• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଲାଙ୍ଗିର ଜିଲ୍ଲା ସଇଁତଳାରେ ଚାଞ୍ଚଲ୍ୟ । ବିଷ ପିଇ ମହିଳା ପୋଲିସ SI ଗୁରୁତର । ସଇଁତଳା ଥାନାରେ କାର୍ଯ୍ୟରତ SI କାଜଲ ବାଗ ବିଷ ଖାଇଦେଇଥିବା ଜଣାପଡିଛି  । ଗତକାଲି ରାତିରେ ସଇଁତଳା ଗୋପବନ୍ଧୁନଗର ଭଡା ଘରେ କାହା ସହିତ ଫୋନରେ ପାଟିତୁଣ୍ଡ କରିଥିଲେ କାଜଲ ।  ତାପରେ ମଶାମରା ତେଲ ଖାଇ ଦେଇଥିବା ଜଣାପଡିଛି ।

ରାତିରେ ମହିଳା SI ଜଣକ  କାହା ସହିତ ଜୋରରେ ପାଟି କରି କଥା ହେଉଥିବାରୁ ଶୁଣିଥିବା ପଡ଼ୋଶୀ କହିଛନ୍ତି । ବୋଧହୁଏ ତାଙ୍କ ବୟଫ୍ରେଣ୍ଡ ହୋଇପାରନ୍ତି । ତା ପରେ ବୋଧହୁଏ ସେ ମଶା ମାରିବାର ଲିକ୍ୟୁଡ୍ ପିଇ ଦେଇଥିଲେ । ଏ ସଂପର୍କରେ ସେହି ଯୁବକ ଜଣକ ଖବର ଦେବା ପରେ ଥାନାରୁ କନଷ୍ଟେବଳମାନେ ଆସି ଏସଆଇଙ୍କୁ ଉଦ୍ଧାର କରିଥିଲେ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ମେଡ଼ିସିନ ୱାର୍ଡରେ ଗତକାଲି ରାତି ଦୁଇଟାରେ କାଜଲଙ୍କୁ ଭର୍ତ୍ତି କରାଯାଇଥିଲା  । କିନ୍ତୁ ଘଟଣା ପ୍ରଘଟ ହେବା ଭୟରେ କାଜଲଙ୍କୁ ହସ୍ପିଟାଲରୁ ଅନ୍ୟ କେଉଁ ସ୍ଥାନକୁ ନେଇଥିବା ଚର୍ଚ୍ଚା ହେଉଛି । SI କାଜଲ ବାଗ ବିଷ ଖାଇବାର କାରଣ ଜଣାପଡ଼ିନାହିଁ । 

ଜଣେ ପୋଲିସ ବାବୁଙ୍କ ପ୍ରେମରେ ପଡି, ପ୍ରତାରଣାରୁ ସେ ବିଷ ପିଇଥିବା ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣାକୁ ଗୋପନ ରଖିବାକୁ ଜିଲ୍ଲା ପୁଲିସ୍‌ ବିଭାଗ ପକ୍ଷରୁ ଯଥା ସମ୍ଭବ ଚେଷ୍ଟା କରାଯାଉଛି । ଏପରିକି ଗଣମାଧ୍ୟମ ପ୍ରତିନିଧୀଙ୍କୁ କାଜଲ ବାଗଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସୂଚନା ନ ଦେବାକୁ କଡ଼ାକଡ଼ି ଭାବେ କୁହାଯାଇଛି ।