• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନୀଳଗିରି ଥାନା ମିତ୍ରପୁରରୁ ୪ ଦିନ ହେବ ନିଖୋଜ ଥିବା ଭବାନୀ ରାଉତ, ମନୋରଂଜନ ମହାପାତ୍ରଙ୍କ ମୃତ ଦେହ ବ୍ଲୁ ଲେକରୁ ମିଳିଛି । ଭାଇ ଭାଉଜ ହିଁ ଷଡ଼ଯନ୍ତ୍ରକାରୀ ବୋଲି ବାଲେଶ୍ୱର ଏସପି କହିଛନ୍ତି । ୨ ଯୁବକଙ୍କ ହତ୍ୟା ନେଇ ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ପ୍ରେସମିଟ୍ । ଘଟଣାରେ ସମ୍ପୃକ୍ତ ଭାଇଭାଉଜ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି ବୋଲି ଏସପି କହିଛନ୍ତି ।

୭୦ ହଜାର ଟଙ୍କା, ୨ଟି ମୋବାଇଲ, ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି । ପାରିବାରିକ କଳହ ଓ ଜମିଜମା ବିବାଦରୁ ସାନ ଭାଇକୁ ହତ୍ୟା ହୋଇଛି ବୋଲି ପ୍ରେସମିଟରେ ବାଲେଶ୍ୱର ଏସପି କହିଛନ୍ତି । ହତ୍ୟା ପାଇଁ ୩ ମାସ ପୂର୍ବରୁ ବଡ଼ ଭାଇ ଓ ଭାଉଜ ଷଡ଼ଯନ୍ତ୍ର କରିଥିଲେ । ପରେ ସୁପାରୀ କିଲରକୁ ଟଙ୍କା ଦେଇ ବଡ଼ଭାଇ ସାନଭାଇର ହତ୍ୟା କରିଥିଲା ।

୧.୪୦ ଲକ୍ଷ ଟଙ୍କାରେ ସୁପାରୀ କିଲର୍‌ ସହ ଫାଇନାଲ ହୋଇଥିଲା । ପରେ ୩୦ ହଜାର ଆଡଭାନ୍ସ ଓ କାମ ସାରିବା ପରେ ୧.୧୦ ଲକ୍ଷ ଦେଇଥିଲେ । ହତ୍ୟା ବେଳେ ଅନ୍ୟ ଜଣେ ଯୁବକ ଦେଖିଥିବାରୁ ତାକୁ ମଧ୍ୟ ତଣ୍ଟି ଚିପି ହତ୍ୟା କରାଯାଇଛି ବୋଲି କହିଛନ୍ତି ବାଲେଶ୍ୱର ଏସପି । ଆଜି ସକାଳେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ ଖୋଜାଖୋଜି ବେଳେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ୫ ଦିନ ତଳେ ଗାଁ ନିକଟ ଜଙ୍ଗଲ ଭିତରୁ ସେମାନଙ୍କ ବାଇକ ଓ ଚପଲ ଠାବ କରାଯାଇଥିଲା ।

ନୀଳଗିରି ନିକଟ କାଂଶ ଗ୍ରାମର ସନ୍ତୋଷ ରାଉତଙ୍କ ପୁଅ ଭବାନୀଶଙ୍କର (୨୨) ଓ ସଞ୍ଜୟ ମହାପାତ୍ରଙ୍କ ପୁଅ ମନୋରଞ୍ଜନ (୨୧) କୌଣସି କାମରେ ମିତ୍ରପୁର ଯାଉଥିବା କହି ଘରୁ ବାହାରିଥିଲେ । ରାତି ସୁଦ୍ଧା ଘରେ ପହଞ୍ଚିବେ ବୋଲି ପରିବାର ଲୋକଙ୍କୁ ଫୋନ୍‌ କରି କହିଥିଲେ । ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନେ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ।

ହେଲେ ଯୁବକଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ନଥିଲା । ଏପରି ସମୟରେ ମିତ୍ରପୁର ନିକଟ ଏକ ପରିତ୍ୟକ୍ତ ଖାଦାନକୁ କିଛି ସ୍ଥାନୀୟ ଲୋକେ ଶୌଚ ପାଇଁ ଯାଇଥିବା ବେଳେ ସେଠାରେ ଏକ ବାଇକ୍‌ (ଓଡି-୦୧-ଆର୍‌-୬୦୩୦) ସହ ଅନେକ ସ୍ଥାନରେ ରକ୍ତଛିଟା ପଡ଼ିଥିବା ଦେଖିଥିଲେ ।

ଏନେଇ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଗାଡ଼ିଟି କାଂଶ ଅଞ୍ଚଳର ନିଖୋଜ ଭବାନୀ ଶଙ୍କର ରାଉତଙ୍କ ବଡ଼ଭାଇଙ୍କର ବୋଲି ଜଣାପଡ଼ିଥିଲା । ଏହା ସହିତ ଘଟଣାସ୍ଥଳରେ ପଡ଼ିଥିବା ଚପଲ ନିଖୋଜ ମନୋରଞ୍ଜନଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ ।

ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଭବାନୀ ପିନ୍ଧିଥିବା କାନର ନୋଳି ଓ କିଛି ଚୁଟିର ନମୂନା ସଂଗ୍ରହ କରିଥିବା ଜଣାପଡ଼ିଛି । ହତ୍ୟା ସନ୍ଦେହରେ ଅଗ୍ନିଶମ ବାହିନୀ ପକ୍ଷରୁ ଖାଦାନ ପାଣିରେ ଖୋଜାଖୋଜି କରାଯାଇଥିଲା । ଚାରିଦିନ ପରେ ଆଜି ଭାସୁଥିବା ଦୁଇଟି ଶବ ଉଦ୍ଧାର ହୋଇଛି ।