ବିଜେଡି ଖେଳିଲା ଆଦିବାସୀ କାର୍ଡ । ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି ପ୍ରାର୍ଥୀ । ନାମାଙ୍କନ ଦାଖଲ କଲେ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ । ସବୁ ଚର୍ଚ୍ଚା ଆଲୋଚନାର ଅବସାନ ଘଟାଇ ବିଜେଡି, ଉପବାଚସ୍ପତି ପ୍ରାର୍ଥୀ ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନାଁ ଘୋଷଣା କରିଛି ।
ଶ୍ରୀମନ୍ଦିରର ୩ ଦ୍ୱାର ଖୋଲନ୍ତୁ ସରକାର । କାହିଁକି ନା ଖରା ବର୍ଷାରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ଛତିଶଗଡ଼ ରାଜ୍ୟପାଳ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଖବରକାଗଜରେ ସ୍ତମ୍ଭ ଲେଖି ପ୍ରଶାସନ ଏବଂ ସରକାରଙ୍କୁ କରିଛନ୍ତି ଟାର୍ଗେଟ ।
ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ଅଧିବେଶନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାନ୍ତାଳୀ ଶାଢ଼ି ଉପଢୗକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାର୍ଯ୍ୟ କରାଯିବ । ୪ ବର୍ଷରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ବ୍ୟୟ ହେବାକୁ ଥିବା ୬ ହଜାର ୨ ଶହ ୫୫ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ ।
‘ବେଆଇନ ମନି ଲଣ୍ଡରିଂ ଆଇନ ଉଲ୍ଲଂଘନ କରାଯାଇ ପଦ୍ମକେଶରୀପୁରରେ ଟଙ୍କା ଆଦାୟ କରାଯାଉଛି । ଆଉ ଏସବୁ ପଛରେ ରହିଛି ବିଜେଡି ।’
ଓଡିଶା ବନ ବିକାଶ ନିଗମ (OFDC) ଏନେଇ ଅନେକ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଆକାଉଣ୍ଟ୍ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ୍, ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ, ଫିଲ୍ଡ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆଦେବନ କରାଯିବ।
ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ବନ୍ୟପ୍ରାଣୀଙ୍କୁ ଧରିବା କିମ୍ବା ମାରିବା ପାଇଁ ଅନୁମତି ଦେବା ପାଇଁ ଧାରା-୧୧ର ପ୍ରୟୋଗ କରାଯାଇଥାଏ । ତେଣୁ, ଏହି ଅସିଦ୍ଧ ଗାଇଡଲାଇନକୁ ପ୍ରତ୍ୟାହାର କରି, ଆଇନଗତ ତ୍ରୁଟି ସଂଶୋଧନ କରି ଆଉ ଥରେ ନୂତନ ଗାଇଡଲାଇନ ଜାରି କରିବା ପାଇଁ ଦାବି ହୋଇଛି ।
ପିକ୍ନିକ୍ କରିବାକୁ ଯାଇ ଯୁବ ମେଡ଼ିସିନ ରିପ୍ରେଜେଣ୍ଟେଟିଭ୍ ରାକେଶ ପୁରୋହିତ ନିଖୋଜ ଥିଲେ । ସାଙ୍ଗଙ୍କ ସହ ସେ ପିକ୍ନିକ୍ କରିବାକୁ ଯାଇଥିଲେ ।
ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଆଜି ଏତେ ଭିଡ଼ ଯେ, ନା ପାଣି ଅଛି ନା ଗରମରୁ ରକ୍ଷା ପାଇବା ପାଇଁ କୌଣସି ବ୍ୟବସ୍ଥା ହୋଇଛି ।
ଉପବାଚସ୍ପତି ପ୍ରାର୍ଥୀ ନେଇ ସାଲୁଗା ପ୍ରଧାନଙ୍କ ନାମାଙ୍କନ ଦାଖଲ କରିଛନ୍ତି
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତ କଲବଲ ହେବା ପ୍ରସଙ୍ଗ ଉଠାଇଲେ...ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ପ୍ରସଙ୍ଗ ଉଠାଇଲେ ... ଭକ୍ତଙ୍କ ମୌଳିକ ସମସ୍ୟା କଥା ଉଠାଉଛନ୍ତି ଛତିଶଗଡ଼ ରାଜ୍ୟପାଳ ...
ଉତ୍ତରକାଶୀରେ ଶ୍ରମିକଙ୍କୁ ଉଦ୍ଧାର ଲାଗି ୯ ଦିନରେ ପହଞ୍ଚିଲା ରେସ୍କ୍ୟୁ ଅପରେସନ ... ଲାଗିଛନ୍ତି ୫ଟି ଏଜେନ୍ସି, ୩ ପାଖରୁ ଉଦ୍ଧାର ପାଇଁ କରାଯାଉଛି ଡ୍ରିଲ ... ଲାଗିପାରେ ଆହୁରି ସମୟ ...
ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ନିର୍ବାଚନ....ଗତ ୮ତାରିଖରେ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ...
ସୈାର ବିଛା ମାସ କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ସୋମବାର । ଚନ୍ଦ୍ର- ମକର ଦିବା ୧୦.୦୭ ଗତେ କୁମ୍ଭ, ତିଥି- ୮ମୀ ରାତ୍ରି ୦୩.୧୬ ଗତେ ୯ମୀ, ଘାତଚନ୍ଦ୍ର- ସିଂହ ରାଶିର, ଦିବା ୧୦.୦୭ ଗତେ ମିଥୁନ ଓ ମୀନ ରାଶିର, ଘାତବାର- ମିଥୁନ ରାଶିର, ପୁଷ୍କର ଦୋଷ- ନାସ୍ତି
ମହିଳାଙ୍କୁ ପେନସନ୍ ଓ ବକେୟା ଅର୍ଥଦ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ମନ୍ଦିର ଆଗରେ ତିଆରି ହେଲା ବ୍ୟାରିକେଡ୍ ....ସଫେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ...ରାଧାରାଣୀଙ୍କର ଓଡିଆଣୀ ବେଶ ହେବ...
ଶୁଭଲକ୍ଷ୍ମୀ ସାହୁ ସନ୍ଦେହଜନକ ମୃତ୍ୟୁ ମାମଲାରେ NHRC ନୋଟିସ୍....୮ ସପ୍ତାହ ଭିତରେ ମାମଲାର ତଦନ୍ତ ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ....
ବେଆଇନ ଭାବେ ମଣ୍ତି କିଣୁଛନ୍ତି ମିଲର୍ସ । ଅସାଧୁ ଉପାୟରେ ମିଲରେ ପଶୁଛି ଧାନ । ସବୁ ଜାଣି ଚୁପ ବସିଛି ଯୋଗାଣ ବିଭାଗ । ମିଲର୍ସ ବେପାରୀ ହେବେ ମାଲେମାଲ । ଚାଷୀ ହେବେ ହତାଶ ।
ରାଷ୍ଟ୍ରପତି ହେବା ପରେ ଦ୍ବିତୀୟ ଥର ପାଇଁ ମୟୂରଭଂଜ ଗସ୍ତ... ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ହେବେ ସାମିଲ, ରାଇରଙ୍ଗପୁରରେ ୩ଟି ନୂଆ ଟ୍ରେନର କରିବେ ଲୋକାର୍ପଣ... ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍କଣ୍ଠା...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଏସସିବି ମେଡିକାଲ କଲେଜ ହୃଦରୋଗ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ ସ୍ୱର୍ଗତ ଲୋକପ୍ରିୟ ଡାକ୍ତର ପ୍ରଫେସର ଯଦୁନାଥ ପ୍ରସାଦ ଦାସ ।
ଆଗକୁ ସାଧାରଣ ନିର୍ବାଚନ । ସରକାରୀ ଦଳର ଫୋକସ ଏବେ ସଂଗଠନ ଉପରେ । କାରଣ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ଅନୁଗୁଳରେ ସଂଗଠନ ଦୁର୍ବଳ ହେବା କାରଣରୁ ସେ ଇସ୍ତଫା ଦେଇ ସଂଗଠନ ସଜାଡିବା କାମରେ ଲାଗିଛନ୍ତି ।
ରାଷ୍ଟ୍ରପତି ହେବା ପରେ ନିଜ ଜିଲ୍ଲା ମୟୂରଭଂଜକୁ ଆସୁଛନ୍ତି ଆସନ୍ତାକାଲି ଦ୍ୱିତୀୟ ଥର ପାଇଁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେଣେ ମାଟିର ଝିଅକୁ ସ୍ୱାଗତ ପାଇଁ ସାଧବ ବୋହୁ ପରି ସଜେଇ ହେଲାଣି ବାରିପଦା ଓ ରାଇରଙ୍ଗପୁର ।
ଅଫିସର ଛୁଟିରେ ଥିବାରୁ ହିତାଧିକାରୀ ହିନସ୍ତା ହେଉଛନ୍ତି। ସରକାରୀ ଭତ୍ତା ପାଇବାରୁ ବଞ୍ଚିତ। ଏମିତି ଚାଲିଛି ସରକାରୀ ଶାସନ ବ୍ୟବସ୍ଥା। କିଏ ଦିବ୍ୟାଙ୍ଗ ଭତ୍ତା ପାଇଁ ତ ଆଉ କିଏ ବାର୍ଦ୍ଧକ୍ୟ ଅଥବା ବିଧବା ଭତ୍ତା ପାଇଁ ସକାଳ ୭ଟାରୁ ପୌରପାଳିକା ଅଫିସ ସାମ୍ନାରେ ଲାଇନରେ ଛିଡ଼ା ହେବାକୁ ପଡୁଛି।