Advertisment

୩ ନୂଆ SPଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ, କଟକ ଡିସିପି ହେଲେ ପ୍ରକାଶ ଆର୍‌

ଏହି ୩ ଅଫିସରଙ୍କୁ କଟକ, ଅନୁଗୁଳ ଓ ରାଉରକେଲା ଏସ୍‌ପି ଭାବେ ଦାୟିତ୍ୱ ମିଳିଛି। ପ୍ରକାଶ ଆର୍ ହେଉଛନ୍ତି କଟକର ନବନିଯୁକ୍ତ ଡିସିପି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Cuttack New DCP

Cuttack New DCP

ରାଜ୍ୟରେ ସାଧାରଣ ନିର୍ବାଚନକୁ ନିରପେକ୍ଷ ଓ ଅବାଧ କରିବା ପାଇଁ କିଛିଦିନ ପୂର୍ବେ ୮ ଅଧିକାରୀଙ୍କୁ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ। ଏହି ୮ ଜଣଙ୍କ ଅଫିସରଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂଙ୍କ ସମେତ ୨ ଜିଲ୍ଲାପାଳ ଓ ୫ ଏସ୍‌ପି ଥିଲେ । ତେବେ ଏହି ଖାଲିଥିବା ପଦବୀ ମଧ୍ୟରୁ ୩ ଡିଏସ୍‌ପି ପଦବୀ ଆଜି ପୂରଣ ହୋଇଛି।

Advertisment

ଏହି ୩ ଅଫିସରଙ୍କୁ କଟକ, ଅନୁଗୁଳ ଓ ରାଉରକେଲା ଏସ୍‌ପି ଭାବେ ଦାୟିତ୍ୱ ମିଳିଛି। ପ୍ରକାଶ ଆର୍ ହେଉଛନ୍ତି କଟକର ନବନିଯୁକ୍ତ ଡିସିପି । ସେହିପରି ବ୍ରିଜେଶ କୁମାର ରାୟଙ୍କୁ ରାଉରକେଲାର ଏସପି ଓ ଉମାଶଙ୍କର ଦାଶଙ୍କୁ ଅନୁଗୁଳର ଏସପି ଭାବେ ନିଯୁକ୍ତ କରିଛନ୍ତି ନିର୍ବାଚନ କମିଶନ । ଆଶିଷ ସିଂଙ୍କ ବଦଳରେ ସଞ୍ଜୟ କୁମାର କୌଶଲ ହେଲେ କେନ୍ଦ୍ରାଞ୍ଚଳ ଆଇଜି । ରାଜ୍ୟ ସରକାର ପଠାଇଥିବା ତାଲିକା ମଧ୍ୟରୁ ଏହି ତିନି ଅଧିକାରୀଙ୍କ ନାଁକୁ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି। ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପଢନ୍ତୁ ଏହି ଖବର: ନିର୍ବାଚନ କମିଶନଙ୍କ କଡ଼ା ପଦକ୍ଷେପ, କ୍ଷମତା ଅପବ୍ୟବହାର ରୋକିବାକୁ ଜିଲ୍ଲାପାଳ-SPଙ୍କୁ ବଦଳି

Advertisment

କିଛି ଦିନ ପୂର୍ବେ କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ଆଶିଷ ସିଂଙ୍କ ସମେତ କଟକ ଡିସିପି କନୱର ବିଶାଳ ସିଂ, ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ଖୋର୍ଦ୍ଧା ଏସପି ଯୁଗଳ କିଶୋର ବାନୋଥ, ବ୍ରହ୍ମପୁର ଏସପି ଶର୍ବଣା ବିବେକ ଏମ୍ , ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ବଦଳି କରାଯାଇଥିଲା। ଏହି ଆଇପିଏସଙ୍କ ବ୍ୟତୀତ କଟକ ଜିଲ୍ଲାପାଳ ଭିନିତ୍ ଭରଦ୍ୱାଜ ଏବଂ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରିଙ୍କୁ ମଧ୍ୟ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ଏବେ ସେହି ସବୁ ପଦବୀରେ ଅନ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉଛି।

Election Commission
Advertisment
Advertisment