Advertisment

ଦୁର୍ଘଟଣାଗ୍ରସ୍ତ ହାଇୱାକୁ ପିଟିଲା ବସ୍; ଜଣେ ମୃତ ଓ ୨୦ରୁ ଅଧିକ ଆହତ

ଡଲଫିନ୍ ନାମକ ଏକ ଘରୋଇ ନାଇଟ କୋଚ୍ ବସ୍ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା। ଆଜି ଭୋର ୪ଟା ସମୟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସ୍ ଡ୍ରାଇଭରର ମୃତ୍ୟୁ ଘଟିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Anugul Road Accident

Road Accident

୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ଜରପଡ଼ା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ରାସ୍ତାରେ ଠିଆ ହୋଇଥିବା ଦୁର୍ଘଟଣାଗ୍ରସ୍ତ ହାଇୱାକୁ ପିଟିଲା ବସ୍। ଦୁର୍ଘଟଣାରେ ଜଣେ ମୃତ ଓ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ବସ୍ ଟି ଛତିଶଗଡ଼ କୋରବାରୁ ପୁରୀ ଆସୁଥିବା ବେଳେ ଦୁର୍ଘଟଣା ହୋଇଛି।

Advertisment

ଡଲଫିନ୍ ନାମକ ଏକ ଘରୋଇ ନାଇଟ କୋଚ୍ ବସ୍ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା। ଆଜି ଭୋର ୪ଟା ସମୟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସ୍ ଡ୍ରାଇଭରର ମୃତ୍ୟୁ ଘଟିଛି। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଅଂଶଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସୂଚନାଯୋଗ୍ୟ,ଗତକାଲି ରାତିରେ ଏନ୍ଏଚ୍ ୫୫ ଜରପଡ଼ା ଛକ ନିକଟରେ ଏକ ବାଲି ବୋଝେଇ ହାଇୱାଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଆଜି ଭୋର ସମୟରେ ବସ୍‌ଟି ହାଇୱାକୁ ଧକ୍କା ଦେଇଥିଲା।

ଅଧିକ ପଢ଼ନ୍ତୁ: ମଝି ନଈରେ ବୁଡିଗଲା ଯାତ୍ରୀବାହୀ ଡଙ୍ଗା; ୪ ଜଣଙ୍କ ସଲିଳ ସମାଧି, ଏକାଧିକ ଶିଶୁ ନିଖୋଜ

Advertisment

ଗତକାଲି ଯାଜପୁରର ଏନ୍ ଏଚ୍ -୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ରୁ ତଳକୁ ଖସି ପଡ଼ିଥିଲା ଗୋଟିଏ ଯାତ୍ରୀବାହୀ ବସ୍ । ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ଆଇସିୟୁରେ ଚାଲିଛି ଚିକିତ୍ସା। ପ୍ରାଥମିକ ଅବସ୍ଥାରେ ଆହତ ଯାତ୍ରୀମାନଙ୍କୁ ଧର୍ମଶାଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ନିଜେ ସିଡିଏମ ଓ ଗୋଟିଏ ଟିମ ସହ ଦୁର୍ଘଟଣାସ୍ଥଳକୁ ଆସିଥିଲେ।

ଖବର ପାଇ ତୁରନ୍ତ ପୋଲିସ୍ ଓ ଉଦ୍ଧାରକାରୀ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଏସପି ଓ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ। କୁହାଯାଉଛି ଯେ ଗାଡ଼ିର ବେଗ ଅଧିକ ଥିବାରୁ ଡ୍ରାଇଭର ଜଣଙ୍କ ଏହା ଉପରକୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା ଓଭରବ୍ରିଜ୍‌ରୁ ସିଧା ତଳକୁ ଖସିପଡ଼ିଛି। ବସଟି ପୁରୀରୁ ଗତକାଲି ଦିନ ୪ଟାରୁ ବାହାରିଥିଲା। ଏହା ପଶ୍ଚିମବଙ୍ଗର ହଳଦିଆ ଯିବାର ଥିଲା। ଏଥିରେ ୫୦ରୁ ଅଧିକ ଯାତ୍ରୀଥିଲେ। କିନ୍ତୁ ଅଧା ବାଟରେ ଏପରି ଦୁର୍ଘଟଣା ଘଟିଛି।

କେନ୍ଦୁଝରର ୨୦ ନମ୍ବର ଜାତୀୟ ରାଜପଥ ଦୁରପଦା ଛକ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଛି। ରାସ୍ତାପାର ବେଳେ ଯୁବକଙ୍କୁ ଧକ୍କା ଦେଇ ବାଇକ୍‌କୁ ପିଟିଲା ଟ୍ରକ୍। ସିରିଜ୍ ଦୁର୍ଘଟଣାରେ ୨ ମୃତ ଓ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ଏକ ଦୋକାନ ନିକଟରେ ଛିଡା ହୋଇଥିବା ସମୟରେ ଭାରସାମ୍ୟ ହରାଇ ଏକ ଟ୍ରକ ଜଣଙ୍କ ଉପରେ ମାଡିଯାଇଥିଲା। ପରେ ଏକ ବାଇକକୁ ପିଟିଥିଲା ଟ୍ରକ୍। ଫଳରେ ରାସ୍ତା ପାର୍ ହେଉଥିବା ଯୁବକଙ୍କ ସହ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଜଳିଯାଇଛି ବାଇକ୍। ଟ୍ରକ୍ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।

Road Mishap Road Accident Accident
Advertisment
Advertisment