/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709221438.jpg)
death after refusing to elope
ପ୍ରେମ ପାଇଁ ଦୋକାନ ମାଲିକାଣୀକୁ ହତ୍ୟା । ୨୦ ଦିନର ପ୍ରେମରେ ଚାଲିଗଲା ମନ । ସାଙ୍ଗରେ ଯିବା ପାଇଁ ଡାକିଲା, ନଯିବାରୁ ଛୁରୀ ଭୁଷି ହତ୍ୟା କଲା । ଏଭଳି ଏକ ଜଘନ୍ୟ ଘଟଣା ଦେଖିବାକୁ ମିଳିଛି କ୍ୟାପିଟାଲ ଥାନା ଅଞ୍ଚଳରେ । ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ ଜାରି ରହିଥିବା ବେଳେ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛି ସ୍ଥାନୀୟ ପୋଲିସ ଓ ସାଇଣ୍ଟିଫିକ ଟିମ ।
ଭୁବନେଶ୍ବର ଝରଣାବସ୍ତିରେ ମହିଳାଙ୍କୁ ହତ୍ୟା ପଛରେ ସାମନାକୁ ଆସିଛି ଅବୈଧ ପ୍ରେମ ସଂପର୍କ । ସାଙ୍ଗରେ ଯିବାକୁ ରାଜି ନହେବାରୁ ପ୍ରେମିକାକୁ ଛୁରି ଭୁଷି ହତ୍ୟା କରିଥିଲା ନୃଶଂସ ପ୍ରେମିକ । ମୃତ ଗୀତାଞ୍ଜଳିଙ୍କ ସ୍ବାମୀ କୁଞ୍ଜବିହାରୀ ବାପୁଜୀନଗରରେ ଏକ ମୋବାଇଲ ମରାମତି ଦୋକାନ କରିଥିବା ବେଳେ, ଅଭିଯୁକ୍ତ ପ୍ରେମିକ କାଳୁଙ୍କୁ ଦୋକାନ ନବୀକରଣ କାମରେ ଲଗାଇଥିଲେ । ଦୋକାନରେ କାମ କରିବା ସମୟରେ କାଳୁ କୁଞ୍ଜବିହାରୀଙ୍କ ଘରେ ରହୁଥିଲେ । ୨୦ ଦିନର ରହଣୀ ଭିତରେ କୁଞ୍ଜବିହାରୀଙ୍କ ସ୍ତ୍ରୀ ଗୀତାଞ୍ଜଳିଙ୍କୁ ଭଲ ପାଇ ବସିଥିଲେ କାଳୁ ।
ଆଉ ସାଙ୍ଗରେ ନେଇଯିବାକୁ ବାଧ୍ୟ କରିଥିଲା, ହେଲେ ଗୀତାଞ୍ଜଳି ରାଜି ନହେବାରୁ ପ୍ରତିଶୋଧ ପରାୟଣ ହୋଇ ଜୀବନରୁ ମାରିଦେବାକୁ ନିଷ୍ପତ୍ତି ନେଇଥିଲା କାଳୁ । ଯୋଜନା ମୁତାବକ ମଙ୍ଗଳବାର ସନ୍ଧ୍ୟାରେ କୁଞ୍ଜବିହାରୀ ଦୋକାନକୁ ଯାଇଥିବା ବେଳେ, ଘର ଆଗେର ଗୀତାଞ୍ଜଳିଙ୍କୁ ଛୁରାମାଡ଼ କରି ଫେରାର ମାରିଥିଲା କାଳୁ ।
ଏ ନେଇ କ୍ୟାପିଟାଲ ଥାନାରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ସିସିଟିଭି ଆଧାରରେ ପୋଲିସ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା ଚଳାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)