Advertisment

ଅନୁଗୁଳ-କଟକରେ ମୋଦିଙ୍କ ପ୍ରଚଣ୍ଡ ହମଲା ! 'ଓଡ଼ିଶାକୁ BJD ଦେଇଛି ଲ୍ୟାଣ୍ଡ-ସ୍ୟାଣ୍ଡ-ଖଣି ମାଫିଆ'

'ସବୁକୁ କବଜା କରିଥିବା ମାଫିଆର ଭାଙ୍ଗିଦେବୁ ଅଣ୍ଟା । ଆମ ସରକାର କ୍ଷମତାକୁ ଆସିଲେ ଭାଙ୍ଗିଦେବୁ ଅଣ୍ଟା ।’

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Narendra Modi

ଜଗା ଆଶୀର୍ବାଦ ନେଇ ପୁରୀରେ ବିଶାଳ ରୋଡ୍ ସୋ କଲେ । ଅନୁଗୁଳରେ DMF ଦୁର୍ନୀତି କଥା ଉଠାଇ ଧୁମ୍ ଧୋଇଲେ । ଆଉ କଟକରେ ପ୍ରଚଣ୍ଡ ପ୍ରହାର କଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଜେପି ଜନସଭା ମଞ୍ଚରୁ ବିଜେଡି ସରକାରକୁ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗରେ କରିଛନ୍ତି ନିଶାନା। କଟକରେ କହିଥିଲେ- ବିଜେଡି ଓଡ଼ିଶାକୁ ଲ୍ୟାଣ୍ଡ, ସ୍ୟାଣ୍ଡ, କୋଇଲା ଓ ଖଣି ମାଫିଆ ଦେଇଛି।

Advertisment

ବିଜେଡି ନେତା ମାଫିଆଗିରିରେ ପୁରା ୨୪ ଘଣ୍ଟା ଲାଗିଛନ୍ତି। ଜଣେ ମାଫିଆ ଅଛନ୍ତି, ଯିଏ ପ୍ରତି ସେକ୍ଟର ଉପରେ କବଜା କରି ବସିଛି। ଜୁନ୍ ୧୦ରେ ବିଜେପି ସରକାର ଆସିଲେ ଏ ମାଫିଆର ଅଣ୍ଟା ଭଙ୍ଗାଯିବ। ବିଜେଡି କଳା ଚିଠା ଏବେ ଲୋକଙ୍କ ସାମ୍ନାକୁ ଆସିବାରେ ଲାଗିଛି। କଂଗ୍ରେସ ଅମଳରେ ଖଣିଜ ନୀତିରୁ ୫ ହଜାର କୋଟି ମିଳିଥିଲା, ମୋଦି ସରକାରରେ ଖଣିଜ ନୀତିରୁ ଓଡ଼ିଶାକୁ ୫୦ ହଜାର କୋଟି ମିଳୁଛି।

ଅଧିକ ପଢ଼ନ୍ତୁ: ଗ୍ରାଣ୍ଡ୍ ରୋଡରେ ଗ୍ରାଣ୍ଡ୍ ସୋ', ମୋଦିଙ୍କ ସମର୍ଥନରେ ଉଛୁଳିଲା ହଜାର ହଜାର ଲୋକଙ୍କ ଉତ୍ସାହ

Advertisment

DMF ପ୍ରସଙ୍ଗ ଉଠାଇ କହିଲେ ରାଜ୍ୟକୁ ଦେଇଛୁ ୨୬ ହଜାର କୋଟି ଟଙ୍କା, ସେଥିରେ ବି ଦୁର୍ନୀତି କରିଛନ୍ତି ବିଜେଡି ନେତା। ବିଜେଡିର ଭ୍ରଷ୍ଟାଚାରୀ ରାକେଟକୁ ନେଇ ଲୋକ ଅତିଷ୍ଠ ହେଲେଣି। ଚିଟଫଣ୍ଡ ଦୁର୍ନୀତିରେ ବିଜେଡି ଓଡ଼ିଶା ଲୋକଙ୍କୁ ଧୋକା ଦେଇଛି। ଓଡ଼ିଶାକୁ ବରବାଦ କରିଥିବା ଲୋକଙ୍କ ପାଇଁ ଏ ନିର୍ବାଚନ ସଜା ଦେବାର ସୁଯୋଗ। ଆପଣଙ୍କ ଭୋଟ ହିଁ ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ ବୋଲି ଭୋଟରଙ୍କୁ ନିବେଦନ କରିଥିଲେ ମୋଦି।

କଟକ ନିର୍ବାଚନୀ ସଭା ମଞ୍ଚରୁ ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ବି ଟାର୍ଗେଟ୍ କରିଥିଲେ ମୋଦି। କହିଥିଲେ- ଲୋକ କହୁଛନ୍ତି ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି। ରତ୍ନଭଣ୍ଡାର ଚାବି ତାମିଲନାଡୁ ଯିଏ ନେଇଛି, ସେଭଳି ଲୋକକୁ ଓଡ଼ିଶାବାସୀ ଜମା କ୍ଷମା କରିବେନି। ରତ୍ନଭଣ୍ଡାର ଯାଞ୍ଚ କମିଟି ରିପୋର୍ଟକୁ ଚାପି ଦିଆଯାଇଛି। ବିଜେପି ସରକାର ଆସିବା କ୍ଷଣି ଚାବିର ରାଜ୍ ଖୋଲିବ ଓ ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ। ଯଦି ସେଥିରେ କିଛି ଗଡ଼ବଡ଼ି ଥିବ, ତେବେ ମୋଦି କାହାକୁ ଛାଡ଼ିବ ନାହିଁ ବୋଲି ଗ୍ୟାରେଣ୍ଟି ଦେଇଥିଲେ ପ୍ରଧାନମନ୍ତ୍ରୀ । 

କଟକ ପୂର୍ବରୁ ଅନୁଗୁଳରେ ବି ରାଜ୍ୟ ସରକାରଙ୍କୁ ଧୁମ୍ ଧୂଲେଇ କରିଥିଲେ ମୋଦି। ପଚାରିଥିଲେ-ପ୍ରାକୃତିକ ସଂପଦରେ ଭରପୁର ଓଡ଼ିଶାରେ ଏ ଜୀବନଯୁଦ୍ଧ କାହିଁକି? କାମଧନ୍ଦା ପାଇଁ ଆଜି ହଜାର ହଜାର ଯୁବକ କାହିଁକି ବାହାରକୁ ଯାଉଛନ୍ତି ? ଓଡ଼ିଶା ବରବାଦିର କାରଣ ବିଜେଡି ସରକାର । କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ସିଏମ ନିବାସକୁ ଘେରି ରହିଛନ୍ତି। 

ପ୍ରଚାର ସଭା ଭିତରେ କଟକ ମଞ୍ଚରେ ବିଶିଷ୍ଟ ଘୋଡ଼ା ନାଚ ଗୁରୁ ଉତ୍ସବ ଦାସ, ଓଡ଼ିଶାରୁ ଅଯୋଧ୍ୟା ବାଇକ ଯାତ୍ରା କରିଥିବା ନିରୋଦ ବେହେରା ଏବଂ ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀଙ୍କୁ ବି ସମ୍ବର୍ଦ୍ଧିତ କରିଥିଲେ ପ୍ରଧାନମନ୍ତ୍ରୀ। ସେହିପରି ଅନୁଗୁଳ ସଭାକୁ ପ୍ରଚଣ୍ଡ ଖରା ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ହ୍ୱିଲ ଚେୟାରରେ ଆସିଥିବା ଦିବ୍ୟାଙ୍ଗ ଯୁବକ ଅଂଶୁମାନ ମହାପାତ୍ରଙ୍କ ଉତ୍ସାହକୁ ଦେଖି ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆ 'X' ପେଜରେ ପ୍ରଶଂସା କରିଛନ୍ତି।

ଅଧିକ ପଢ଼ନ୍ତୁ: ବରଗଡ଼ରେ ନିର୍ବାଚନୀ ହିଂସା, ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା

BJD BJP Congress PM Narendra Modi Odisha Politics General Election 2024
Advertisment
Advertisment