• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ମେଡିକାଲ ପରିସରରେ ଥିବା ଲିଫ୍ଟରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ l ଅଚେତ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର ପରେ ସେ ଏବେ ଚିକିତ୍ସାଧୀନ l ପୀଡିତା ହେଉଛନ୍ତି ଜଣେ ରୋଗୀଙ୍କ ଝିଅ । ରାତିରେ ଲିଫ୍ଟରେ ମାଆଙ୍କ ପାଇଁ ମେଡ଼ିସିନ ଆଣିବାକୁ ଏକାକୀ ଯାଉଥିଲା ନାବାଳିକା l

ଲିଫ୍ଟରେ ଏହି ସମୟରେ ସୁଯୋଗ ନେଇ ମେଡିକାଲର ଜଣେ କର୍ମଚାରୀ ଦୁଷ୍କର୍ମ ଉଦ୍ୟମ ସହ ଅସଦାଚରଣ କରିଥିବା ନେଇ ଅଭିଯୋଗ ରହିଛି । ଅଭିଯୁକ୍ତ ଜଣଙ୍କ ନାଁ ପ୍ରତାପ ନାୟକ ବୋଲି ସୂଚନା ମିଳିଛି । ଏନେଇ ନୟାଗଡ଼ ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ବାପା l ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତ ପ୍ରତାପଙ୍କୁ ଅଟକ ରଖିଛି ।

ବିଜେପିର ଏକ ଟିମ୍ ପୀଡିତାଙ୍କୁ ଭେଟିବା ସହ ସିଡିଏମଓଙ୍କ ସହ ଆଲୋଚନା କରିଛନ୍ତି । ଏପଟେ ସିଡିଏମଓ କହିଛନ୍ତି, ଅଭିଯୁକ୍ତ ଜଣଙ୍କ ଅସ୍ଥାୟୀ କର୍ମଚାରୀ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।