Advertisment

ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ବସ୍ତ...ଖୋଲିବ ମହାପ୍ରଭୁଙ୍କ ଦୁର୍ଭେଦ୍ୟ ରତ୍ନଭଣ୍ଡାର...

ଖୋଲିବ ମହାପ୍ରଭୁଙ୍କ ଦୁର୍ଭେଦ୍ୟ ରତ୍ନଭଣ୍ଡା । ରତ୍ନଭଣ୍ଡାରକୁ ନେଇ ଦୂର ହେବ ସନ୍ଦେହ ଓ ସଂଶୟ । ଦୁର୍ଲଭ ଅଳଙ୍କାର ଗୁଡ଼ିକର ହେବ ଗଣତି ଓ ମଣତି ।

author-image
Otv Khabar Bureau
undefined

Srimandir Ratna Bhandar

ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ବସ୍ତ। ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ସନ୍ଦେହ ଓ ସଂଶୟ ହେବ ଦୂର । ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ ପାଇଁ ୧୨ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଜଷ୍ଟିସ୍ ପଶାୟତ କହିଛନ୍ତି, ପୂର୍ବ ତାଲିକା ସହ ଅଳଙ୍କାରର ତାଳମେଳ ହେବ ତାଙ୍କର ପ୍ରାଥମିକତା । ଆସନ୍ତା ୯ ତାରିଖରେ ସେ 
କମିଟି ସଦସ୍ୟଙ୍କ ସହ ଆଲୋଚନା କରିବେ । 

Advertisment

ଖୋଲିବ ମହାପ୍ରଭୁଙ୍କ ଦୁର୍ଭେଦ୍ୟ ରତ୍ନ ଭଣ୍ଡାରଗଣତି ସହ ମଣତି ହେବ ଭିତର ଓ ବାହାର ଭଣ୍ଡାରରେ ଥିବା ଦୁର୍ଲଭ ଅଳଙ୍କାର ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏକ ୧୨ ଜଣିଆ ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ କମିଟି ଗଠନ କରିଛନ୍ତି। ଯାହାର ଅଧ୍ୟକ୍ଷ ରହିବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ। ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ରହିବେ କମିଟିର ଉପାଧ୍ୟକ୍ଷ । ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଆହ୍ଲାବାଦ ବ୍ୟାଙ୍କର ପୂର୍ବତନ ସିଏମଡି ଡକ୍ଟର ବିଧୁଭୂଷଣ ସାମଲ, ଚାଟାର୍ଡ ଆକାଉଣ୍ଟାଣ୍ଟ ଏ.କେ ସାବତ, ଗଜପତି ମହାରାଜାଙ୍କ ପ୍ରତିନିଧି, ଏଏସଆଇ ପ୍ରତିନିଧି କମିଟି ସଦସ୍ୟ, ସେବାୟତ ଦୁର୍ଗା ପ୍ରସାଦ ଦାସମହାପାତ୍ର, ମାଧବଚନ୍ଦ୍ର ମହାପାତ୍ର, ଜଗନ୍ନାଥ କର ଓ ଭଣ୍ଡାର ମେକାପ ଗଣେଶ ମେକାପ ପ୍ରମୁଖ ସ୍ଥାନ ପାଇଛନ୍ତି। ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କମିଟିର ଆବାହକ ଭାବେ କାର୍ଯ୍ୟ କରିବେ। 

ଓଟିଭିକୁ ପ୍ରାଥମିକ ପ୍ରତିକ୍ରିୟାରେ କମିଟିର ଅଧ୍ୟକ୍ଷ ଅରିଜିତ ପଶାୟତ କହିଛନ୍ତି- ଆସନ୍ତା ୯ ତାରିଖରେ ସେ କମିଟି ସଦସ୍ୟଙ୍କ ସହ ପ୍ରାଥମିକ ଆଲୋଚନା କରିବେ। ପୂର୍ବ ଗଣତିରେ କଣ ସବୁ ଅଳଙ୍କାର ଥିଲା, ଏହାର ତାଳମେଳ ହେବ ପ୍ରମୁଖ କାମ। 

Advertisment

ଆଇନ ଅନୁସାରେ ପ୍ରତି ୩ ବର୍ଷରେ ଥରେ ରତ୍ନଭଣ୍ଡାର ଯାଞ୍ଚ ହେବା କଥା। କିନ୍ତୁ ୧୯୭୮ ମସିହା ପରଠୁ ଆଉ ରତ୍ନଭଣ୍ଡାର ଖୋଲାଯାଇ ନାହିଁ। ଭଣ୍ଡାର ଘର ସ୍ଥିତି ଭଲ ନଥିବା ବାରମ୍ବାର ଭଣ୍ଡାର ମେକାପ କହି ଆସୁଛନ୍ତି। ଯାହାକୁ ନେଇ ବହୁ ସମୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା  ।

୨୦୧୮, ଏପ୍ରିଲ ୪ ତାରିଖରେ ଏକ ୧୫ଜଣିଆ ଯାଞ୍ଚକାରୀ ଦଳ ଚାବି ନଥିବାରୁ କେବଳ ବାହାର ଭଣ୍ଡାରରୁ ସ୍ଥିତି ଯାଞ୍ଚ କରି ଫେରିଥିଲେ। ତାପରେ ରତ୍ନଭଣ୍ଡର ଚାବି ହଜିବା ଓ ପରେ ପୁରୀ ଜିଲ୍ଲା ଟ୍ରେଜେରୀ ଅଫିସରୁ ଡୁପ୍ଲିକେଟ୍ ଚାବି ମିଳିବାକୁ ନେଇ ନାନା ସନ୍ଦେହ ଉପୁଜିଥିଲା। ଏହାପରେ ରତ୍ନଭଣ୍ଡାର ଖୋଲି ଅଳଙ୍କାର ଯାଞ୍ଚ ଓ ମରାମତି ନେଇ ହାଇକୋର୍ଟରେ ଏକାଧିକ ମାମଲା ଦାଏର ହୋଇଥିଲା । ଏମିତିକି ରତ୍ନଭଣ୍ଡାରର ମରାମତି ଓ ଅଳଙ୍କାର ଗଣତି ନିହାତି ଜରୁରୀ ବୋଲି ଖୋଦ୍ ଗଜପତି ମହାରାଜା କହିଥିଲେ।

ଚଳିତ ବର୍ଷ ରଥଯାତ୍ରା ବେଳେ ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି ପାଇଁ ଗତ ଅଗଷ୍ଟ ୪ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ହୋଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଗତ ୧୬ ତାରିଖରେ ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟଙ୍କୁ ଆଗାମୀ ୪ ସପ୍ତାହ ଭିତରେ ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ କମିଟି ଗଠନ କମିଟି ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେ, ଯାହା ଆଜି ଘୋଷଣା କରିଛନ୍ତି । ଯେହେତୁ ପୂର୍ବରୁ ଅଳଙ୍କାର ଗଣତି ପାଇଁ ମାସ ମାସ ସମୟ ଲାଗୁଥିଲା, ତେଣୁ ଏ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ଉଠିଲାଣି ଦାବି।

୧୯୭୮ ମସିହାରେ ଶେଷ ଥର ପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ହୋଇଥିଲା। ଯେଉଁଥିରେ ଭିତର ଭଣ୍ଡାରରେ ୫୯୭ ଓ ବାହାର ଭଣ୍ଡାରରେ ୩୧ ପ୍ରକାର ଅଳଙ୍କାର ତାଲିକା ରହିଛି। 

ପୁରୀରୁ ମଧୁସୂଦନ ମିଶ୍ରଙ୍କ ସହ ଭୁବନେଶ୍ବରରୁ ଜଗଦୀଶ ଦାସଙ୍କ ରିପୋର୍ଟ, ଓଟିଭି

Ratna Bhandar Srimandir Ratna Bhandar
Advertisment
Advertisment