/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741075600.jpg)
Job Aspirants Die
ଦSSC ପରୀକ୍ଷାରେ ଅଘଟଣ । ଫିଜିକାଲ ଟେଷ୍ଟ ଦେଉଥିବା ବେଳେ ଚାଲିଗଲା ଦୁଇ ପରୀକ୍ଷାର୍ଥୀଙ୍କ ଜୀବନ । ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରିକ୍ଷକ ପଦବୀ ପାଇଁ ଆଜି ଶାରୀରିକ ପରୀକ୍ଷା ଚାଲିଥିବା ବେଳେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ସୁନ୍ଦରଗଡରେ ପ୍ରାଣ ହରାଇଥିବା ପରୀକ୍ଷାର୍ଥୀ ହେଲେ ପ୍ରବୀଣ ପଣ୍ଡା, ଘର ରାଉରକେଲାରେ । ଦୌଡିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି କେନ୍ଦୁଝରରେ ମଧ୍ୟ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ: ଜଳୁଛି RMC ମାର୍କେଟ୍; ଅଗ୍ନିଶମ କର୍ମଚାରୀ ଆହତ
ଓଏସ୍ଏସ୍ସିର ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରିକ୍ଷକ ପଦବୀ ନିଯୁକ୍ତି ପାଇଁ ଆଜି ହେଉଛି ଶାରିରୀକ ପରୀକ୍ଷା । ରାଉରକେଲାର ପ୍ରବୀଣ କୁମାର ପଣ୍ଡା ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ପଦବୀ ପାଇଁ ଆବଦେନ କରିଥିଲେ । ସେ ଆଜି ଫିଜିକାଲ ଟେଷ୍ଟ ଦେବାକୁ ପହଞ୍ଚିଥିଲେ ।ପ୍ରବୀଣ ଭବାନୀପୁରରୁ ବାରଗାଡ ୨୫ କିଲୋମିଟର ଦୌଡ଼ରେ ଭାଗ ନେଇଥିବା ବେଳେ ସଦର ଥାନା କିରେଇ ନିକଟରେ ଅଚେତ ହୋଇପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅନ୍ୟପଟେ କେନ୍ଦୁଝରରେ ମଧ୍ୟ ଫିଜିକାଲ ଟେଷ୍ଟ ଦେଉଥିବାବେଳେ ବ୍ୟୋମକେଶ ନାୟକ ନାମକ ଜଣେ ପରୀକ୍ଷାର୍ଥୀ ଟଳି ପଡିଥିବା ଜଣାପଡିଛି । ଏହି ମୃତକଙ୍କ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିନି ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ପରୀକ୍ଷାର୍ଥୀଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)