• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଜେଡିକୁ ନିର୍ବାଚନ କମିଶନଙ୍କ ନୋଟିସକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ବିଜେପିର ଅଭିଯୋଗକୁ ସିକୃତି ଦେଇଛନ୍ତି ନିର୍ବାଚନ କମିଶନ ବୋଲି କହିଛି ବିଜେପି । ସରକାରୀ ପଇସାରେ, ରାଜକୋଷରୁ କୋଟି କୋଟି ଖର୍ଚ୍ଚ କରି ବିଜେଡି ଦଳର ପ୍ରଚାରରେ ବ୍ୟବହାର ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ଦଳ । 

 ଏଥିରୁ ବିଜେଡିକୁ ନିବୃତ ରହିବାକୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲା ବିଜେପି । ବ୍ୟାଗ, ଖବରକାଗଜ, ଟେଲି ଫିଲ୍ମ, ବସ, ହୋଡ଼ିଁ ସବୁଠି ଶଙ୍ଖ ଚିହ୍ନ ଦେଇ ପ୍ରଚାର ପ୍ରସାର କରୁଛନ୍ତି ସରକାର । ଏଭଳି କ୍ଷେତ୍ରରେ କମିଶନଙ୍କ ନୋଟିସକୁ ସ୍ୱାଗତ କରିଛି ବିଜେପି ।  ଏହା ସହ ବିଜେଡିର ନିର୍ବାଚନୀ ଚିହ୍ନ ବାତିଲ କରିବାକୁ ଦାବି କରିଛି ।

ଯେତେ ଟଙ୍କା ସରକାରୀ ତହବିଲରୁ ଯାଉଛି ତାକୁ ଦଳୀୟ ପାଣ୍ଠିରୁ ଆଦାୟ ହେଉ ବୋଲି ବିଜେପି ଦାବି କରିଛି । ଏହାକୁ ନେଇ ଆଇନଗତ ଲଢେଇ ଜାରି ରହିବ ବୋଲି ବିଜେପି କହିଛି ।