୧୮ ବର୍ଷୀୟ ପ୍ରଭୁଦତ୍ତ ସତରେ କମାଲ୍ କରି ଦେଖାଇଛନ୍ତି। ଲକଡାଉନ୍ ବେଳେ ସେ ନିଜ ସାଇକେଲକୁ ବୁଦ୍ଧି ଖର୍ଚ୍ଚ କରି ଇ-ସାଇକେଲ କରିଦେଲେ। ଖୁବ୍ ଅଳ୍ପ ଟଙ୍କା ଦରକାର ଏଥିପାଇଁ। ଥରଟିଏ ଚାର୍ଜ ହେଲେ ଯାଉଛି ୩୫ କମି। ବାଟରେ ଯଦି ଚାର୍ଜ ସରିଗଲା ତେବେ ଚିନ୍ତା ନାହିଁ। ପେଡାଲ୍ ମାରି ସାଇକେଲ ଚଳାଇଲେ ତାହା ରିଚାର୍ଜ ହେଇଯିବ।
ମାତ୍ର ୩୪ ସେକେଣ୍ଡରେ ଶହେରୁ ଏକ ଯାଏ ଓଲଟା ଗଣନା । ଅନ୍ଲାଇନ୍ରେ ହୋଇଥିବା ଏହି ପ୍ରତିଯୋଗିତାରେ ଅନୁଗୁଳର ୭ ବର୍ଷର ଆଶୀର୍ବାଦ ରେକର୍ଡ କରିଛନ୍ତି । ଏହି ବିସ୍ମୟ ବାଳକଙ୍କୁ ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ରେ ସ୍ଥାନ ମିଳିଛି ।
ଜନସାଧାରଣଙ୍କ ନିରାପତ୍ତା ଦୃଷ୍ଟିରୁ ଆଜି ସକାଳ ୭ଟାରୁ ଜାନୁୟାରୀ ୩୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ନେଇ ଅନୁଗୋଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ସୂଚନା ଦେଇଛନ୍ତି ।
ରାଣାପ୍ରତାପଙ୍କ ବିୟୋଗରେ ତାଙ୍କର ଜନ୍ମ ମାଟି ତାଙ୍କୁ ଝୁରୁଛି । ପରିବାର ଏବଂ ଗାଁ ଲୋକେ ରାଣାପ୍ରତାପଙ୍କ ଶେଷ ଦର୍ଶନ ପାଇଁ ଚାହିଁ ରହିଛନ୍ତି । ଗତ ୮ ତାରିଖରେ ତାମିଲନାଡ଼ୁ କୁନ୍ନୁର ନିକଟରେ ବାୟୁସେନାର ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ମୁଖ୍ୟମନ୍ତ୍ରୀଙ୍କୁ ସାଢ଼େ ୪ କୋଟି ଓଡ଼ିଆଙ୍କ ଠାକୁର କହି ବିବାଦରେ ଉପବାଚସ୍ପତି ରଜନୀକାନ୍ତ ସିଂହ । ଅନୁଗୁଳ ସଭାରେ ଉପବାଚସ୍ପତିଙ୍କ ଏପରି ବୟାନକୁ ନେଇ ତେଜିଛି ରାଜନୀତି ।
ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତକୁ BJP ଓ କଂଗ୍ରେସ ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉଭୟ ଦଳର ନେତା ମାନଙ୍କୁ ଉଠାଇନେଇଛି ପୋଲିସ ।
ନିଯୁକ୍ତି ନାଁରେ ହଜାରେରୁ ଅଧିକ ପିଲାଙ୍କୁ ଠକିଥିବା ଅଭିଯୋଗରେ ଗିରଫ ହେଲେ ଦମ୍ପତି। ଅନୁଗୁଳ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଏହି ଠକ ଦମ୍ପତିଙ୍କୁ ଗିରଫ କରିଛି। ଚିରଫ ଦମ୍ପତି ହେଲେ ରାଉରକେଲାର ଚୈତାଳି ମୁଖାର୍ଜୀ ଓ ତାଙ୍କ ସ୍ୱାମୀ ମର୍ଗଙ୍କ ଗୁପ୍ତା।
ଗତକାଲି ତୁଳନାରେ ଆଜି ରାଜ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି। ଗତ ୨୪ ଘଣ୍ଟାରେ ୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୮ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟରୁ ଜଣାଯାଇଛି ।
ଜିଲ୍ଳାରେ ଶିଳ୍ପ ଓ ଖଣି ଖାଦାନର ସଂଖ୍ୟା ଅଧିକ ଥିବାବେଳେ ସେହି ଅନୁପାତରେ ବଢିଚାଲୁଛି ଟ୍ରକର ସଂଖ୍ୟା । ସଡ଼କ ପଥରେ କୋଇଲା ପରିବହନ ସହ ଶିଳ୍ପାନୁଷ୍ଠାନ ପାଇଁ ଆବଶ୍ୟକୀୟ କଞ୍ଚାମାଲ ଏବଂ ଶିଳ୍ପାନୁଷ୍ଠାନର ଉତ୍ପାଦିତ ସାମଗ୍ରୀ ତଥା ଅନ୍ୟାନ୍ୟ କାର୍ଯ୍ୟପାଇଁ ଟ୍ରକଗୁଡିକର ବ୍ୟବହାର ହୋଇଥାଏ ।
ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ଥିତି ଫେରିନଥିଲେ ବି ଧିରେ ଧିରେ ସାଷ୍ଟମ ହେବାକୁ ଚେଷ୍ଟା କରୁଛି ମନୋରଂଜନ ଦୁନିଆ । କରୋନା କଟକଣା କୋହଳ ହେବା ପରେ ଗାଇଡ୍ଲାଇନ୍ ମାନି ଚାଲିଛି ଲୋକପ୍ରିୟ ମନୋରଂଜନ ଚ୍ୟାନେଲ୍ ତରଙ୍ଗର ସିରିଏଲ ସୁଟିଂ ।
ରାସ୍ତାକଡ଼ରେ ୨ ନବଜାତଙ୍କ ମୃତଦେହ ଠାବ ଅନୁଗୁଳ ବଅଁରପାଳ ରାସ୍ତା କଡ଼ରେ ୨ ନବଜାତକଙ୍କ ମୃତଦେହ ଠାବ ବଅଁରପାଳ ମହୀଧରପୁର ଉପରସାହି ରାସ୍ତାକଡ଼ରେ ପଡ଼ିରହିଛି ମୃତଦେହ ୨ଟି ମୃତଦେହ ଜବତ କରି ବଅଁରପାଳ ପୋଲିସର ତଦନ୍ତ ବଅଁରପାଳ : ଅନୁଗୁଳର ବଅଁରପାଳରେ ଅଭାବନୀୟ ଘଟଣା। ରାସ୍ତାକଡ଼ରୁ ଠାବ ହୋଇଛି ୨ ନବଜାତଙ୍କ ମୃତଦେହ । ମହୀଧରପୁର ଉପରସାହି ନିକଟ ରାସ୍ତାକଡ଼ରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । କେହି ଦୁଇ ନବଜାତଙ୍କୁ ଫିଙ୍ଗିଥିବା ସନ୍ଦେହ କରାଯାଉଛି । […]
ଅନୁଗୁଳ: ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ବ୍ୟବସାୟୀ ସୁଶୀଲ ଅଗ୍ରଓ୍ୱାଲ। ଅନୁଗୁଳ ସଦର ପୋଲିସ୍ ସୁଶୀଲଙ୍କୁ ଗିରଫ କରିଛି। ସୁଶୀଲ ଓ ତାଙ୍କର ଜଣେ ବ୍ୟବସାୟୀ ବନ୍ଧୁଙ୍କଠାରୁ ଅନୁଗୁଳର ଜଣେ ଶିକ୍ଷକ ବଂଶୀଧର ଦେହୁରୀ ଟଙ୍କା କରଜ ନେଇଥିଲେ। ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ବାବଦକୁ ୨୫ ଲକ୍ଷ ଟଙ୍କା ସୁଧ ଆକାରରେ ଦେଇଥିବା ଅଭିଯୋଗ ହୋଇଛି। ଟଙ୍କା ଉଦ୍ଧାର ଆଣିବା ପରେ ମାସକୁ ମାସ ସୁଧ ସହ ଋଣ ଶୁଝୁଥିଲେ ଶିକ୍ଷକ ଜଣକ। ମାତ୍ର […]
ପାଳଲହଡ଼ା : (ରବି ନାରାୟଣ ପ୍ରଧାନ) : ଟ୍ରାକ୍ଟରକୁ ପିଟିଲା ଟ୍ରଲର । ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଝିମିରିପାଲି ନିକଟରେ ଆଜି ସକାଳେ ଗୋଟିଏ ଟ୍ରାକ୍ଟରକୁ ଦୃତ ଗତିରେ ଯାଉଥିବା ଏକ ଟ୍ରଲର ପଛପଟୁ ଧକ୍କା ଦେଇଛି । ଫଳରେ ଟ୍ରାକ୍ଟରରେ ବସି ଯାଉଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଶ୍ରମିକ ଗୋଡ଼ାପଦା ଗାଁର […]
ଅନୁଗୁଳ : ( ରିପୋର୍ଟ- ବିରଜା ପ୍ରସାଦ ଦାଶ ) ସେବାର ଅନ୍ୟନାମ କିନ୍ନର ଚିନ୍ମୟୀ ଦାସ । ମାନବ ସେବା ହିଁ ମାଧବ ସେବା ଧର୍ମକୁ ଜୀବନର ବ୍ରତ କରିଛନ୍ତି । ଭୋକିଲାକୁ ଦାନା ଆଉ ଦରିଦ୍ରକୁ କନା ଖଣ୍ଡେ ଦେଇ ଆତ୍ମତୃପ୍ତିର ଜୀବନ ଜିଉଁଛନ୍ତି । ଜୀବନର ଅଙ୍କାବଙ୍କା ରାସ୍ତାରେ ନିର୍ଯାତନା ଓ ପ୍ରତାରଣା ତାଙ୍କୁ ସଂଗ୍ରାମରେ ହରାଇପାରିନି । ସେ କାହା ପାଇଁ ମମତାମୟୀ ମା’ ତ ଆଉ କାହା ପାଇଁ ସ୍ନେହରେ […]
ଅନୁଗୁଳ: ଲାଞ୍ଚ ନେବା ବେଳେ ଅନୁଗୁଳ ଜିଲ୍ଲା ଟାପଢ଼ୋଲ ଫାଣ୍ଡି ଏଏସ୍ଆଇ ଗଜେନ୍ଦ୍ର ବେହେରା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସୂଚନାଯୋଗ୍ୟ, କନ୍ତପଡ଼ା ଗାଁର ଜଗନ୍ନାଥ ବେହେରା ଓ ତାଙ୍କ ପୁଅଙ୍କ ନାମରେ ଏକ ମାଡ଼ପିଟ୍ ମାମଲା ରହିଥିଲା। ଏହାର ରଫାଦଫା କରିବା ସହ ମାମଲାରୁ ଜଗନ୍ନାଥଙ୍କ ପୁଅଙ୍କ ନାମକୁ ହଟାଇବା ପାଇଁ ଗଜେନ୍ଦ୍ର ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଜଗନ୍ନାଥ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ଗଜେନ୍ଦ୍ର ଫାଣ୍ଡିରେ ଟଙ୍କା ନେବାବେଳେ ଭିଜିଲାନ୍ସର ସ୍ୱତନ୍ତ୍ର […]
ଅନୁଗୁଳ: ପୁଣି ଥରେ ଶବରୁ ଗାଏବ ହୋଇ ଯାଇଛି ଆଖି । ଘଟଣା ଘଟିଛି ସେଇ ଅନୁଗୁଳ ମେଡିକାଲରେ । ଗୋଟିଏ ସପ୍ତାହରେ ଦୁଇ ଥର ଏପରି କାଣ୍ଡ ଘଟୁଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡାରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ନୀତିକାନ୍ତି ପରେ ଦିନ ୧୧ଟାରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରି ରଥାରୂଢ କରା ଯାଇଥିଲା। ପାଲଲହଡା ଗଡଜାତ ରାଜ୍ୟର ରାଜା ସାହେବ ରାମଚନ୍ଦ୍ର ମୁନିପାଳ ରଥରେ ଛେରା…
ଅନୁଗୁଳ(ବିରଜା ପ୍ରସାଦ ଦାଶ): ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ଜଣ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି ଜଣେ ନିଖୋଜ ଅଛନ୍ତି। ଏଯାଏ ତାଙ୍କର କୌଣସି ପତ୍ତା ମିଳୁନାହିଁ। ଆଜି କୋଇଲା ଖଣିରୁ ଏକ…
ଅନୁଗୁଳ: ତାଳଚେର ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ଏକ ଅଘଟଣ ଘଟିଛି। କୋଇଲା ବ୍ଲାଷ୍ଟିଂ ବେଳେ ମାଟି ଧସି ଯିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗତକାଲି ରାତି ସାଢ଼େ ୧୦ଟାରୁ…
ଅନୁଗୁଳ( ବିରଜା ଦାସ) : ଭୂତ ବଖାଣୁଛି ମୃତ୍ୟୁ ପଛର ରହସ୍ୟ। ଏମିତି ଦୃଶ୍ୟ ଆପଣ ନିଶ୍ଚୟ କୌଣସି ଫିଲ୍ମ କି ଟିଭି ଧାରାବାହିକରେ ଦେଖିଥିବେ । ଆଉ ମଧ୍ୟ କୌଣିସ ଗପ ଉପନ୍ୟାସରେ ପଢ଼ିଥିବେ। କିନ୍ତୁ ବାସ୍ତବରେ ଏମିତି କଥା…