• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କିଏ ଫୁଲମାଳ ପିନ୍ଧାଉଛନ୍ତି ତ, କିଏ ଭାରତ ମାତା କି ଜୟ ଜୟକାର ଧ୍ୱନି ଭିତରେ ଧୂପଦୀପ ଦେଇ ବନ୍ଦାଉଛନ୍ତି । କାହିଁକି ନା ଶ୍ରମିକରୁ ସୈନିକ ବନି ପ୍ରଥମ ଥର ପାଇଁ ସୈନିକ ବେଶରେ, ଗାଁକୁ ଫେରିଛି ସୈନିକ ପୁଅ । ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ଖଲିପଥର ଗାଁର । ଆଉ ଗାଁ ମାଟିରେ ପାଦ ଦେଉ ଦେଉ, ଗାଁ ଲୋକଙ୍କ ଏତେ ପ୍ରେମ, ଏତେ ଭଲପାଇବା ସାଉଁଟୁଥିବା ଏ ଯୁବ ସୈନିକ ଅଗ୍ନିବୀର ନନ୍ଦକିଶୋର ।

ନନ୍ଦକିଶୋର ନାଗ୍ । ପିଲାଟି ବେଳୁ ଦେଶମାତୃକାର ସେବା ପାଇଁ ସ୍ୱପ୍ନ ଦେଖୁଥିଲେ ସତ, ହେଲେ ପରିସ୍ଥିତି ତାଙ୍କୁ ଶ୍ରମିକ ସଜେଇଦେଇଥିଲା । ବାପା କାଳିଆ ନାଗ, ହଠାତ୍ ପକ୍ଷାଘାତରେ ପୀଡ଼ିତ ହେବାରୁ ପାଠପଢ଼ାରେ ଡୋରି ଲାଗିଲା । ପରିବାର ପ୍ରତିପୋଷଣର ଭାର ନିଜ କାନ୍ଧକୁ ନେଇ କେତେବେଳେ କୁଲିଭୁତି କଲେ, ତ କେତେବେଳେ ଟ୍ରାକ୍ଟରରେ ଏମିତି ବେଲଚା ମାରିଲେ ।

ହେଲେ ଭାଗ୍ୟ ପୁଣି ମୋଡ଼ ନେଲା । କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନା ନନ୍ଦକିଶୋରଙ୍କ ସ୍ୱପ୍ନରେ ଆଶା ଭରିଲା । ୨୦୨୨ରେ ଅଗ୍ନିବୀର ପାଇଁ ଯୋଗ୍ୟ ବିବେଚିତ ହୋଇ, ସେଇ ଡିସେମ୍ବରରେ ବିହାରକୁ ଯାଇଥିଲେ ତାଲିମ ପାଇଁ ।

କେବଳ ନନ୍ଦକିଶୋର ନୁହନ୍ତି, ୨୦୨୨ରେ ବଲାଙ୍ଗିର ଜିଲ୍ଲାର ୧୫ ଜଣ ଯୁବକ ଅଗ୍ନିବୀରରେ ଭର୍ତ୍ତି ହୋଇଛନ୍ତି । ଆଉ ତାଲିମ ପରେ ଏବେ ୩୦ ଦିନିଆ ଛୁଟିରେ ଗାଁକୁ ଫେରିଛନ୍ତି ସବୁ ଅଗ୍ନିବୀର । ତେବେ ସେମାନଙ୍କ ଭିତରୁ ଇସ୍କାତ ଏକ୍ସପ୍ରେସରେ ଆସି ନନ୍ଦକିଶୋରଙ୍କ ସହ ୯ ଜଣ ଅଗ୍ନିବୀର ବଲାଙ୍ଗିର ରେଲୱେ ଷ୍ଟେସନ ପହଞ୍ଚିବାରେ ସେଠି ବି ବଲାଙ୍ଗିର ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

  • Reported by:
  • Ghateswar Mishra