Advertisment

୮ ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର

ମୃତ ନାବାଳକଟି ଟିକରପଡ଼ା ଘାଟ ସାହି ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଦେଖାଦେଇଛି।

author-image
Manoranjan Behera
Crocodile Attack

Crocodile Attack

୮ ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର। ଅନୁଗୁଳରୁ ଆସୁଛି ଏମିତି ଏକ ଅଘଟଣର ଖବର। ଅନୁଗୁଳ ଜିଲ୍ଲା ଟିକରପଡା ମହାନଦୀ କୂଳରେ ନାବାଳକ ଖେଳୁଥିବା ବେଳେ ତାକୁ ଟାଣି ନେଇଛି କୁମ୍ଭୀର। ଅଘଟଣର କିଛି ସମୟ ପରେ ନାବାଳକର ମୃତଦେହକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।

Advertisment

ମୃତ ନାବାଳକଟି ଟିକରପଡ଼ା ଘାଟ ସାହି ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଦେଖାଦେଇଛି। ମୃତ ନାବାଳକଙ୍କ ନାଁ ସମୀର ନାଏକ। ତାଙ୍କ ଘର ଟିକରପଡ଼ା ଘାଟସାହିରେ। ତାଙ୍କ ବାପାଙ୍କ ନାଁ ସୁରେଶ ନାଏକ। 

ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ପିଲାଟିକୁ ମହାନଦୀରେ ଖୋଜାଖୋଜି କରିଥିଲେ। ଖୋଜାଖୋଜି କରିବାର କିଛି ସମୟ ପରେ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପିଲାଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତା’ ସହିତ ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ମୃତ ନାବାଳକ ସମୀର ନାଏକଙ୍କ ନିକଟତମ ଆତ୍ମୀୟଙ୍କୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। 

୮ ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର
ଅନୁଗୁଳ: ୮ ବର୍ଷର ବାଳକକୁ ମହାନଦୀକୁ ଟାଣିନେଲା କୁମ୍ଭୀର
ଟିକରପଡା ମହାନଦୀ କୂଳରେ ଖେଳୁଥିବା ବେଳେ ଟାଣିନେଲା
ମହାନଦୀରୁ ବାଳକର ମୃତଦେହ ଉଦ୍ଧାର କଲେ ଲୋକେ
ମୃତ ନାବାଳକଟି ଟିକରପଡ଼ା ଘାଟ ସାହି ଅଞ୍ଚଳର ସୂଚନା

Crocodile Attack
Advertisment
Advertisment