ତଳକୁ ଖସିଛି ରାତି ବେଳର ତାପମାତ୍ରା । ଦିନେ ୨ ଦିନ ଭିତରେ ୩ରୁ ୫ ଡିଗ୍ରୀ ଯାଏଁ ରାତି ତାପମାତ୍ରା ଖସିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଅଦିନିଆ ବର୍ଷା ପରେ ଚାଷୀ ମୁଣ୍ଡରେ ଚଡକ । ବର୍ଷା ପାଣି ମାଡ଼ରେ କେଉଁଠି ଧାନ ଗଜା ହୋଇଗଲାଣି ତ କେଉଁଠି ଅମଳ ଅପେକ୍ଷାରେ ଥିବା କପା ଚାଷ ବି ଉଜୁଡ଼ି ଯାଇଛି । ଋଣ କରି ଚାଷ କରିଥିବା ଚାଷୀ ଏବେ କଣ କରିବ ସେ ନେଇ ଚିନ୍ତାରେ ପଡ଼ିଛି ।
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଶନିବାର, ଚନ୍ଦ୍ର- ତୁଳା ଅହୋରାତ୍ର, ତିଥି- ୧୧ଶୀ ( ମଳ ) ପ୍ରାତଃ ୦୬.୩୧ ଗତେ ୧୨ ଶୀ
ମ୍ୟାନେଜରଙ୍କ ଘରୁ କେତେ ଟଙ୍କା ଜବତ ହୋଇଛି, ତାହା ଗଣତି ପରେ ସ୍ପଷ୍ଟ ହେବ । ଆୟକର ଓ ବ୍ୟାଙ୍କ୍ ଅଧିକାରୀଙ୍କ ପାଇଁ ଟଙ୍କା ଗଣତି ବି କାଠିକର ପାଠ ହୋଇଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବୈଠକରେ ଯେକୌଣସି ବଡ଼ ନିଷ୍ପତ୍ତି ସଭାପତିଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ ।
୩ ହଜାର ଆବେଦନ ଆସିଥିଲା, ୨ଶହ ନାଁ ସର୍ଟଲିଷ୍ଟ ପରେ ସରିଛି ଚୟନ। ଅଯୋଧ୍ୟାରେ ସମସ୍ତଙ୍କ ରହଣୀ ପାଇଁ ନିର୍ମାଣ ଚାଲିଛି ସ୍ୱତନ୍ତ୍ର ନଗର ।
କ୍ୟାମ୍ପସରୁ ନେତା ତିଆରି ବାଟ ବନ୍ଦ କରି ଭିନ୍ନ ଉଦ୍ୟମ । ଛାତ୍ରଙ୍କୁ ରାଜନୈତିକ ଦଳଙ୍କ ଗୋଡ଼ାଣିଆ ଉଦ୍ୟମକୁ ନେଇ ପ୍ରଶ୍ନ ।
ଲୋକସଭାରୁ ବହିଷ୍କୃତ ହେଲେ ଟିଏମ୍ସିର ମହୁଆ ମୈତ୍ର । ଏଥିକ୍ସ କମିଟି ରିପୋର୍ଟ ଆଧାରରେ ହରାଇଲେ ସାଂସଦ ପଦ ।
ଯେତେ ଖୋଳିଲେ, ସେତେ ବାହାରୁଛି । ଯେତେ ଗଣିଲେ, ସେତେ ଲମ୍ବୁଛି । ମଦ ବ୍ୟବସାୟୀଙ୍କ ସାମ୍ରାଜ୍ୟ ଉପରେ ଆଇଟି ରେଡ୍ ।
ଚେତାବନୀ ଶୁଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଡ଼ାଗଣ୍ଡା କରି ଆଦାୟ କରାଯିବ ଜନତାଙ୍କଠୁ ଲୁଟ୍ ଟଙ୍କା କହିଲେ ପ୍ରଧାନମନ୍ତ୍ରୀ ।
କେନ୍ଦୁଝର ବନ ବିଭାଗ ନିକଟରେ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସୋସିଓଲୋଜିଷ୍ଟ୍ (ୱାଇଲ୍ଡ ଲାଇଫ୍) ପଦବୀ ପୂରଣ ହେବ। ୱାଲ୍-ଇନ୍ ମୋଡ୍ରେ ପ୍ରାର୍ଥୀ ଚୟନ ହେବ।
ବାଲିଯାତ୍ରା ପାଇଁ ହୋଇଥିବା ଅସ୍ଥାୟୀ କେବଳ ବାଉଁଶ ଓ କାଗଜ ବୋର୍ଡରେ ତିଆରି ହୋଇଥିବା ତୋରଣର ମୂଲ୍ୟ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜାଣନ୍ତୁ..
ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତା’ଛଡ଼ା ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ କଡ଼ାକଡି ଲାଗୁ ହେବ ।
ଜଜ୍ ବିଦେଶକୁ ଯାଇଥିବା ବେଳେ ତାଙ୍କ ଘରକୁ ବି ଛାଡିଲେନି ଅପରାଧୀ ।
ମହାନଦୀରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଜଣେ ଯୁବକଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଛି ।
ଭାରତୀୟ ଟି-୨୦ ଟିମ୍ର ‘ନୂଆ ଫିନିଶର୍’ ଭାବେ ରିଙ୍କୁ ସିଂହଙ୍କ ଅଭ୍ୟୁଦୟ ହୋଇଛି। ଏବେ ପ୍ରଶ୍ନ ଉଠୁଛି, ଭାରତର ଟି-୨୦ ବିଶ୍ୱକପ୍ ଟିମ୍ରେ ସୁଯୋଗ ପାଇବେ କି ଏହି ବିସ୍ଫୋରକ ବାମହାତି ବ୍ୟାଟର୍?
କ୍ରିକେଟ ପାଗଳ ଦେଶରେ ଏବେ ବି ଗ୍ରାମାଞ୍ଚଳରେ ଫୁଟବଲର ଆଦର କମିନାହିଁ । ଫୁଟବଲ ମ୍ୟାଚ ଦେଖିବାକୁ ପଡିଆରେ ଖଚାଖଚ ଭିଡ । ବାହାରେ ବି ବାଲିଯାତ୍ରା ଭଳି ଦୋକାନ ବଜାର ପଡ଼ିଛି । ପୁରା ଯାତ୍ରା ମାହୋଲ ।
କୋହଲା ପାଗ, ମେଘୁଆ ଆକାଶ ଯୋଗୁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ତୁଳନାରେ ୨ରୁ ୩ ଡିଗ୍ରୀ ଅଧିକ ରହୁଛି ।
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ଶୁକ୍ରବାର ଚନ୍ଦ୍ର- କନ୍ୟା ରାତ୍ରି ୦୯.୫୨ ତୁଳା ତିଥି- ୧୧ଶୀ ଅହୋରାତ୍ର
ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ମଦ ବ୍ୟବସାୟୀଙ୍କ ଆୟକର ଫାଙ୍କି ଧରିବାକୁ ଆସିଥିବା ଅଧିକାରୀ ବିପୁଳ ପରିମାଣର ଟଙ୍କାର ସନ୍ଧାନ ପାଇଛନ୍ତି ।
ଆସନ୍ତା କିଛି ବର୍ଷ ମଧ୍ୟରେ ଓଡ଼ିଶା ହେବାକୁ ଯାଉଛି ବୟସ୍କଙ୍କ ରାଜ୍ୟ । କାହିଁକି ନା ଟୋଟାଲ୍ ଫର୍ଟିଲିଟି ରେଟ୍ - TFR ବା ରାଜ୍ୟର ସମୁଦାୟ ପ୍ରଜନନ ହାର ଏବେ ଜାତୀୟ ହାରଠାରୁ ଯଥେଷ୍ଟ କମ୍ ରହିଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଭୁବନେଶ୍ୱର ଏୟାରପୋର୍ଟରୁ ପୁରୀ ଓ କଟକ ଏବଂ କେନ୍ଦୁଝର ଓ ବ୍ରହ୍ମପୁର ରୁଟ୍ରେ ବସ ଚଳାଚଳ ଯୋଜନାର ପ୍ରତିବାଦ କରିଛି ସଂଘ । ସଂଘ ଅଭିଯୋଗ କରିଛି, ବିଭିନ୍ନ ରୁଟର ମୋ ବସ୍ ଓ ଲକ୍ଷ୍ମୀ ବସ୍ ଚଳାଚଳ ଯୋଗୁ ଘରୋଇ ବସ୍ ମାଲିକଙ୍କୁ କ୍ଷତି ପହଞ୍ଚାଇବ ।
ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଡିଲେଶ୍ୱରଙ୍କ ମୃତ୍ୟୁ ହୋଇଛି। ପୋଲିସ ଦୁଇଟି ଟିମ୍ ଗଠନ କରି ତଦନ୍ତ କରୁଛି। ଘଟଣାରେ ୪ ଅଭିଯୁକ୍ତ ସଂପୃକ୍ତ ଥିବା ଜଣାପଡ଼ିଥିବା ବେଳେ ଜଣକୁ ଅଟକ ରଖିଛି ପୋଲିସ ।