/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709269397.jpg)
OTET Teachers
ବଢ଼ିଲା ଗଣଶିକ୍ଷକଙ୍କ ଦରମା। OTET ପାସ୍ କରିନଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସେମାନଙ୍କର ମାସିକ ଦରମା ୭ ହଜାରରୁ ୧୦ ହଜାରକୁ ବଢ଼ାଯାଇଛି। ଖାଲି ଏତିକି ନୁହେଁ OTET ପାସ୍ କରିଥିବା ଗଣଶିକ୍ଷକଙ୍କୁ ଏଣିକି ନିୟମିତ କରାଯିବ।
Med ଶିକ୍ଷକ ଭାବେ ନିୟମିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। OTET ପାସ୍ କରିଥିବା ସହକାରୀ ଶିକ୍ଷକଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ବି ଦିଆଯିବାକୁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ପରେ ରାଜ୍ୟର ମୋଟ୍ ୧୨ ହଜାର ୧୧୩ ଗଣଶିକ୍ଷକ ଉପକୃତ ହେବେ।
ଗଣଶିକ୍ଷକଙ୍କ ଦରମା ବୃଦ୍ଧି ସହ ଅନେକ ଦାବି ନେଇ ରାଜଧାନୀ ରାଜରାସ୍ତାରେ ମାସ ମାସ ଧରି ଧାରଣା ଦେଇଥିଲେ। ବହୁ ବର୍ଷ ଧରି ଏନେଇ ଦାବି ବି କରି ଆସୁଥିଲେ। ତେବେ ନିର୍ବାଚନ ପୂର୍ବରୁ ଗଣଶିକ୍ଷକଙ୍କ ଦରମା ବଢ଼ାଇଛନ୍ତି ରାଜ୍ୟ ସରକାର।
ବଢ଼ିଲା ଗଣଶିକ୍ଷକଙ୍କ ଦରମା। OTET ପାସ୍ କରିନଥିବା ଗଣଶିକ୍ଷକଙ୍କ ପାରିଶ୍ରମିକକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମାସିକ ଦରମା ୭ ହଜାରରୁ ୧୦ ହଜାରକୁ ବଢ଼ାଯାଇଛି। ଖାଲି ଏତିକି ନୁହେଁ OTET ପାସ୍ କରିଥିବା ଗଣଶିକ୍ଷକ ନିୟମିତ ହେବେ।#Teacher#Salary#OTET#OTVpic.twitter.com/lOaaAH5J2o
— ଓଟିଭି (@otvkhabar) March 1, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)