• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସକ୍ରିୟ ରହିଛି । ଏହା ପ୍ରଭାବରେ ଆଜିଠୁ ରାଜ୍ୟବ୍ୟାପୀ ବିସ୍ତୃତ ବର୍ଷା ସମ୍ଭାବନା ରହିଛି । ଏପରିକି ଆଗାମୀ ୪-୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସକ୍ରିୟ ଲଘୁଚାପ ପାଇଁ ଆଜି ସକାଳ ସାଢେ ୮ଟା ସୁଦ୍ଧା ୨୦ ଜିଲ୍ଲାକୁ ବର୍ଷା ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଂଜ, ଯାଜପୁର, ବଲାଙ୍ଗିର ଏବଂ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ପ୍ରବଳ ବର୍ଷା ନେଇ ଆଉ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ଆସନ୍ତାକାଲି ସକାଳ ଯାଏଁ ୩ଟି ଜିଲ୍ଲା କେନ୍ଦ୍ରାପଡା, ଜଗତସିଂହପୁର ଏବଂ ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ୧୯ଟି ଜିଲ୍ଲାକୁ ୟୋଲେ ୱାର୍ଣ୍ଣିଂ ଜାରି ହୋଇଛି ।

ଅନ୍ୟପଟେ, ଗତକାଲି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ଭୟଙ୍କର ବର୍ଷା ହୋଇଛି । ରାସ୍ତାଘାଟରେ ଛୁଟିଲା ବର୍ଷା ପାଣି, ସହରରେ ଉବୁଟୁବୁ ଅବସ୍ଥା । ଗତକାଲି ଅପରାହ୍ଣରୁ ଲାଗିରହିଥିଲା ବର୍ଷା । ତା’ସହ ପବନ ଏବଂ ବିଜୁଳି ଘଡ଼ଘଡ଼ି ହୋଇଥିଲା l

ପ୍ରାୟ ଦେଢ ଘଣ୍ଟା ଧରି ପ୍ରବଳ ବର୍ଷା ହେବାରୁ ବୀରମିତ୍ରପୁର ସହରର ବିଭିନ୍ନ ସ୍ଥାନରେ ପାଣି ଭରିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଚନ୍ତି l କିଛି ଘର ଏବଂ ଦୋକାନରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି l ଏଭଳି ସ୍ଥିତି ଯୋଗୁ ପ୍ରାୟ ୬ ଘଣ୍ଟା ଧରି ବୀରମିତ୍ରପୁର ସହରରେ ବାଧାପ୍ରାପ୍ତ ହୋଇଥିଲା ବିଦ୍ୟୁତ ସରବରାହ ।