Advertisment

ବ୍ରହ୍ମପୁର ଯିବେ ରାଷ୍ଟ୍ରପତି, ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ହେବେ ସାମିଲ

ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସହ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ପଦକ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

author-image
Sonali Ojha
ଅଦ୍ୟତନ ହୋଇଛି
President Draupadi Murmu Odisha Berhampur Visit

President Draupadi Murmu

୪ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଗସ୍ତର ତୃତୀୟ ଦିନ। ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି। ଦିନ ୧୦ଟା ୧୫ରେ ବ୍ରହ୍ମପୁର ପହଞ୍ଚିବା ପରେ ସେଠାରୁ ଭଞ୍ଜବିହାର ଯାଇ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନରେ ଯୋଗଦେବେ।

Advertisment

ଏହି ଅବସରର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସହ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ପଦକ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଦିନ ୧୨ଟାରେ ଭୁବନେଶ୍ୱର ଫେରି ରାଜଭବନରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି। ଅପରାହ୍ନରେ କଟକରେ ବ୍ରହ୍ମକୁମାରୀ ଓଡ଼ିଶାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହୋଇ ପୁଣି ରାଜଭବନ ଫେରିବେ।

ରାଜଭବନରେ ରାତ୍ରି ଯାପନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେହିପରି ଆସନ୍ତାକାଲି ସମ୍ବଲପୁର ଜିଲ୍ଲା ଗସ୍ତରେ ଯାଇ ସନ୍ଥକବି ଭୀମଭୋଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନ ପରିଦର୍ଶନ କରି ମହିମା ଧର୍ମାବଲମ୍ବୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଗତକାଲି କେନ୍ଦୁଝର ଜିଲ୍ଲା ଗସ୍ତ କରିବା ସହ ସନ୍ଧ୍ୟାରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନରେ ଯୋଗ ଦେଇଥିଲେ ରାଷ୍ଟ୍ରପତି।

Advertisment
President Droupadi Murmu
Advertisment
Advertisment