Advertisment

ସର୍ଭେ ପରେ ବିଜେଡିରେ ଛନକା; ବିଜେପି ବଢୁଛି, ବିଜେଡି ଛିଡୁଛି

ଲୋକସଭା ନିର୍ବାଚନରେ ବିଜେଡି ଉପରେ ଭାରି ପଡ଼ିବ ବିଜେପି। ଟାଇମ୍ସ ନାଓ ସର୍ଭେରୁ ଆସିଛି ଏମିତି ତଥ୍ୟ। ସର୍ଭେ କହୁଛି ରାଜ୍ୟର ମୋଟ୍ ୨୧ ଲୋକସଭା ଆସନ ମଧ୍ୟରୁ ବିଜେପି ପାଇବ ୧୧ଟି ସିଟ୍। ସେହିପରି ବିଜେଡିକୁ ୯ ଏବଂ କଂଗ୍ରେସ ହାସଲ କରିବ ଗୋଟିଏ ଆସନ।

author-image
Manoranjan Behera
undefined

2024 General Election

ଓଡ଼ିଶାରେ ବଢୁଛି ବିଜେପି। କମୁଛି ନବୀନଙ୍କ ଲୋକପ୍ରିୟତା। ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ଏଠାରେ ୧୧ଟି, ବିଜେଡି ୯ଟି ଓ କଂଗ୍ରେସ୍ ସିଟ୍ ପାଇବ ବୋଲି ଟାଇମ୍ସ ନାଓ ସର୍ଭେରେ ଆକଳନ କରାଯାଇଛି। କିନ୍ତୁ ଲୋକସଭା ନିର୍ବାଚନ ତୁଳନାରେ ବିଧାନସଭା ଭୋଟ୍‌ରେ ଭଲ ପ୍ରଦର୍ଶନ କରିବ ବିଜେଡି। ତେବେ ସର୍ଭେ ରିପୋର୍ଟକୁ ଅଧିକ ଆସନ ଆସିବା ପାଇବ ବୋଲି ବିଜେପି ଦୃଭୋକ୍ତି ପ୍ରକାଶ କରିଥିବା ବେଳେ ବିଜେଡି ଓ କଂଗ୍ରେସ କିନ୍ତୁ ସର୍ଭେକୁ ମାନିବାକୁ ନାରାଜ।

Advertisment

ଲୋକସଭା ନିର୍ବାଚନରେ ବିଜେଡି ଉପରେ ଭାରି ପଡ଼ିବ ବିଜେପି। ଟାଇମ୍ସ ନାଓ ସର୍ଭେରୁ ଆସିଛି ଏମିତି ତଥ୍ୟ। ସର୍ଭେ କହୁଛି ରାଜ୍ୟର ମୋଟ୍ ୨୧ ଲୋକସଭା ଆସନ ମଧ୍ୟରୁ ବିଜେପି ପାଇବ ୧୧ଟି ସିଟ୍। ସେହିପରି ବିଜେଡିକୁ ୯ ଏବଂ କଂଗ୍ରେସ ହାସଲ କରିବ ଗୋଟିଏ ଆସନ। ସର୍ଭେ ଏହା ବି କହୁଛି ଯେ, ଲୋକସଭା ନିର୍ବାଚନରେ ବିଜେଡିକୁ ମିଳିବ ୪୦.୪ ପ୍ରତିଶତ ଭୋଟ୍। ବିଜେପି ଏହାକୁ ଟପିବା ସହିତ ପାଇବ ୪୪.୮ ପ୍ରତିଶତ ଭୋଟ।

ସେହିପରି କଂଗ୍ରେସକୁ ୯.୬ ପ୍ରତିଶତ ଭୋଟ ମିଳିପାରେ। ବଳକା ୫.୨ ପ୍ରତିଶତ ଭୋଟ୍ ଅନ୍ୟାନ୍ୟ ଦଳକୁ ଯାଇ ପାରେ ବୋଲି ସର୍ଭେ କହୁଛି। କିନ୍ତୁ ବିଧାନସଭା ନିର୍ବାଚନରେ ବିଜେଡିର ପଲା ଭାରି ରହିବ ବୋଲି ସର୍ଭେରୁ ଜଣା ପଡ଼ିଛି। ବିଜେଡି ଏକକ ବୃହତ୍ତମ ଦଳ ଭାବେ ରହିବ ଏବଂ ବିଜେପି ଦ୍ୱିତୀୟ ସ୍ଥାନ ବଜାୟ ରଖିବ। ତେବେ ସର୍ଭେ କହୁଛି ନବୀନଙ୍କ ଲୋକପ୍ରିୟତା କମିଛି। ରାଜ୍ୟର ୪୩ ପ୍ରତିଶତ ଭୋଟର ନବୀନଙ୍କ ଶାସନକୁ ନେଇ ଖୁସି ନାହାନ୍ତି। ୨୪ ପ୍ରତିଶତ ଭୋଟର ଖୁସି ଥିବା ବେଳେ ୩୧ ପ୍ରତିଶତ ଆଂଶିକ ସନ୍ତୁଷ୍ଟ ଥିବା କହିଛନ୍ତି। ଯାହାକୁ ନେଇ ତେଜିଛି ରାଜନୀତି। ବିଜେପି କହିଛି ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ଅଧିକ ଥିବାରୁ ସର୍ଭେଠାରୁ ଅଧିକ ଆସନ ପାଇବ ଦଳ। ଅନ୍ୟପଟେ କଂଗ୍ରେସ ଓ ବିଜେଡି କିନ୍ତୁ ସର୍ଭେକୁ ମାନିବାକୁ ନାରାଜ।

Advertisment

ଗୋଟେ ପଟେ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ପାଇଁ ଓଡ଼ିଶାରେ ବଢୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା। ଅନ୍ୟପଟେ ଦୀର୍ଘ ଦିନର ଶାସନ ଯୋଗୁ ରାଜ୍ୟ ସରକାରଙ୍କ ଲୋକପ୍ରିୟତା କମିଛି। ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପରେ ଅର୍ପଣ ରଥ ବିବାଦ, କଲେଜଗୁଡିକରେ ନୂଆ ଓ କାର୍ଯ୍ୟକ୍ରମ କରି ଶିକ୍ଷାର ବାତାବରଣକୁ ନଷ୍ଟ କରିବା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଉପେକ୍ଷା, ଏଭଳି ନାନା ପ୍ରସଙ୍ଗରେ ବିବାଦରେ ଛନ୍ଦି ହୋଇଛନ୍ତି ରାଜ୍ୟ ସରକାର।

ଏହା ବାଦ୍ ଦୁର୍ନୀତି, ପିସି କାରବାର, ଯୋଜନାରୁ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ରହିଛି। ରାଜନୈତିକ ସମୀକ୍ଷକଙ୍କ ମତରେ ଯଦି ଓଡ଼ିଶାରେ ବିଜେପିର ସାଂସଦ ସଂଖ୍ୟା ବଢେ ତାହେଲେ ବିଧାନସଭା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ।

ପୂର୍ବରୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୧୫ ଲୋକସଭା ଆସନ ଜିତିବା ସହିତ ବିଜେପି ରାଜ୍ୟରେ ୪୫ ପ୍ରତିଶତରୁ ଅଧିକ ଭୋଟ୍ ପାଇବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏବେ ଦେଖିବାର କଥା, ସର୍ଭ ରିପୋର୍ଟ ସହିତ ପ୍ରକୃତ ଫଳ କେତେଦୂର ମେଳ ଖାଉଛି।

BJD BJP Congress Odisha Politics Times Now 2024 General Election
Advertisment
Advertisment