ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀ ଦେଲେ ଧାରଣା ।
ଓଡିଶାର ଅନ୍ନଦାତା ଜଣକ ପରେ ଜଣେ ଆଖିବୁଜୁଛନ୍ତି। ଏହା ଆମ ଦେଶ ତଥା ରାଜ୍ୟ ପାଇଁ ଚିନ୍ତା ଓ ଉଦବେଗର ବିଷୟ ନୁହେଁ କି? ରାଜ୍ୟ ସରକାର ଚାଷ ଓ ଚାଷୀମାନଙ୍କ ଉନ୍ନତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିବା ଦାବି କରୁଥିବାବେଳେ ଏଭଳି ସ୍ଥିତି ଘଟୁଛି କାହିଁକି?
ବ୍ଲକ କାର୍ଯ୍ୟାଳୟ ଆଗରେ ସେମାନେ ଦୁର୍ନୀତି ବିରୋଧରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବିଜେପି କର୍ମୀମାନେ ବ୍ଲକ କାର୍ଯ୍ୟାଳୟରେ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ।
ଘଣ୍ଟାକ ମଧ୍ୟରେ ମନ୍ଦିର ଦ୍ୱାର ନ ଖୋଲିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡ଼ା ନିର୍ଦ୍ଦେଶ ଦେଲେ ଆଠଗଡ଼ ଉପଜିଲ୍ଲାପାଳ।
ସେହିଭଳି ୨ଟି ଚାରି ଚକିଆ ଯାନ ଠାବ କରାଯାଇଛି। ଏକ ରିୟଲ ଇଷ୍ଟେଟ କମ୍ପାନୀକୁ ୧୬ ଲକ୍ଷ ଅଗ୍ରୀମ ଦେଇଥିବା ସୂଚନା ମିଳିଛି । ବ୍ୟାଙ୍କ, ବୀମା, ପୋଷ୍ଟାଲ ଆଦି ସଞ୍ଚୟର ଯାଞ୍ଚ ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
କବିସୂର୍ଯ୍ୟନଗର ଅଢ଼େଇବର ଗାଁରେ କେ. ଗଣେଶ ପାତ୍ର ନିଜ ସ୍ତ୍ରୀ ଓ ଝିଅକୁ ସାପ ସହାୟତାରେ ହତ୍ୟା କରିଥିବା ଅଭିଯୋଗ ଆସିଛି। ଗତ ଅକ୍ଟୋବର ୭ ତାରିଖରେ ଘରେ ମାଆ ଝିଅଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ।
ତାପସ ଗାଡି ଚାବି ନ ଦେବାରୁ ସୁଧୀର ତାଙ୍କୁ ଗାଳିଗୁଳଜ କରିଥିଲେ। ସନ୍ଧ୍ୟାରାଣୀ ଏହାର ପ୍ରତିବାଦ କରିବାରୁ ସୁଧୀର ତାଙ୍କୁ ଜୋରସେ ଠେଲି ଦେଇଥିଲେ । ସେ ଏକ ନଡ଼ିଆ ଗଛରେ ପିଟି ହୋଇ ପକ୍କା ରାସ୍ତାରେ ପଡିଯାଇଥିଲେ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୨୬ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ପ୍ରବେଶ କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୭ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
କିନ୍ତୁ ପାଖରେ ଥିବା ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ସ୍ଥାନୀୟଲୋକେ ତାଙ୍କୁ ଧରି ଦେଇଥିଲେ। ଅଭିଯୁକ୍ତକୁ ଉତ୍ତମ ମଧ୍ୟମ ଦେବା ପରେ ପୋଲିସ୍ ଜିମା ଦେଇଥିଲେ ଲୋକେ। ଏକତରଫା ପ୍ରେମରୁ ଯୁବକ ଜଣକ ଏଭଳି କରିଥିବା ସୂଚନା ମିଳିଛି। ଏହି ମାମଲାରେ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି।
୨୦୧୨ରେ ପରିଚ୍ଛାଗୁଡ଼ାରୁ ଜଣେ ଆଦିବାସୀ ନାବାଳିକାଙ୍କ ଅପହରଣ ହୋଇଥିଲା। ଗାଁର ରାକେଶ ସିଂ ନାମକ ଯୁବକ ତାଙ୍କୁ ଅପହରଣ କରିଥିବା ଅଭିଯୋଗ କରିଥିଲେ ପରିବାର ଲୋକ ।
ଗିରଫ ପରେ ଉଭୟଙ୍କ ଠାରୁ ୩୭ଟି ମୋବାଇଲ ଫୋନ୍, ୧୨ଟି ପାନ କାର୍ଡ, ୩୮ଟି ଏଟିଏମ୍ କାର୍ଡ, ୨୫ଟି ସିମକାର୍ଡ ଓ ଲାପଟପ୍ ଜବତ କରିଛି ପୋଲିସ । ଭୁବନେଶ୍ୱରରୁ ଗିରଫ ପରେ ଦୁଇ ଅଭିଯୁକ୍ତକୁ ଟ୍ରାଞ୍ଜିଟ ରିମାଣ୍ଡ ନେଇଛି ମୁମ୍ବାଇ ପୋଲିସ ।
ଆଦିବାସୀ ଉପଦେଷ୍ଟା ପରିଷଦ (TAC) ଦ୍ୱାରା ଗତ ଜୁଲାଇ ୧୧ ତାରିଖରେ ଅନୁମୋଦନ କରାଯାଇଥିବା ପ୍ରସ୍ତାବକୁ ଆଧାର କରି ଗତ ୧୪ ତାରିଖ ଦିନ ଓଡିଶା ଅନୁସୂଚିତ ଅଞ୍ଚଳରେ ଆଦିବାସୀଙ୍କ ସ୍ଥାବର ସମ୍ପତ୍ତି ହସ୍ତାନ୍ତର ଆଇନ, ସଂଶୋଧନ ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ କରିଥିଲେ।
ପୂର୍ବରୁ ଆଦିବାସୀଙ୍କ ଜମି ବିକ୍ରି ନିୟମକୁ ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଥିଲା। ଏନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା। ତେବେ କ୍ୟାବିନେଟର ଏହି ନିଷ୍ପତ୍ତିକୁ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରିଥିଲେ।
ଆଜି ରାଜ୍ୟ କ୍ୟାବିନେଟ୍ । ଦିନ ୧୦ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ।
ସୌର ବିଛା ମାସ କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ, ଶୁକ୍ରବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..
ମନ୍ତ୍ର ଧ୍ବନୀ ମାଧ୍ୟମରେ ଅଭିନବ ପ୍ରତିବାଦ । ମନ୍ତ୍ର ଉଚ୍ଚାରଣ କରି ପ୍ରତିବାଦ ଜଣାଇଛି ଓଡିଶା ବ୍ରାହ୍ମଣ ମହାସଂଘ ।
ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ଶ୍ରୀଜିଉଙ୍କର ବାଙ୍କଚୂଡ଼ ବେଶ । ପଞ୍ଚୁକରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।
ଅନେକ ସମୟରେ ପିଲାମାନଙ୍କୁ ଟିଭି ଦେଖିବାକୁ ବାରଣ କରିଥାନ୍ତି ବାପମାଆ । ଆଉ ସିନେମା ଯିବା ତ ସାତ ସପନ । ଅଭିଭାବକଙ୍କ ଧାରଣା, ଟିଭି କି ସିନେମା ଦେଖିଲେ ପିଲାମାନଙ୍କ ପାଠପଢା ବ୍ୟାଘାତ ହୋଇଥାଏ ।
ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଚତୁର୍ଥ ଦିନ । ଗୃହରେ ଶକ୍ତି, ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ, ବୟନ ଶିଳ୍ପ, ହସ୍ତତନ୍ତ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି ।
ଆନ୍ଦୋଳନ କଲେ ବୋଲି ଆକ୍ରୋଶ ଅଭିଯୋଗ । ଏପରି ଅଭିଯୋଗ ଆଣିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଧିରେ ଧିରେ କ୍ଷୀଣ ହୋଇ ଆସିଲାଣି ଶରୀରର ବଳବପୁ । ବାପା ମା’ ତ ଦୂରର କଥା, ଜୀବନରେ ପୁଅ, ଝିଅ କି ପତ୍ନୀ ବୋଲି କେହିନାହାଁନ୍ତି । ସଂପର୍କିୟଙ୍କ ହାତ ଟେକାରେ ଯାହା ଜୀବନ ଜୀଇଁବାକୁ ପଡୁଛି ।
ପବିତ୍ର ପଞ୍ଚକର ପ୍ରଥମ ଦିନରେ ଗୋଟେ ପଟେ ଜଗା ଦୁଆରରେ ଦର୍ଶନାଭିଳାଷୀ ଭକ୍ତଙ୍କ ଲମ୍ବା ଲାଇନ୍ ଆର ପଟେ ପ୍ରଭୁଙ୍କ ନାମ ସଂକୀର୍ତ୍ତନ, ନୃତ୍ୟଗୀତ ସହ ଭାବ ଭକ୍ତିରେ ବୁଡ଼ିଯାଇଛି ପୁରୀ ବଡ଼ଦାଣ୍ଡ ।
ଆଦିବାସୀଙ୍କ ଜମି ଅଧିକାର ନେଇ ବିଜେପି ପକ୍ଷରୁ ଦିଆଯାଇଥିବା ମୋସନକୁ କାହିଁକି ଗ୍ରହଣ କରି ଆଲୋଚନା ହେଉନି, ସେନେଇ ପ୍ରତିବାଦ ଜଣାଇଥିଲେ । କଂଗ୍ରେସ ସଦସ୍ୟମାନେ ମଧ୍ୟ ଆଦିବାସୀ ଜମି ସଂକ୍ରାନ୍ତୀୟ କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ଥଗିତ ବଦଳରେ ପ୍ରତ୍ୟାହାର ଓ ପେସା ଆଇନ୍ ଲାଗୁ କରିବାକୁ ଦାବି କରି ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି ଦେଇଥିଲେ ।
ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ହତ୍ୟା । ଘରେ ସାପ ଛାଡି ପତ୍ନୀ-ଝିଅକୁ ମାରିଦେଲା ସ୍ୱାମୀ ।