗାୟବ ହୋଇଥିବାରୁ ଏହାକୁ ନେଇ ବଢିଲାଣି ଚର୍ଚ୍ଚା ।

ପୋଲିସ ମ୍ୟାଡମଙ୍କ ସମ୍ପର୍କରେ ହସପିଟାଲ କର୍ତ୍ତୃପକ୍ଷଙ୍କ ଗୋଟିଏ ଉତ୍ତର, ପୋଲିସ ବାବୁଙ୍କର ଆଉ ଗୋଟିଏ ଉତ୍ତର । ପୋଲିସ ବାବୁ କହୁଛନ୍ତି ମ୍ୟାଡମ ହସପିଟାଲରେ ଥିଲେ ଓ ଅଛନ୍ତି । ସେ ସୁସ୍ଥ ଅଛନ୍ତି । କିନ୍ତୁ ବିନା ଡାକ୍ତର ଚିକିତ୍ସାରେ କେମିତି ସୁସ୍ଥ ହେଲେ ? କାହିଁକି ମେଡିକାଲରୁ ପଳାଇଗଲେ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।

ତେବେ ଘଟଣା ବୃତ୍ତିଗତ ବଦଳରେ ବ୍ୟକ୍ତିଗତ ହୋଇଥିବାରୁ, ଏବେ ଚଚ୍ଚାର୍ରେ ଟାଉନ ଥାନାର ଜଣେ ଯୁବ ସବ-ଇନ୍ସପେକ୍ଟର । ସିଏ ବି ଫେରାର । ତାଙ୍କ ବାବଦରେ ପଚାରିଲେ ବି ଅଧିକାରୀ ମୁହଁ ମୋଡି ଦେଉଛନ୍ତି । ଏଠି ପ୍ରଶ୍ନ..ଘଟଣା ପଛର କାହାଣୀ କଣ ? ପ୍ରେମଜନିତ ବୋଲି ହେଉଥିବା ଆଲୋଚନା ସତ କି ? କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା ଏସ୍‌.ଆଇ ? ଆତ୍ମହତ୍ୟା ଏକ ଅପରାଧ ହୋଇଥିବାରୁ, କାହିଁକି ଓ କଣ ପାଇଁ ତଦନ୍ତ କରି ଆଇନଗତ କାଯ୍ୟାର୍ନୁଷ୍ଠାନ ନେଇନି ବଲାଙ୍ଗିର ପୋଲିସ ?

ମେଡିସିନ ବିଭାଗ ମୁଖ୍ୟଙ୍କ କହିବା ଅନୁସାରେ ଆଡମିଟ ହୋଇଥିବା ପୋଲିସ ମ୍ୟାଡମଙ୍କ ଅବସ୍ଥା ଠିକ ଥିଲା । ହେଲେ ବର୍ତ୍ତମାନ ବେଡରେ ନାହାନ୍ତି ସିଏ । ସେ ଜଣେ ପୋଲିସର ଏସ୍‌.ଆଇ ଥିଲେ । ସଇଁନ୍ତଳାରୁ ଆସିଥିଲେ । ଯେହେତୁ ସେ ବେଡରେ ନାହାନ୍ତି, ଆମେ ପୋଲିସକୁ ସୂଚନା ଦେଇ ଦେଇଛୁ । ଏବେ ଦେଖନ୍ତୁ ମ୍ୟାଡମ ଏସ୍‌.ଆଇ ଆତ୍ମହତ୍ୟା ଉଦ୍ୟମ ପରେ ବୁଧବାର ବିଳମ୍ବିତ ରାତିରେ ସଇଁନ୍ତଳା ହସପିଟାଲର ପ୍ରାଥମିକ ଚିକିତ୍ସାର ଦଲିଲ । ସ୍ପଷ୍ଟ ଭାବରେ ଲେଖାଯାଇଛି ମଶାତେଲ ପିଇ ଗୁରୁତର ଅଛନ୍ତି । ଦେହରେ ଭୀଷଣ ଜ୍ୱର ବି ଅଛି । ତେଣୁ ଅଧିକ ଚିକିତ୍ସା ପାଇଁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏବେ ଦେଖନ୍ତୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରର ମେଡିସିନ ବିଭାଗର ଏ ରେଜିଷ୍ଟ୍ରରକୁ । ସିରିଏଲ ନମ୍ବର ୨୪୧୫,ରେ ସ୍ପଷ୍ଟ ଭାବରେ ଲେଖାଯାଇଛି ରାତି ୨ଟାରେ ମାଡ୍‌ମ ଭର୍ତ୍ତି ହୋଇଥିଲେ । ହେଲେ ସକାଳୁ ଗଣମାଧ୍ୟମ ପ୍ରତିନିଧୀ ଗହଳି କରିବା ପରେ ମାଡାମ୍‌ କାଳେ ଫେରାର ମାରିଥିଲେ ।

ଏମିତିକି ବଲାଙ୍ଗିର ଟାଉନଥାନାର ଜଣେ ଯୁବ ସବ-ଇନ୍ସପେକ୍ଟର ତାଙ୍କୁ ଫେରାର ମାରିବାରେ ସାହାଯ୍ୟ କରିଥିଲେ । ଏବେ ସିଏ ବି ଗାୟବ । କାହିଁକି ..କଣ ପାଇଁ ... ଓ କାହା ପାଇଁ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବ ମହିଳା ସବ-ଇନ୍ସପେକ୍ଟର ? ମ୍ୟାଡମ ବିଷପିଇ ଗୁରୁତର ହୋଇଥିବା ଖବର କିଏ ସଇଁନ୍ତଳା ଥାନାକୁ ଦେଇଥିଲା ? ମାଡାମଙ୍କୁ ଜଗିଥିବା ଯୁବ ସବ-ଇନ୍ସପେକ୍ଟର ଗଣମାଧ୍ୟମ ଦେଖି କାହିଁକି ଫେରାର ମାରିଲେ ? କଣ ପାଇଁ ଅଧା ଚିକିତ୍ସାରୁ ଫେରାର ହୋଇଗଲେ ଗୁରୁତର ପୋଲିସ ସବ-ଇନ୍ସପେକ୍ଟର ? ଘଟଣାର ପଛର କାହାଣୀ କଣ ? ତେବେ ମେଡିକାଲ କର୍ତ୍ତୃପକ୍ଷ ଗୋଟିଏ କଥା କହୁଥିବା ବେଳେ ପୋଲିସ ବିଭାଗର ବଡବାବୁ ଗୋଟିଏ କଥା କହୁଛନ୍ତି । ତେଣୁ ପୂରା ଘଟଣାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ଚାଲିଥିବା ବେଳେ ମାଡାମ୍‌ଙ୍କର କିନ୍ତୁ କୌଣସି ପତ୍ତା ମିଳିନାହିଁ ।

 

  • Reported by:
  • MANARANJAN JOSHI