Advertisment

ଅନୁଗୁଳ ଏଥର କାହାର ? ଭୋଟ୍ ହାତେଇବାକୁ ତିନି ଦଳର ପ୍ରାର୍ଥୀଙ୍କ ମାରାଥନ୍ ପ୍ରଚାର

କାହାର ହେବ ଅନୁଗୁଳ ବିଧାନସଭା ଆସନ ? କାହା ସପକ୍ଷରେ ଯିବ ଜନମତ ? ବିଜେପି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଟିକେଟ ଦେଇଥିବା ବେଳେ ବିଜେଡ଼ି ବିଧାୟକ ରଜନୀକାନ୍ତ ସିଂହଙ୍କ ପତ୍ନୀ ସଂଯୁକ୍ତା ସିଂଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଛି।

author-image
Manoranjan Behera
Angul Politics

Angul Politics

ଅନୁଗୁଳ ବିଧାନସଭା ଆସନରେ ଏଥର ହେବ ତ୍ରିମୁଖୀ ଲଢେଇ। ବିଜେଡିରୁ ବିଧାୟକ ପ୍ରାର୍ଥୀ ସଂଯୁକ୍ତା ସିଂହ ହୋଇଥିବା ବେଳେ ବିଜେପି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉପରେ ଭରସା କରିଛି। ଏପଟେ କଂଗ୍ରେସରୁ ଅମ୍ବିକା ପ୍ରସାଦ ଭଟ୍ଟ ଓହ୍ଲାଇଛନ୍ତି ମୈଦାନକୁ। ଟିକେଟ ଘୋଷଣା ପରେ ସମସ୍ତ ପ୍ରାର୍ଥୀ ଏବେ ଗ୍ରାଉଣ୍ଡରେ  ଜୋରସୋରରେ ଚଳାଇଛନ୍ତି କ୍ୟାମ୍ପେନ।

Advertisment

କାହାର ହେବ ଅନୁଗୁଳ ବିଧାନସଭା ଆସନ ? କାହା ସପକ୍ଷରେ ଯିବ ଜନମତ ? ବିଜେପି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଟିକେଟ ଦେଇଥିବା ବେଳେ ବିଜେଡ଼ି ବିଧାୟକ ରଜନୀକାନ୍ତ ସିଂହଙ୍କ ପତ୍ନୀ ସଂଯୁକ୍ତା ସିଂଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଛି। କଂଗ୍ରେସ ପକ୍ଷରୁ ପୁରୁଖା ନେତା ଅମ୍ବିକା ପ୍ରସାଦ ଭଟ୍ଟଙ୍କୁ ମଇଦାନକୁ ଓହ୍ଲାଇଛି। ଗାଁ ଗାଁରେ ସଭା, ସମ୍ମିଳନୀ କରି ଜନ ସମର୍ଥନ ଗୋଟାଉଛନ୍ତି ତିନି ଦଳର ପ୍ରାର୍ଥୀ। ବିଜେଡି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ପ୍ରଚାର କରୁଛି।

ଗତ ନିର୍ବାଚନରେ କଡ଼ା ଟକ୍କର ଦେଇ ପରାଜିତ ହୋଇଥିବା ବିଜେପିର ପ୍ରତାପ ଚନ୍ଦ୍ର ପ୍ରଧାନ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି। ଏପଟେ ବିଜେଡି ଓ ବିଜେପିର କଡ଼ା ମୁକାବିଲା ଦେଖିବାକୁ ଅନୁଗୁଳ ଅପେକ୍ଷା କରିଥିବା ବେଳେ କଂଗ୍ରେସ ନେଇପାରେ ନିର୍ଣ୍ଣାୟକ ଭୂମିକା। ପୁରୁଖା ତଥା ଅଭିଜ୍ଞ ନେତା ଅମ୍ବିକା ପ୍ରସାଦ
ଭଟ୍ଟ ଚଳିତଥର ମୈଦାନକୁ ଓହ୍ଲାଇବା ସହ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଜୋରଦାର କସରତ ଆରମ୍ଭ କରିଛନ୍ତି।

Advertisment

୨୦୧୯ରେ ବିଜେଡିର ରଜନୀକାନ୍ତ ସିଂହ କ୍ରମାଗତ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିଲେ। ରଜନୀକାନ୍ତ ୬୫ ହଜାର ୩୮୮ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ପ୍ରତାପ ଚନ୍ଦ୍ର ପ୍ରଧାନ ୫୬ ହଜାର ୫୬୫ ଖଣ୍ଡ ଭୋଟ୍ ପାଇଁ ଦ୍ୱିତୀୟ ସ୍ଥାନ ଓ କଂଗ୍ରେସର ବିପ୍ଳବ କୁମାର ଜେନା ୩୦ ହଜାର ୫୭୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।

ନିର୍ବାଚନ ବୈତରଣୀ ପାର ହେବା ନେଇ ଏବେ ପ୍ରମୁଖ ତିନି ଦଳର ପ୍ରାର୍ଥୀ ଆରମ୍ଭ କଲେଣି କସରତ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ଓ କୃଷକଙ୍କ ସମସ୍ୟା ସହ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ନ ମିଳିବା ଏବଂ ବିସ୍ଥାପନ ସମସ୍ୟା ନିର୍ବାଚନରେ ପ୍ରମୁଖ ଫ୍ୟାକ୍ଟର ରୂପେ କାମ କରିବ। ଛକାପଞ୍ଝା ରାଜନୀତି ଅନୁଗୁଳ ଲଢ଼େଇକୁ ରୋଚକ କରିଥିବା ବେଳେ ଜନମତ କାହା ସପକ୍ଷରେ ଯିବ, ତାହା ଉପରେ ସମସ୍ତଙ୍କ ନଜର।

BJD BJP Congress Odisha Politics General Elections 2024
Advertisment
Advertisment