/odishatv-khabar/media/post_attachments/uploadimage/library/16_9/16_9_0/loot_1693982043.jpg)
loot
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ଅଚେତ ଅବସ୍ଥାରେ ୩ ଛାତ୍ର ଉଦ୍ଧାର, ଜଣେ ଛାତ୍ର ସୁସ୍ଥ ଅବସ୍ଥାରେ ଅଛନ୍ତି। ସମ୍ବଲପୁରରୁ SSC ପରୀକ୍ଷା ଦେଇ ଫେରି କଣ୍ଟାବାଞ୍ଜି ଷ୍ଟେସନରେ ବିଶ୍ରାମ ନେଇଥିବା ବେଳେ ଜଣେ ବ୍ୟକ୍ତି ସେମାନଙ୍କୁ ଥଣ୍ଡା ପିଇବାକୁ ଦେଇଥିଲେ। ଏହାପରେ ସେଠାରେ ୩ ଛାତ୍ର ଅଚେତ ହୋଇଥିବା ବେଳେ ଜଣେ ଛାତ୍ରଙ୍କୁ କିଛି ହୋଇନଥିଲା। ଅଚେତ ଅବସ୍ଥାରେ ୩ ଛାତ୍ରଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ୪ ତାରିଖ ଦିନ ସମ୍ବଲପୁର ବରାଇପାଲିରେ SSC ପରୀକ୍ଷା ଥିଲା । ସେଥିପାଇଁ ବେଳପଡା ଥାନା ଅନ୍ତର୍ଗତ ରେଙ୍ଗାଲି ଗାଁର ବଳରାମ ମେହେର, ସୁବାଷ ମେହେର, ଥୁଡିବାହାଲ ଗାଁର ଆନନ୍ଦ ଭୋଇ, ପାଲେସିରା ଗାଁର ବଲବନ୍ତ କୁଅର ଓ ପଲ୍ଲୀମାଲ ଗାଁର ସିଶୀଳ ମହାନନ୍ଦ ସମସ୍ତେ ପରୀକ୍ଷା ଦେବାକୁ ଯାଇଥିଲେ । ପରୀକ୍ଷା ସାରି ରାତିରେ ଇସ୍ପାତ ଟ୍ରେନ ଯୋଗେ କଣ୍ଟାବାଞ୍ଜିକୁ ଫେରୁଥିଲେ । ଟ୍ରେନଟି ବିଳମ୍ବରେ କଣ୍ଟାବାଞ୍ଜିରେ ପହଞ୍ଚିବାରୁ ରାତିରେ ୱେଟିଂ ହଲରେ ଶୋଇ ସକାଳୁ ନିଜ ନିଜ ଗାଁକୁ ବାହାରି ଯିବାକୁ ସ୍ଥିର କରିଥିଲେ ।
କିନ୍ତୁ ରାତିରେ କିଏ ଜଣେ ଅଚିହ୍ନା ଲୋକ ଆସି ଥଣ୍ଡା ପାନୀୟରେ କିଛି ମିଶାଇ ପିଇବାକୁ ଦେଇଥିଲା । ଚାରି ଜଣ ଥଣ୍ଡା ପାନୀୟ ପିଇ ଦେଇଥିଲେ । ସେଥି ମଧ୍ୟରୁ ବଲବନ୍ତ କୁଅର କିନ୍ତୁ ପାନୀୟ ପିଇବାକୁ ମନା କରି ଦେଇଥିଲେ । କିଛି ସମୟରେ ପରେ ସମସ୍ତେ ଶୋଇପଡ଼ିଥିଲେ । ସକାଳୁ ଉଠିଲା ବେଳେକୁ ତିନି ଜଣ ବଳରାମ, ସୁବାଷ, ସୁଶୀଲ ଅଚେତ ହୋଇ ଯାଇଥିବା ବେଳେ ତାଙ୍କର ଟଙ୍କା ମୋବାଇଲ ଲୁଟ ହୋଇ ସାରିଥିଲା । ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଗୁରୁତର ଅଛନ୍ତି ବଳରାମ ମେହେର ।
୫ ଛାତ୍ରଙ୍କ ମଧ୍ୟରୁ ଆନନ୍ଦ ଭୋଇ ଫେରାର ଅଛି । ଅନ୍ୟପଟେ ଏ ନେଇ ଜିଆରପି ପୋଲିସର କୌଣସି ପ୍ରତିକ୍ରିୟା ମିଳିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)