/odishatv-khabar/media/post_attachments/uploadimage/library/16_9/16_9_0/Accident_1714185755.jpg)
Accident
ଟ୍ରକ୍ ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ । ଅନୁଗୁଳର ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚମହଲା ନିକଟରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏକ ମାଲବାହୀ ଟ୍ରକ ବାଇକକୁ ପଛପଟୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ ୩ ଜଣ ଯୁବକ ଏକ ବାଇକରେ ଅନୁଗୁଳ ଆଡ଼କୁ ଆସୁଥିବା ବେଳେ ପଞ୍ଚମହଲା ନିକଟରେ ଏକ ଟ୍ରକ ସେମାନଙ୍କୁ ପଛରୁ ଧକ୍କା ଦେବା ସହ କିଛି ବାଟ ଘୋଷାଡି ନେଇଥିଲା । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ପରିଚୟ ମିଳିଛି । ଏମାନେ ସମସ୍ତେ ଡେରେଜାଙ୍ଗ ଗାଁର ସୁବ୍ରତ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ, କୃପା ଦେହୁରୀ । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ।
#ଟ୍ରକ୍_ଧକ୍କାରେ_୩_ମୃତ
-ଅନୁଗୁଳ: ଟ୍ରକ୍ ଧକ୍କାରେ ୩ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ
-ଏନ୍ଏଚ୍ ୫୫ ପଞ୍ଚମହଲା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା
-୩ ଯୁବକ ବାଇକରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ
-୩ ମୃତକଙ୍କ ପରିଚୟ ମିଳିନି, ଘଟଣାସ୍ଥଳରେ ଉତ୍ତେଜନା#Angul#Accident#OTVpic.twitter.com/6srw4Z6fyA— ଓଟିଭି (@otvkhabar) April 27, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)