Advertisment

କଂଗ୍ରେସକୁ ଶକ୍ତ ଝଟକା; ଦଳ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ

ହାତ ଛାଡିବା ପରେ ରଜତ ଚୌଧୁରୀ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ନିକଟରେ ଅଂଶୁମାନ ମହାନ୍ତି, ନିହାର ମହାନନ୍ଦ ଏବଂ ବିପ୍ଲବ ଜେନା ବି କଂଗ୍ରେସ ଛାଡ଼ିଥିଲେ।

author-image
Manoranjan Behera
ଅଦ୍ୟତନ ହୋଇଛି
Rajat Choudhury

Rajat Choudhury

ରାଜ୍ୟରେ କଂଗ୍ରେସକୁ ଆଉ ଏକ ଝଟକା। ଦଳ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ। ପ୍ରାଥମିକ ସଦସ୍ୟ ପଦରୁ ସେ ଆଜି ଇସ୍ତଫା ଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଦେଛନ୍ତି। ରଜତ ଚୌଧୁରୀ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ। ୨୦୧୪ରୁ ୨୦୧୬ ଯୁବ କଂଗ୍ରେସ ସଭାପତି ଭାବେ ଦାୟିତ୍ବ ତୁଳାଇଥିଲେ। ପରେ ପିସିସି ସାଧାରଣ ସଂପାଦକ ପଦ ମଧ୍ୟ ତାଙ୍କୁ ମିଳିଥିଲା।

Advertisment

ହାତ ଛାଡିବା ପରେ ରଜତ ଚୌଧୁରୀ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ନିକଟରେ ଅଂଶୁମାନ ମହାନ୍ତି, ନିହାର ମହାନନ୍ଦ ଏବଂ ବିପ୍ଲବ ଜେନା ବି କଂଗ୍ରେସ ଛାଡ଼ିଥିଲେ। ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାଙ୍କ ଦଳ ଡିଆଁ ଏବେ ବିଭିନ୍ନ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ହଠାତ୍‌ ନିର୍ବାଚନ ପୂର୍ବରୁ ରଜତ କ’ଣ ପାଇଁ ଏପରି ଦଳ ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇ ପାରି ନାହିଁ। ଏ ସମ୍ପର୍କରେ ତାଙ୍କ ମତାମତ ବି ମିଳିପାରିନାହିଁ।

କେବଳ କଂଗ୍ରେସ ନୁହେଁ ବରଂ ଶାସକ ବିଜେଡି ଦଳର ଟାଣୁଆ ନେତା ବି ବିଜେପିକୁ ଡିଆଁ ମାରିଛନ୍ତି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ସମସ୍ତ ଦଳ ଏବେ ଅସନ୍ତୁଷ୍ଟ ନେତାଙ୍କୁ ହାତେଇବା ପାଇଁ ଉଦ୍ୟମ ଚଳାଇଛନ୍ତି।

Advertisment

କହିବାକୁ ଗଲେ ବିଜେପି ମୁହାଁ ଏବେ ବିଜେଡି ବିଦ୍ରୋହୀ। ୨୧ରେ ପ୍ରଦୀପ ପାଣିଗ୍ରାହୀ। ୨୫ରେ ଦେବାଶିଷ ନାୟକ। ଗତକାଲି ପ୍ରଶାନ୍ତ ଜଗଦ୍ଦେବ। କାଲି ଦିନ ଗୋଟାଏ ବେଳେ ରାଜ୍ୟ କାର୍ଯ୍ୟାଳୟରେ ଜୟ ଶ୍ରୀରାମ ନାରା ଦେଇ ପ୍ରବେଶ କରିଥିଲେ ଜଗଦ୍ଦେବ। ବିଜେପିର ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ପ୍ରଶାନ୍ତ। ଆଉ ପଦ୍ମ ଶିବିରରେ ସାମିଲ ହେଉ ସିଧା ନବୀନଙ୍କୁ ନିଶାନା କରିଥିଲେ ଜଗଦ୍ଦେବ। ନିଜ ଆଗ୍ରେସିଭ ଅନ୍ଦାଜରେ କହିଥିଲେ ନବୀନ ଆଉ ପାରୁନାହାନ୍ତି, ରାଜନୀତି ଛାଡ଼ି ଦିଅନ୍ତୁ। ପ୍ରଶାନ୍ତଙ୍କ ସହ ତାଙ୍କର କିଛି ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।

Congress Odisha Politics General Elections 2024
Advertisment
Advertisment