ବାଣ ଭିଡ଼ିବା ବେଳେ ବଡ଼ ଧରଣର ବିସ୍ଫୋରଣ । ଉଡ଼ିଗଲା ଘରର ଆଜବେଷ୍ଟ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗୋପାଳପୁର ଦେଉଳି ଗାଁରେ ଆଜି ଏହି ବିସ୍ଫୋରଣ ହୋଇଛି । ଏଥିର ଜଣେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି । ଆହତ ହେଲେ ଅଶୋକ ଓ ତାଙ୍କର ପତ୍ନୀ ସୁକାନ୍ତି । ଦୁହେଁ ଘରେ ବାଣ ଭିଡ଼ିବା ସମୟରେ ଅଘଟଣ ଘଟିଛି । ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅଧିକ ପଢ଼ନ୍ତୁ:ବାପାକୁ ଦିଗଡ଼ କଲା; ମୁଣ୍ଡ ଧରି ଥାନାରେ ପହଞ୍ଚିଲା
ଆଜି ସକାଳେ ଗୋପାଳପୁର ଦେଉଳି ଗାଁରେ ବିସ୍ଫୋରଣ ହୋଇଛି । ଅଶୋକ ଘରେ ବାଣ ଭିଡୁଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା । ଏଥିରେ ଘରର ଆଜବେଷ୍ଟ ଉଡିଯିବା ସହ ଅଶୋକ ଓ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇପଡିଥିଲେ । ଦୁହିଁଙ୍କୁ ଖୋର୍ଦ୍ଧା ମେଡିକାଲ ପଠାଯାଇଛି । ଖବର ପାଇ ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଆହତ ଦମ୍ପତି ବେଆଇନ ଭାବେ ବାଣ ପ୍ରସ୍ତୁତ କରୁଥିବା ନେଇ ପୂର୍ବରୁ ମଧ୍ୟ ତାଙ୍କୁ ଗିରଫ କରାଯାଇଥିବା ଏବଂ ଥାନାରେ ମାମଲା ରହିଥିବା ଜଣାପଡିଛି । ଆଜି ପୁଣିଥରେ ଏହି ସ୍ବାମୀ-ସ୍ତ୍ରୀ ଏକ ଆଜବେଷ୍ଟ ଘରେ ବାଣ ପ୍ରସ୍ତୁତ କରୁଥିଲେ । ଏହି ସମୟରେ କୌଣସି କାରଣରୁ ବାଣ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘରର ଆଜବେଷ୍ଟ ସମ୍ପୂର୍ଣ୍ଣ ଉଡି ଯାଇଥିଲା ଏବଂ ଦମ୍ପତି ଗୁରୁତର ହୋଇପଡିଥିଲେ ।