• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପୁରୀରେ ବିଶାଳ ରୋଡ୍‌ ସୋ’ କରିବା ପରେ ଅନୁଗୁଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନୁଗୁଳରେ ଆୟୋଜିତ ବିରାଟ ଜନସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୋଦି । ଓଡ଼ିଶା କଳାର ଧାମ, ପ୍ରତି ପରିବାରରେ କଳା ରହିଛି । ଜୀବନର ଲମ୍ବା ସମୟ ପାର୍ଟିର ସଂଗଠନରେ ଲଗାଇଛି । ସକାଳ ଦଶଟାରେ ଏ ଭିଡ଼ ଦେଖି ମୁଁ ଅଭିଭୂତ। ସକାଳ ୭ଟାରେ ପୁରୀରେ ଆଶ୍ଚର୍ଯ୍ୟଜନକ ଭିଡ଼ ଦେଖିଲି । ପ୍ରଭୁ ଜଗନ୍ନାଥ ଯେ କୌଣସି ଲୋକର ଆଶା ପୂରଣ କରନ୍ତି । ଓଡ଼ିଶାର ସୁଖ ସମୃଦ୍ଧି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶିଷ ମାଗିଲି । ସେହିପରି ସମସ୍ତଙ୍କୁ ଭୋଟ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ ।

ସେ କହିଛନ୍ତି, ସାରା ଦେଶବାସୀ ମୋଦି ସରକାରଙ୍କୁ ତୃତୀୟ ଥର ଆଣିବାକୁ ଚାହୁଁଛନ୍ତି । ନିର୍ବାଚନୀ ପର୍ବରେ ନବଯୁବକଙ୍କ ଉତ୍ସାହ ସର୍ବତ୍ର ଦେଖିବାକୁ ମିଳୁଛି । ଓଡ଼ିଶାର ପୁରପଲ୍ଲୀରେ ଗୋଟିଏ ନାରା ସବୁଠି ଗୁଞ୍ଜରିତ ହେଉଛି । ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ମୋଦିଙ୍କ ଟାର୍ଗେଟ୍‌ରେ ବିଜେଡି; କହିଲେ, ଏ ସରକାର ଯିବା ନିଶ୍ଚିତ..

ସେହିପରି ସେ ଆହୁରି କହିଛନ୍ତି, ବିଜେଡି ଉପରେ ରାଜ୍ୟବାସୀ ୨୫ ବର୍ଷ ଭରସା କରିସାରିଲେଣି । ବିଗତ ୨୫ ବର୍ଷରେ ଓଡ଼ିଶା ଲୋକଙ୍କୁ କ’ଣ ମିଳିଲା ? ଆଜି ବି ଚାଷୀ, ଯୁବବର୍ଗ କଷ୍ଟରେ ରହିଛନ୍ତି । କାମଧନ୍ଦା ପାଇଁ ଆଜି ହଜାର ହଜାର ଯୁବକ ବାହାରକୁ ଯାଉଛନ୍ତି । ପ୍ରାକୃତିକ ସଂପଦରେ ଭରପୁର ଓଡ଼ିଶାରେ ଏ ଜୀବନଯୁଦ୍ଧ କାହିଁକି ? ଓଡ଼ିଶାର ଗରିବୀ ଦେଖି ମୋ ହୃଦୟକୁ ବହୁତ କଷ୍ଟ ହେଉଛି । ମୋ ଓଡ଼ିଶାକୁ କିଏ ଏମିତି ବରବାଦ କରିଦେଲା । ଓଡ଼ିଶା ବରବାଦୀର କାରଣ ହେଲା ବିଜେଡି ସରକାର । ବିଜେଡି ସରକାର ପୂରା ଭ୍ରଷ୍ଟାଚାରୀଙ୍କ ଦ୍ୱାରା ଘେରି ରହିଛି । କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ପୂରା ଘେରି ରହିଛନ୍ତି । ଓଡ଼ିଶାକୁ ଡିଏମ୍‌ଏଫ୍ ଭାବେ ୨୬ ହଜାର କୋଟି ଟଙ୍କା ଦେଇଛୁ । ବିଜେଡି ଶାସନରେ ଓଡ଼ିଶା ସଂପଦ, ସଂସ୍କୃତି ସବୁ ଅସୁରକ୍ଷିତ ବୋଲି ଅନୁଗୁଳ ସଭାରେ କହିଛନ୍ତି ମୋଦି ।

ସେହିପରି ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ମଧ୍ୟ ବିଜେଡି ଉପରେ ବର୍ଷିଛନ୍ତି ମୋଦି । ସେ କହିଛନ୍ତି, ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ବି ସୁରକ୍ଷିତ ନୁହେଁ । ଗଲା ୬ ବର୍ଷ ହେଲାଣି ରତ୍ନଭଣ୍ଡାର ଚାବିର ପତ୍ତା ମିଳୁନି । ଆମ ଘରର ଚାବି ହଜିଲେ ଆମେ ପ୍ରଭୁ ଜଗନ୍ନାଥଙ୍କୁ ଡାକୁ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ଘର ଚାବି ମିଳିଯାଏ । ୬ ବର୍ଷ ହେଲାଣି କିନ୍ତୁ ରତ୍ନଭଣ୍ଡାର ଚାବି ମିଳୁନାହିଁ । ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଥିବା ଲୋକ ଦାୟୀ । ଯାଞ୍ଚ ରିପୋର୍ଟରେ କ’ଣ ଥିଲା, ଯାହା ପାଇଁ ବିଜେଡି ରିପୋର୍ଟ ଚାପିଛି । ଏ କ୍ଷେତ୍ରରେ ବିଜେଡି ଚୁପ୍‌ ରହିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି କ୍ଷିର-ପାଣି ଅଲଗା ହେବ । ବିଜେପି ସରକାର ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରିବ ବୋଲି କହିଛନ୍ତି ମୋଦି ।

 Live Updates: ଦ୍ବିତୀୟ ପର୍ଯ୍ୟାୟ ଭୋଟିଂର ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ...

OTV is now on Whatsapp

Join and get latest news update delivered to you via whatsapp

Join Now