• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଲଗାଣ ବର୍ଷାରେ ବେହାଲ ଓଡ଼ିଶା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁ ସ୍ଥିତି ସଙ୍ଗୀନ ହୋଇଛି । ସ୍ଥିତି ସଙ୍ଗୀନ ଥିବା ସ୍ଥାନର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ କହିଥିବା ବେଳେ ରାଜ୍ୟର ଏକାଧିକ ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ବନ୍ଦ ରହିବା ନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁଁ ଆସନ୍ତାକାଲି ସ୍କୁଲ ଛୁଟି ଘୋଷଣା ହୋଇଛି । ରାଜ୍ୟର ୯ଟି ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ଆସନ୍ତାକାଲି ଛୁଟି ରହିବ । ତାହା ସହିତ ସଂପୃକ୍ତ ଜିଲ୍ଲାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ମଧ୍ୟ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଝାରସୁଗୁଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ସବୁ ସ୍କୁଲ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସେହିପରି ସୁବର୍ଣ୍ଣପୁର, କେନ୍ଦୁଝର, ରାୟଗଡ଼ା, ବଲାଙ୍ଗିର ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ । ଅନୁଗୁଳ ଓ ବରଗଡ଼ ଜିଲ୍ଲାରେ ମଧ୍ୟ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକରୁ ବନ୍ଦ ରଖିବାକୁ କୁହାଯାଇଛି । ଏନେଇ ସଂପୃକ୍ତ ଜିଲ୍ଲା ଗୁଡ଼ିକ ଜିଲ୍ଲାପାଳମାନେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବର୍ଷା ଲାଗି ରହିଛି । ଫଳରେ ସ୍କୁଲ ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଗତ ଦୁଇ ଦିନ ହେଲାଣି ନନଷ୍ଟପ୍ ବର୍ଷାରେ ବେହାଲ୍ ହୋଇଛି ସାରା ରାଜ୍ୟ । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ବୌଦ୍ଧରେ ରାଜ୍ୟର ସର୍ବାଧିକ ୩୯୦.୬ ମିଲିମିଟର ବର୍ଷା ହୋଇଛି । କଣ୍ଟାମାଳ ବ୍ଲକ ମନମୁଣ୍ଡା-ସିନ୍ଧୁଗୋରା ୪୧ନମ୍ବର ରାଜ୍ୟ ରାଜପଥ ବୁଡ଼ିଛି ।

ଘଣ୍ଟାପଡା ପଞ୍ଚାୟତ କେନ୍ଦୁପତ୍ର ବିଭାଗ କାର୍ଯ୍ୟାଳୟ ଛକରୁ ରେକଡୋଲ ଯାଇଥିବା ରାସ୍ତା ଉପରେ ୪ଫୁଟ ପାଣି ଚାଲୁଛି । ଏହି ରାସ୍ତା ଦେଇ ପ୍ରବାହିତ ହେଉଥିବା ସମଲେଶ୍ୱରୀ ନାଳ ଫୁଲିବାରୁ ଏଭଳି ଅବସ୍ଥା । ଘଣ୍ଟାପଡା-କୁଲୁତାଜୋର ଅଞ୍ଚଳକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି l