/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690951668.jpg)
Maa Pataneswari Temple
ପାଟଣେଶ୍ୱରୀ ମନ୍ଦିର (Maa Pataneswari Temple) ରେ ପଶିଲା ପାଣି। ଗତକାଲି ଠୁ ବଲାଙ୍ଗିର ଜିଲ୍ଲାରେ ଜାରୀ ରହିଛି ଲଗାଣ ବର୍ଷା । ଏହାର ପ୍ରଭାବରେ ତଳି ଅଞ୍ଚଳ ମାନଙ୍କରେ ପାଣି ପଶି ଯାଇଛି । ପାଣିରେ ବୁଡ଼ିଯାଇଛନ୍ତି ଜିଲ୍ଲାର ଇଷ୍ଟଦେବୀ ମା ପାଟଣେଶ୍ୱରୀ । ଡ୍ରେନରେ ପାଣି ନିଷ୍କାସନ ହୋଇନପାରି ମନ୍ଦିର ଭିତରକୁ ପଶିଛି, ଯାହା ଫଳରେ ନୀତିକାନ୍ତି ବନ୍ଦ ରହିଛି ।
ମନ୍ଦିର ପରିଚାଳନା ଦାୟିତ୍ୱରେ ଦେବୋତ୍ତର ବିଭାଗ ଥିଲେ ମଧ୍ୟ ସ୍ଥାୟୀ ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହା ଫଳରେ ଏଭଳି ଅବସ୍ଥା ହେଉଥିବା ଅଭିଯୋଗ ହେଉଛି । ପାଣି ପଶିଯିବାରୁ ମା'ଙ୍କ ନୀତିକାନ୍ତି ବନ୍ଦ ରହିଛି ।
ସେପଟେ ପ୍ରବଳ ବର୍ଷା ଯୋଗୁ ତେଲକୋଇରେ ବନ୍ୟା ସ୍ଥିତି ଦେଖିବା ପାଇଁ ମିଳିଛି । ସମକୋଇ ନଦୀ ପୋଲ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ବ୍ଲକ ମୁଖ୍ୟାଳୟରୁ ୧୦ଟି ପଞ୍ଚାୟତ ବିଛିନ୍ନ ହେବା ସହିତ ତାଳଚେର, ଢେଙ୍କାନାଳ, କଟକ, ଭୁବନେଶ୍ୱରକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏହା ସହିତ ତେଲକୋଇ ପତ୍ର ଫଡି ପାଖରେ ପ୍ରବାହିତ ହେଉଥିବା ହନୁମନ୍ତିଆ ନାଳ ପୋଲ ଉପରେ ମଧ୍ୟ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି ।
ଫଳରେ ତେଲକୋଇ ଠାରୁ ରାଉରକେଲା, ସମ୍ବଲପୁର ସହିତ ଯୋଗାଯୋଗ ବିଛିନ୍ନ ହୋଇଛି । ଏହା ସହିତ ବ୍ଲକ ମୁଖ୍ୟାଳୟରୁ ୬ଟି ପଞ୍ଚାୟତ ମଧ୍ୟ ବିଛିନ୍ନ ହୋଇଛି । ବ୍ଲକର ଘୁରୁଡ଼ିଆ, ପିଟାନାଳୀ ପୋଲ ଉପରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେବାରୁ ଓଡିଶା ଆଦର୍ଶ ବିଦ୍ୟାଳୟ ଓ କରଦାଙ୍ଗି ପଞ୍ଚାୟତ ବିଛିନ୍ନ ହୋଇଛି । ବର୍ଷାର ପରିମାଣ ବଢୁଛି, ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଆଜି ସବୁ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)