• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜିତିଲା ଚିକିତ୍ସା ବିଜ୍ଞାନ, ୯ ବର୍ଷର ପିଲାକୁ ମିଳିଲା ନୂଆ ଜୀବନ । ପଶ୍ଚିମବଙ୍ଗର ଏକ ବାଳକର ଫୁସଫୁସରୁ ବିନା ଅସ୍ତ୍ରୋପଚାର କରି ୪ ସେଣ୍ଟିମିଟର ଛୁଞ୍ଚି ବାହାର କରିଛନ୍ତି ଭୁବନେଶ୍ୱର ଏମସ ଡାକ୍ତରୀ ଦଳ । ଛୁଞ୍ଚିରେ ଦାନ୍ତ ଖୋଳୁ ଖୋଳୁ ଅସାବଧାନତାରେ ପିଲାଟି ଛୁଞ୍ଚି ଗିଳି ଦେଇଥିଲା ।

ଏହା ଶ୍ୱାସନଳୀ ଦେଇ ବାମ ପାଖ ଫୁସଫୁସରେ ଅଟକି ଯାଇଥିଲା । ୩ଦିନ କାଳ ପିଲାଟିର ବାପା-ମାଆ ଏ ହସ୍ପିଟାଲରୁ ସେ ହସ୍ପିଟାଲ ବୁଲି ନିରାଶ ହେବା ପରେ ଶେଷରେ ଭୁବନେଶ୍ୱର ଏମ୍ସ ଶିଶୁ ବିଭାଗକୁ ଆସିଥିଲେ । ୪ଦିନ ପରୀକ୍ଷା ନିରୀକ୍ଷା କରିବା ପରେ ଶେଷରେ ପେଡିଆଟ୍ରିକ୍ ବ୍ରଙ୍କୋସ୍କୋପି ସହାୟତାରେ ଛୁଞ୍ଚିଟିକୁ ଡାକ୍ତରମାନେ ପ୍ରାୟ ୧ ଘଣ୍ଟାର ଅପରେସନ ପରେ ବାହାର କରିବାରେ ସଫଳ ହୋଇଥିଲେ ।

ଫଳରେ ବିନା ଅସ୍ତ୍ରୋପଚାରରେ ଛୁଞ୍ଚି ବାହାର କରିପାରିଥିଲେ ଡାକ୍ତରୀ ଦଳ । ପେଡିଆଟ୍ରିକ୍ ବ୍ରଙ୍କୋସ୍କୋପି ସହାୟତାରେ ଛୁଞ୍ଚି ବାହାର କରିଥିଲେ ଡାକ୍ତରୀଦଳ ।