ପୁଣି ଥରେ ଅଶାନ୍ତ ହୋଇଉଠିଛି ସିଲ୍କ ସିଟି ବ୍ରହ୍ମପୁର। ସହରରେ ନିୟମିତ ଲୁଟ୍ , ବୋମାମାଡ଼, ବିଚ୍ ରାସ୍ତାରେ ଖଣ୍ଡା ଧରି ଆତଙ୍କରାଜ ଭଳି ଘଟଣା ଘଟୁଛି।
ଆପଣଙ୍କ ବିଧାୟକଙ୍କ ସଂପତ୍ତି କେତେ ? ବାର୍ଷିକ ଆୟ କେତେ ? ଋଣ ଭାର କେତେ ? ସାଧାରଣ ନିର୍ବାଚନ ପୂର୍ବରୁ ସଦ୍ୟତମ ADR ରିପୋର୍ଟରୁ ସାମ୍ନାକୁ ଆସିଛି ବିଧାୟକମାନଙ୍କ ଆର୍ଥିକ ସ୍ୱାସ୍ଥ୍ୟର ସ୍ଥିତି।
ବିଜେଡିର ଗଞ୍ଜାମ କସରତ। ନବୀନ ନିବାସରେ ହେଲା ସମୀକ୍ଷା, ସୁପ୍ରିମୋ ଦେଲେ ଟିକେଟ୍ ପାଇଁ ଗ୍ରୀନ ସିଗନାଲ୍। ସକାଳ ସାଢେ ଦଶଟାରୁ ଆରମ୍ଭ ହୋଇଥିଲା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବୈଠକ।
ସମୟ ଯେତେ ଗଡୁଛି, ସେତେ କମୁଛି ମେଣ୍ଟ ସମ୍ଭାବନା। ଛିଡୁନି ଅଙ୍କ, ମେଣ୍ଟ ଆଶା କ୍ଷୀଣ। ଏପଟେ ଉଭୟ ବିଜେଡି ଓ ବିଜେପି ଚଳାଇଛନ୍ତି ଏକାକୀ ନିର୍ବାଚନୀ କସରତ। ଅଧିକାଂଶ ସିଟରେ ପ୍ରାର୍ଥୀ ଫାଇନାଲ କରିସାରିଲାଣି ବିଜେପି।
ଭେଣ୍ଟିଲେଟରରେ ବରିଷ୍ଠ ନେତା ଦାମୋଦର ରାଉତ। ପ୍ରାୟ ବ୍ରେନ୍ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି ।
ଗତକାଲିର ଲଗାଣ ବର୍ଷା ପରେ ପୁଣି ଉପରମୁହାଁ ପାରଦ। ଆଜିଠୁ ବଢ଼ିଲା ତାତି। ଆଜିଠୁ ୨୪ ତାରିଖ ଭିତରେ ରାଜ୍ୟରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିବ। ଏହି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଚର୍ଚ୍ଚା ହେଉଛି ବ୍ରହ୍ମପୁର ସାଂସଦ ଭାବେ ଚନ୍ଦ୍ରଶେଖର ସାହୁଙ୍କୁ ଦଳ ରିପିଟ୍ କରିପାରେ। ବିପ୍ଲବଙ୍କୁ ଦିଗପହଣ୍ଡି, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋପାଳପୁରରୁ ଟିକେଟ ମିଳିପାରେ।
ଯେଉଁ ଅଧିକାରୀମାନେ IAS ଓ IPS ନ ହୋଇ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି ସେମାନଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।
ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ । ବ୍ରେନ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବନ କର୍ମଚାରୀଙ୍କ ଉପରେ ଶିକାରୀଙ୍କ ଆକ୍ରମଣ ପରେ ଆକ୍ସନ ମୋଡରେ ବନ ବିଭାଗ । କୁଳଡିହା ଅଭୟାରଣ୍ୟରେ ବନ ବିଭାଗ ପକ୍ଷରୁ ରାତି ଅଧିଆ କମ୍ବିଂ ଅପରେସନ କରାଯାଇଛି । ଏହି ଅପରେସନ ବେଳେ ୬ ଜଣ ଶିକାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୬ଟି ଦେଶୀ ବନ୍ଧୁକ ଜବତ କରାଯାଇଛି ।
ଭୁବନେଶ୍ୱର ରାଜମହଲ ଛକରେ ଦୁର୍ଘଟଣା । ଯାତ୍ରୀବାହୀ ଅଟୋକୁ ବାଡେଇଲା ମୋ ବସ୍ । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଅଟୋର ସମ୍ମୁଖ ପଟ ଭାଙ୍ଗି ଚୁରମାର୍ ହୋଇପଡିଛି । ସକାଳୁ ସକାଳୁ ଅଟୋଟି ରାଜମହଲ ଛକରେ ଯାତ୍ରୀ ଓହ୍ଲାଇବା ପରେ ମୋ ବସ୍ ଧକ୍କା ଦେଇଥିଲା ।
ସାଧାରଣତଃ ମଣିଷ ଯେଉଁ ସ୍ଥାନରେ ରାତ୍ରିଯାପନ କରେ ସେହିସ୍ଥାନର ବାସ୍ତୁର ପ୍ରଭାବ ପଡ଼ିଥାଏ। ଏଣୁ ଗୃହ ଭିତରେ ଶୋଇବା ଘରର ଏକ ମୁଖ୍ୟ ଭୂମିକା ରହିଛି। ଆଗରୁ ତ ଆମେ ଶୋଇବା ଗୃହ ବିଷୟରେ ଜାଣିଛେ ଆଜି ଆମେ ଏହାର କିଛି ମୁଖ୍ୟ ଦିଗ ଉପରେ ଜାଣିବା।
ଗତକାଲିର ଲଗାଣ ବର୍ଷା ପରେ ପୁଣି ଉପରମୁହାଁ ପାରଦ। ଆଜିଠୁ ବଢ଼ିବ ତାତି । ଆଜିଠୁ ୨୪ ତାରିଖ ଭିତରେ ରାଜ୍ୟରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିବ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କଟକ ମହାନଗର ନିଗମ ୩୧ ଓ ୩୨ ନମ୍ବର ୱାର୍ଡ ଫ୍ରେଣ୍ଡସ କଲୋନୀରେ ଯୁଆଡେ ଅନେଇଲା ଖାଲି ପାଣି ହିଁ ପାଣି। ଅସରାଏ ବର୍ଷାରେ ରାସ୍ତା ହେଉ କି ଘର ସବୁଠି ଆଣ୍ଠୁଏ ଆଣ୍ଠୁଏ ପାଣି। ଆଉ ସେହି ପାଣି ଭିତରେ ଚଳପ୍ରଚଳ କରୁଛନ୍ତି ପ୍ରାୟ ୫୦ ପରିବାର।
ଭୁବନେଶ୍ୱରର ଷ୍ଟାର ହୋଟେଲରେ ବି ଜମିଛି ପଖାଳ ଖିଆ। ଏଠି ନନଭେଜ୍ ପଖାଳ କଂସା ପିଛା ହଜାରେ ଟଙ୍କା। ସାତ ଶହରେ ସାଦା ପଖାଳ ମିଲ। ମାଟି ହାଣ୍ଡି ଓ ପାତ୍ରରେ ଦହି ଓ ଛୁଙ୍କ ପଖାଳ ସାଙ୍ଗକୁ ରକମ ରକମର ବ୍ୟଞ୍ଜନ।
ପ୍ରଥମେ ଖୋର୍ଦ୍ଧା, ପରେ ଟିଟିଲାଗଡ଼ ଆଉ ଏବେ ଚର୍ଚ୍ଚାରେ ରାଜ୍ୟ ରାଜଧାନୀର ଛାତି ଉପରେ ଥିବା ଝାରପଡ଼ା ଜେଲ୍। ଏଠି ବି କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆଉ ପୁଳା ପୁଳା ମାଦକ ଦ୍ରବ୍ୟର କାରବାର।
କଦଳୀ ପାଟୁକା ବା କଦଳୀ ଗଛର ତନ୍ତୁରୁ ତିଆରି ହୋଇଛି ସାନିଟାରି ପ୍ୟାଡ୍। ତା’ପୁଣି ରି-ୟୁଜେବଲ, ଅର୍ଥାତ୍ ଏକାଧିକ ଥର ବ୍ୟବହାର କରିହେବ। ଅତିକମରେ ୩ରୁ ୪ ବର୍ଷ ଯାଏଁ ବ୍ୟବହାର କରିହେବ ଏସବୁ ପ୍ୟାଡ୍।
ଏକା ଲଢିବୁ ନା ସାଥୀ ହେବୁ, ସ୍ଥିର କରିବେ ନଡ୍ଡା- ଅମିତ୍ ଶାହା । ବିଜେଡିର ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା ଜାରି ।
ଜଳବନ୍ଦୀରେ ଉବୁଟୁବୁ କଟକ ସହର । ପାଣିପାଗ ବିଭାଗର ଚେତାବନୀ, କାଲିଠୁ ତାତିରେ ଜଳିବ ଓଡ଼ିଶା ।
ଫତେଗଡ଼ ରାମ ମନ୍ଦିର ହୁଣ୍ଡି ଓ ସିନ୍ଦୁକ ତାଡ଼ି ଲୁଟିଲେ ଅଳଙ୍କାର ସହ ଦାନ ଅର୍ଥ । ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ହୁଣ୍ଡି ବାକ୍ସରେ ବି ବୁଲାଇଲେ କଳାକନା ।
ଭକ୍ତଙ୍କ ଯାତାୟାତ ସୁବିଧା ପାଇଁ ନିର୍ମାଣ ହେବ କି ଭୂତଳ ରାସ୍ତା? ବଡ଼ଦାଣ୍ଡରେ ନିର୍ମାଣ ହେବ କି ୨ଟି ଭୂତଳ ରାସ୍ତା? କିଛି ଏଭଳି ପ୍ରସ୍ତାବ ସାମ୍ନାକୁ ଆସିବା ପରେ ଦେଖାଦେଇଛି ମିଶ୍ରିତ ପ୍ରତିକ୍ରିୟା।
୫ ସେକେଣ୍ଡରେ ୫ ଲକ୍ଷ ଚୋରି । ବ୍ରହ୍ମପୁର ଜୟପ୍ରକାଶ ନଗରରୁ ଜଣେ ବ୍ୟକ୍ତିଙ୍କ ବାଇକ୍ ଡିକିରୁ ଚାହୁଁ ଚାହୁଁ ଗାଏବ ହୋଇଗଲା ୫ ଲକ୍ଷ ଟଙ୍କା । ଆଜି କିଛି ସମୟ ପୂର୍ବରୁ ଘଟିଥିବା ଏହି ଘଟଣା ଏବେ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି ।
କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିସ୍ତୃତ ବର୍ଷା ହୋଇଛି । ଗତକାଲିଠାରୁ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ତେବେ ଢେଙ୍କାନାଳରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି ।
ଟଙ୍କା ମଣିଷର ସର୍ବନାଶ କରେ କୁହାଯାଏ । ମାତ୍ର ଏହା ଆଜି ପ୍ରମାଣିତ ହୋଇଛି । ମାତ୍ର କେତୋଟି ଟଙ୍କା ପାଇଁ ମାରିଦେଲା ଦୋକାନୀକୁ ମାରିଦେଲା ଗ୍ରାହକ । ତେଜରାତୀ ଦୋକାନରୁ କିଣିବାକୁ ଯାଇଥିଲେ ଯୁବକ ଜଣକ ।