• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Angul Khabar

Weather Updates
କାଚିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Cataract Surgery
କାଳ ହେଲା କି ମୋତିଆ ବିନ୍ଦୁ ଅସ୍ତ୍ରୋପଚାର; ଆଖିକୁ ନା ଦେଖାଯାଉଛି, ନା ରୋଗୀଙ୍କ ଯନ୍ତ୍ରଣା କମୁଛି

ଗତ ୨୦ ତାରିଖରେ ଅନୁଗୁଳ, ବଅଁରପାଳ ଓ ଆଠମଲ୍ଲିକ ଅଞ୍ଚଳର ୧୩ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଥିଲା ଏକ ଘରୋଇ ଚକ୍ଷୁ ଚିକିତ୍ସା କେନ୍ଦ୍ରରେ । ଅସ୍ତ୍ରୋପଚାରର ୨୪ ଘଣ୍ଟା ପରେ ଆଖିରେ ଯନ୍ତ୍ରଣା ସହ ମୁଣ୍ଡବ୍ୟଥା ଆଦି ହୋଇଥିବା ରୋଗୀ ଅଭିଯୋଗ କରିଥିଲେ ।

Twins
ମାଟ୍ରିକ୍‌ରେ ଯାଆଁଳା ଭଉଣୀଙ୍କ ବାଜିମାତ୍‌; ଉଭୟ ପାଇଲେ A1 ଗ୍ରେଡ୍‌

ଭବିଷ୍ୟତରେ ସୁଚରିତା କୃଷି ଓ କୃଷକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଥିବାବେଳେ ସୁଚିଶ୍ମିତା ଡାକ୍ତର ହୋଇ ରୋଗୀସେବା ପାଇଁ ଲକ୍ଷ୍ୟ ରଖିଛନ୍ତି।

EVM
ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ; ବିଭିନ୍ନ ସ୍ଥାନରେ EVM ଟାମ୍ପରିଂ ଅଭିଯୋଗ, ବଢିଲା ଅସନ୍ତୋଷ

ତାଳଚେରରେ ବି ଇଭିଏମ୍ ସିଲକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସ୍ଥାନୀୟ ବିଜେପି ବିଧାୟକ ପ୍ରାର୍ଥୀ କାଳନ୍ଦୀ ସାମଲ ଧାରଣା ଦେଇଥିଲେ। ତାଳଚେରର ତାଳବେଡ଼ା ସ୍ଥିତ ବୁଥରେ EVMରେ ବ୍ୟବହାର ହେଉଥିବା 17-C ଫର୍ମ ନଦେଇ EVMକୁ ସିଲ କରାଯାଇଥିବା ଅଭିଯୋଗ ହୋଇଛି।

Odisha Election
ସଂଘର୍ଷ, ହିଂସା, ବିଶୃଙ୍ଖଳା ଓ ରକ୍ତପାତରେ ଭିଜିଲା ମତଦାନ; CEO କହିଲେ ନିଆଯିବ ଆକ୍ସନ

ଖଣ୍ଡଯୁଦ୍ଧ ସହ ରକ୍ତାକ୍ତ ସଂଘର୍ଷ । ତୃତୀୟ ପାଳି ଭୋଟ୍ ବେଳେ ଗୋଷ୍ଠୀ ସଂଘର୍ଷ ସହ ଅବ୍ୟବସ୍ଥାର ମାଳ ମାଳ ଚିତ୍ର, ଶୃଙ୍ଖଳିତ ନିର୍ବାଚନ ଆଡ଼କୁ ଅଙ୍ଗୁଳି ଉଠାଇଛି ।

Narendra Modi
‘ପ୍ରଭୁ ଜଗନ୍ନାଥ ଯେକୌଣସି ଲୋକର ଆଶା ପୂରଣ କରନ୍ତି’

ଓଡ଼ିଶାର ପୁରପଲ୍ଲୀରେ ଗୋଟିଏ ନାରା ସବୁଠି ଗୁଞ୍ଜରିତ ହେଉଛି । ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Narendra Modi
ଅନୁଗୁଳ-କଟକରେ ମୋଦିଙ୍କ ପ୍ରଚଣ୍ଡ ହମଲା ! 'ଓଡ଼ିଶାକୁ BJD ଦେଇଛି ଲ୍ୟାଣ୍ଡ-ସ୍ୟାଣ୍ଡ-ଖଣି ମାଫିଆ'

'ସବୁକୁ କବଜା କରିଥିବା ମାଫିଆର ଭାଙ୍ଗିଦେବୁ ଅଣ୍ଟା । ଆମ ସରକାର କ୍ଷମତାକୁ ଆସିଲେ ଭାଙ୍ଗିଦେବୁ ଅଣ୍ଟା ।’

PM Modi
ମୋଦିଙ୍କ ଟାର୍ଗେଟ୍‌ରେ ବିଜେଡି; କହିଲେ, ଏ ସରକାର ଯିବା ନିଶ୍ଚିତ..

ଆଜି ବିଜେଡି ସରକାରର ଅଧିକାଂଶ ପ୍ରକଳ୍ପ ଅଧୁରା ପଡ଼ିରହିଛି । ବିଜେଡି ନେତା ଧାନଚାଷୀଙ୍କୁ ମଣ୍ଡିରେ ଲୁଟୁଛନ୍ତି। ବିଜେପି ସରକାର ଆସିଲେ ଓଡ଼ିଶାରେ ଧାନ ୩୧୦୦ ଟଙ୍କା ହେବ।

Narendra Modi
ଅନୁଗୁଳରେ ବର୍ଷିଲେ ମୋଦି; କହିଲେ, ବିଜେଡି ଶାସନରେ ବି ସୁରକ୍ଷିତ ନୁହେଁ ଜଗନ୍ନାଥ ସଂସ୍କୃତି

ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ମଧ୍ୟ ବିଜେଡି ଉପରେ ବର୍ଷିଛନ୍ତି ମୋଦି । ସେ କହିଛନ୍ତି, ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ବି ସୁରକ୍ଷିତ ନୁହେଁ । ଗଲା ୬ ବର୍ଷ ହେଲାଣି ରତ୍ନଭଣ୍ଡାର ଚାବିର ପତ୍ତା ମିଳୁନି ।

Odisha Election 2024 MLA MP candidate list
ଆରମ୍ଭ ହୋଇଯାଇଛି ନିର୍ବାଚନ ଯୁଦ୍ଧ; କିଏ କେଉଁ ଦଳରୁ ଲଢୁଛନ୍ତି ଜାଣିବା ପାଇଁ ଦେଖନ୍ତୁ

ପୂରା ଓଡ଼ିଶାରେ କିଏ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି ତାହା ଜାଣିବାକୁ ଅନେକଙ୍କ ଆଗ୍ରହ ଥାଏ। ଆପଣ ଯଦି ଓଡ଼ିଶାର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଜାଣିବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ।

Odisha Election
ଓଡ଼ିଶା ନିର୍ବାଚନ ୨୦୨୪: ଆପଣ ଜଣେ ଭୋଟର୍ କି...ଜାଣନ୍ତୁ କେତେବେଳେ କେଉଁଠି ଭୋଟ୍

ଗାଁ ଗହଳି, ସହର ବଜାର ସବୁଠି ଏବେ ଗୋଟିଏ ଚର୍ଚ୍ଚା...। ଆସିଯାଇଛି ନିର୍ବାଚନ...ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ । କାହା ହାତକୁ ଯିବ ଶାସନ ଭାର...କିଏ ହେବେ ଆପଣଙ୍କ ସୁଖ ଦୁଃଖର ସାଥୀ। ଓଡ଼ିଶାରେ କେବେ ଆଉ କେଉଁଠି ହେଉଛି ନିର୍ବାଚନ। ଆପଣଙ୍କ ଅଞ୍ଚଳରେ କେବେ ହେଉଛି ଭୋଟ୍। ଏସବୁର ଟିକିନିଖି ଖବର ଜାଣିବାକୁ ପଢ଼ନ୍ତୁ...

Angul Politics
ଅନୁଗୁଳ ଏଥର କାହାର ? ଭୋଟ୍ ହାତେଇବାକୁ ତିନି ଦଳର ପ୍ରାର୍ଥୀଙ୍କ ମାରାଥନ୍ ପ୍ରଚାର

କାହାର ହେବ ଅନୁଗୁଳ ବିଧାନସଭା ଆସନ ? କାହା ସପକ୍ଷରେ ଯିବ ଜନମତ ? ବିଜେପି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଟିକେଟ ଦେଇଥିବା ବେଳେ ବିଜେଡ଼ି ବିଧାୟକ ରଜନୀକାନ୍ତ ସିଂହଙ୍କ ପତ୍ନୀ ସଂଯୁକ୍ତା ସିଂଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଛି।

heatwave
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ,୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ। ଆଜି ବି ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବ । ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

Weather
ଜାରି ରହିବ ମୁଣ୍ଡଫଟା ଖରାର ରାଜୁତି, ହେ ପ୍ରଭୁ! ରକ୍ଷା କର...

ଭୀଷଣ ହେଉଛି ଗ୍ରୀଷ୍ମକୋପ । ଆକାଶରୁ ହେଉଛି ଅଗ୍ନିବର୍ଷା । ଆସନ୍ତାକାଲି ଯାଏଁ ସିଭିୟର ହିଟ୍ ୱେଭ୍ ପାଇଁ ରାଜ୍ୟ କିଛି ସ୍ଥାନରେ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି ପାଇଁ ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି ।

Weather
ଆକାଶରୁ ଖସୁଛି ନିଆଁ, ଆହୁରି ଅଣନିଃଶ୍ୱାସୀ କରିବ ତାତି

ଟାଇଁ ଟାଇଁ ଖରାରେ ସନ୍ତୁଳି ହେଉଥିବା ଲୋକଙ୍କୁ ଆଜି ବି କଲବଲ କରିବ ତାତି । ସାରା ଓଡ଼ିଶାରେ ଆଜି ବି ଉପରମୁହାଁ ହୋଇ ରହିବ ତାପମାତ୍ରା ।

Accident
NH 55 ପଞ୍ଚମହଲାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୩ ବାଇକ ଆରୋହୀଙ୍କ ଜୀବନ

ସୂଚନା ଅନୁଯାୟୀ ୩ ଜଣ ଯୁବକ ଏକ ବାଇକରେ ଅନୁଗୁଳ ଆଡ଼କୁ ଆସୁଥିବା ବେଳେ ପଞ୍ଚମହଲା ନିକଟରେ ଏକ ଟ୍ରକ ସେମାନଙ୍କୁ ପଛରୁ ଧକ୍କା ଦେବା ସହ କିଛି ବାଟ ଘୋଷାଡି ନେଇଥିଲା ।

shield birds and animals from sweltering
କିନ୍ନର ଚିନ୍ମୟୀଙ୍କ ମହତ ପ୍ରୟାସ; ପଶୁପକ୍ଷୀଙ୍କ ପାଇଁ ଜଙ୍ଗଲରେ ଖୋଲିଛନ୍ତି ଜଳଛତ୍ର

ଦିନକୁ ଦିନ ବଢ଼ିଚାଲିଛି ଖରା। ଆଉ ତା ସାଙ୍ଗକୁ ଭୟଙ୍କର ଗୁଳୁଗୁଳି। ପାଣି ଟୋପେ ପାଇଁ ମଣିଷଙ୍କଠୁ ପଶୁ ପକ୍ଷୀ ସମସ୍ତେ ଡହଳ ବିକଳ। ସେପଟେ ବିଭିନ୍ନ ଜଳାଶୟ ଶୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ହନ୍ତସନ୍ତ ହେଉଛନ୍ତି ଜୀବଜନ୍ତୁ। ଏଭଳି ସ୍ଥିତିରେ ସମାଜସେବୀ ଚିନ୍ମୟୀଙ୍କ ସେବା ସତରେ ପ୍ରଶଂସନୀୟ।

Road Accident
ଦୁର୍ଘଟଣାଗ୍ରସ୍ତ ହାଇୱାକୁ ପିଟିଲା ବସ୍; ଜଣେ ମୃତ ଓ ୨୦ରୁ ଅଧିକ ଆହତ

ଡଲଫିନ୍ ନାମକ ଏକ ଘରୋଇ ନାଇଟ କୋଚ୍ ବସ୍ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା। ଆଜି ଭୋର ୪ଟା ସମୟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସ୍ ଡ୍ରାଇଭରର ମୃତ୍ୟୁ ଘଟିଛି।

Politics
ହାଟରେ ପଡ଼ି ଦାଣ୍ତରେ ଗଡ଼ୁଛି ବିଜେଡି କଳି, ଅନ୍ତର୍ଦ୍ୱନ୍ଦ୍ୱ ଖାଇବ କି ଦଳୀୟ ସ୍ୱାର୍ଥ !

ଦିନକୁ ଦିନ ତେଜୁଛି କେନ୍ଦ୍ରାପଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ । କଂଗ୍ରେସରୁ ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ମୂଳ ବିଜେଡି ନେତାଙ୍କ ଭିତରେ ପ୍ରବଳ ଅସନ୍ତୋଷ । ଜୋନ୍ ସ୍ତରୀୟ ବିଜେଡି କର୍ମୀ ଆଜି ଗଣେଶ୍ୱରଙ୍କ ବିରୋଧରେ ନାରାବାଜୀ କରିବା ସହ ଖୋଲାଖୋଲି ବିରୋଧ ଜଣାଇଛନ୍ତି ।

Cuttack New DCP
୩ ନୂଆ SPଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ, କଟକ ଡିସିପି ହେଲେ ପ୍ରକାଶ ଆର୍‌

ଏହି ୩ ଅଫିସରଙ୍କୁ କଟକ, ଅନୁଗୁଳ ଓ ରାଉରକେଲା ଏସ୍‌ପି ଭାବେ ଦାୟିତ୍ୱ ମିଳିଛି। ପ୍ରକାଶ ଆର୍ ହେଉଛନ୍ତି କଟକର ନବନିଯୁକ୍ତ ଡିସିପି ।

Bharat Bandh
ଓଡ଼ିଶାରେ ଭାରତ ବନ୍ଦ ! ଯାତାୟତ ଠପ୍‌, ଲୋକେ ନାକେଦମ୍‌

କୃଷକ ସଂଗଠନର ଏହି ଆନ୍ଦୋଳନ ଡାକରାରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ମାନଙ୍କର ମିଳିତ ମଞ୍ଚ, ସ୍ୱାଧୀନ ଫେଡେରେସନ୍ ସମୁହ ସାମିଲ ହୋଇଛନ୍ତି।

veterinary
ଅସୁସ୍ଥ କଅଁଳା ବାଛୁରୀ ଧରି କଲେକ୍ଟରଙ୍କୁ ଗୁହାରି, ଚିକିତ୍ସା ନପାଇ ଛଟପଟ ଗର୍ଭିଣୀ ଗାଈ

କୁକୁଡ଼ା ମଡ଼କରୁ କ୍ଷତିରେ ଫାର୍ମ ମାଲିକ । ୨୦ ଦିନରେ ପଶୁ ଡାକ୍ତରଙ୍କ ଆନ୍ଦୋଳନ ।

Leopard Dead
ପୁଣି ଏକ କଲରାପତରିଆ ବାଘ ମୃତ...ଶିକାରୀ ଫାଶରେ ପଡ଼ିଥିବା ଅନୁମାନ

ଆଠମଲ୍ଲିକ ଉପଖଣ୍ଡରେ ଜନ୍ତୁ ଶିକାର ଘଟଣା ବଢ଼ିବାରେ ଲାଗିଛି। କିଛି ଶିକାରୀ ଫାଶ ବସାଇ ନିୟମିତ ଜନ୍ତୁ ଶିକାର କରୁଥିବା ଅଭିଯୋଗ ହୋଇଛି ।

BJD
BJDରେ ଉଗ୍ର ଗୋଷ୍ଠି କନ୍ଦଳ ! କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ, ବିଜେଡି ମନ୍ତ୍ରୀଙ୍କୁ ଖୋଲାଖୋଲି ବିରୋଧ

ଆଠମଲ୍ଲିକରେ ତୀବ୍ର ରୂପ ନେଇଛି ନଳିନୀ-ରମେଶ କନ୍ଦଳ ! ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବିଜେଡିରେ ତୀବ୍ର ଗୋଷ୍ଠୀ କନ୍ଦଳ !