• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀ... ଏଠି ସମସ୍ତଙ୍କ ଆଶା ଆକାଂକ୍ଷା ପୂରଣ କରେ ବୋଲି ଇଏ ପୁରୀ । ଆଜି ଏମିତି କିଛି କହି ପୁରୀବାସୀଙ୍କ ମନ ଜିଣିନେଇଛନ୍ତି ମୋଦି । ପୁରୀ ଗ୍ରାଣ୍ଡ ରୋଡ୍‌ରେ ଗ୍ରାଣ୍ଡ ରୋଡ୍‌ ସୋ’ କରିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ମୋଦି । କେବେଳ ଏତିକି ନୁହେଁ ସେ କହିଛନ୍ତି  ଓଡ଼ିଶା କଳାର ଧାମ, ପ୍ରତି ପରିବାରରେ କଳା ରହିଛି । ଜୀବନର ଲମ୍ବା ସମୟ ପାର୍ଟିର ସଂଗଠନରେ ଲଗାଇଛି । ସକାଳ ୭ଟାରେ ପୁରୀରେ ଆଶ୍ଚର୍ଯ୍ୟଜନକ ଭିଡ଼ ଦେଖିଲି । ପ୍ରଭୁ ଜଗନ୍ନାଥ ଯେକୌଣସି ଲୋକର ଆଶା ପୂରଣ କରନ୍ତି । ଓଡ଼ିଶାର ସୁଖ ସମୃଦ୍ଧି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶିଷ ମାଗିଲି । ଏତିକି କହିବା ସହ ସମସ୍ତଙ୍କୁ ବିଜେପିକୁ ଭୋଟ ଦେବାକୁ ଅପିଲ ମଧ୍ୟ କରିଚନ୍ତି ପ୍ରଧାନମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ଅନୁଗୁଳ-କଟକରେ ମୋଦିଙ୍କ ପ୍ରଚଣ୍ଡ ହମଲା ! 'ଓଡ଼ିଶାକୁ BJD ଦେଇଛି ଲ୍ୟାଣ୍ଡ-ସ୍ୟାଣ୍ଡ-ଖଣି ମାଫିଆ'

ପୁରୀରେ ବିଶାଳ ରୋଡ୍‌ ସୋ’ କରିବା ପରେ ଅନୁଗୁଳରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନୁଗୁଳରେ ଆୟୋଜିତ ବିରାଟ ଜନସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେଠାରେ ହିଁ ପୁରୀ ରୋଡ୍‌ ସୋ’ର ଅନୁଭୂତି ବଖାଣିଥିଲେ । ସେ କହିଥିଲେ, ସାରା ଦେଶବାସୀ ମୋଦି ସରକାରଙ୍କୁ ତୃତୀୟ ଥର ଆଣିବାକୁ ଚାହୁଁଛନ୍ତି । ନିର୍ବାଚନୀ ପର୍ବରେ ନବଯୁବକଙ୍କ ଉତ୍ସାହ ସର୍ବତ୍ର ଦେଖିବାକୁ ମିଳୁଛି । ଓଡ଼ିଶାର ପୁରପଲ୍ଲୀରେ ଗୋଟିଏ ନାରା ସବୁଠି ଗୁଞ୍ଜରିତ ହେଉଛି । ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ସେହିପରି ସେ ଆହୁରି କହିଛନ୍ତି, ବିଜେଡି ଉପରେ ରାଜ୍ୟବାସୀ ୨୫ ବର୍ଷ ଭରସା କରିସାରିଲେଣି । ବିଗତ ୨୫ ବର୍ଷରେ ଓଡ଼ିଶା ଲୋକଙ୍କୁ କ’ଣ ମିଳିଲା ? ଆଜି ବି ଚାଷୀ, ଯୁବବର୍ଗ କଷ୍ଟରେ ରହିଛନ୍ତି । କାମଧନ୍ଦା ପାଇଁ ଆଜି ହଜାର ହଜାର ଯୁବକ ବାହାରକୁ ଯାଉଛନ୍ତି । ପ୍ରାକୃତିକ ସଂପଦରେ ଭରପୁର ଓଡ଼ିଶାରେ ଏ ଜୀବନଯୁଦ୍ଧ କାହିଁକି ? ଓଡ଼ିଶାର ଗରିବୀ ଦେଖି ମୋ ହୃଦୟକୁ ବହୁତ କଷ୍ଟ ହେଉଛି । ମୋ ଓଡ଼ିଶାକୁ କିଏ ଏମିତି ବରବାଦ କରିଦେଲା । ଓଡ଼ିଶା ବରବାଦୀର କାରଣ ହେଲା ବିଜେଡି ସରକାର । ବିଜେଡି ସରକାର ପୂରା ଭ୍ରଷ୍ଟାଚାରୀଙ୍କ ଦ୍ୱାରା ଘେରି ରହିଛି । କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ପୂରା ଘେରି ରହିଛନ୍ତି । ଓଡ଼ିଶାକୁ ଡିଏମ୍‌ଏଫ୍ ଭାବେ ୨୬ ହଜାର କୋଟି ଟଙ୍କା ଦେଇଛୁ । ବିଜେଡି ଶାସନରେ ଓଡ଼ିଶା ସଂପଦ, ସଂସ୍କୃତି ସବୁ ଅସୁରକ୍ଷିତ ବୋଲି ଅନୁଗୁଳ ସଭାରେ କହିଛନ୍ତି ମୋଦି ।

ଅଧିକ ପଢ଼ନ୍ତୁ: କଟକରେ ମୋଦିଙ୍କ କଡ଼ା ମନ୍ତବ୍ୟ; ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି !

OTV is now on Whatsapp

Join and get latest news update delivered to you via whatsapp

Join Now