Advertisment

ଓଡ଼ିଶାରେ ED ର ବଡ଼ ଧରଣର ରେଡ୍; ଖଣି ଲିଜ୍‌ଧାରୀଙ୍କ ଘରେ ଚାଲିଛି ଯାଞ୍ଚ

କୋଲକାତାରେ ରେଡ ସହ କେନ୍ଦୁଝର ବଡ଼ବିଲ, ଝାରସୁଗୁଡ଼ା, ରାଉରକେଲା, ଭୁବନେଶ୍ୱରରେ ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ାଉ ଚାଲିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
ED Raids In Odisha For Illigal Mining Scam

Mining Scam

ପୁଣି ଚର୍ଚ୍ଚାରେ ଉଲିବୁରୁ ଖଣି ଦୁର୍ନୀତି ମାମଲା। ଖଣି ଲିଜ ହୋଲ୍ଡର ଏବଂ ଅପରେଟରଙ୍କ ସମେତ ୧୫ଟି ସ୍ଥାନରେ ବଡ ଧରଣର ଚଢାଉ। ଓଡିଶା ଏବଂ ଓଡିଶା ବାହାରେ ପ୍ରାୟ ୧୫ଟି ସ୍ଥାନରେ ରେଡ ହୋଇଛି। କୋଲକାତାରେ ରେଡ ସହ କେନ୍ଦୁଝର ବଡ଼ବିଲ, ଝାରସୁଗୁଡ଼ା, ରାଉରକେଲା, ଭୁବନେଶ୍ୱରରେ ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ାଉ ଚାଲିଛି।

Advertisment

କେନ୍ଦୁଝର ବଡ଼ବିଲରେ ଉଲିବୁରୁ ଖଣି ଅପରେଟର ଦୀପକ ଗୁପ୍ତାଙ୍କ ଘର ଏବଂ କାର୍ଯ୍ୟାଳୟରେ ରେଡ୍ କରିଛି ଇଡି। ଖଣି ଦୁର୍ନୀତି ସଂପର୍କୀତ ମାମଲାରେ ଚଢ଼ାଉ ହୋଇଥିବା ଜଣାପଡିଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଉଲିବୁରୁ ଖଣିରେ ୧,୮୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ୨୦୧୩ ସେପ୍ଟେମ୍ବରରେ ଦୀପକ ଗୁପ୍ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ ଜଙ୍ଗଲ ଏବଂ ଖଣି ଆଇନକୁ ଉଲ୍ଲ୍ଂଘନ କରିଥିବା ଅଭିଯୋଗ ହୋଇଥିଲା। ନିର୍ଦ୍ଧାରିତ ସୀମା ବାହାରକୁ ଯାଇ ଜଙ୍ଗଲ ଅଞ୍ଚଳରେ ଖଣି ପାଇଁ ଖୋଳାଯାଥିବା ଅଭିଯୋଗ ହୋଇଥିଲା। ଏହି ଲିଙ୍କରେ ଭିଜିଲାନ୍ସ ୨୯ ଜଣଙ୍କ ନାଁ ରେ ଚାର୍ଜଶିଟ ଫାଇଲ କରିଥିଲା। ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି କୋଟି କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତ କରିଥିଲା।

Advertisment

ଏହି ଲିଙ୍କରେ କିଛି ବ୍ୟବସାୟୀଙ୍କ ଘରେ ବି ଇଡି ଚଢ଼ାଉ କରୁଛି। ରାଉରକେଲାରେ ବ୍ୟବସାୟୀ ଅଜୟ କଦମୱାଲାଙ୍କ ଘରେ ତଦନ୍ତ ଚାଲିଛି। ଅଜୟ କଦମୱାଲା ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସହ ବହୁ ବ୍ୟବସାୟରେ ସଂପୃକ୍ତ। ଓଡ଼ିଶା ସମେତ କୋଲକାତାରେ ବି ଏହି ଲିଙ୍କରେ ତଦନ୍ତ ହେଉଛି। ଖଣି ଦୁର୍ନୀତି ନେଇ ଭୁବନେଶ୍ୱର ଆଇଆରସି ଭିଲେଜରେ ମଧ୍ୟ ଚଢାଉ ଚାଲିଛି।

Mining Scam
Advertisment
Advertisment