/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707455975.jpg)
Premananda Nayak
ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ଦଳରେ ଅଣଦେଖା ଅଭିଯୋଗ କରି ସେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଗତ ଅକ୍ଟୋବରରୁ ସେ ଦଳର ସଭାପତି ଓ ସାଙ୍ଗଠନିକ ସମ୍ପାଦକଙ୍କୁ ଇ-ମେଲ ଦ୍ୱାରା ଇସ୍ତଫା ପତ୍ର ଦେଇଥିଲେ । ପ୍ରେମାନନ୍ଦଙ୍କ କହିବା ଅନୁଯାୟୀ ପଞ୍ଚମ ପାଳିରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ସମ୍ଭବ ହେଉନଥିଲା । ଅଞ୍ଚଳର ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହେଉନଥିଲା ।
ଏହା ଛଡା ୨୦୧୯ରେ ସେ ଯାହା ସହିତ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ, ଅର୍ଥାତ ଚମ୍ପୁଆର ପୂର୍ବତନ ବିଧାୟକ ଧନୁର୍ଜୟ ସିଧୁଙ୍କୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିରୁ ଆଣି ବିଜେଡିରେ ମିଶା ଯାଇଥିଲା । ଯାହାଫଳରେ ନିର୍ବାଚନ ମଣ୍ଡଳୀରେ ଦଳର ଏକ ସମାନ୍ତରଳ ଗୋଷ୍ଠୀ ତିଆରି ହେଲା । ଏହାକୁ ନେଇ ଦଳର ବିଭିନ୍ନ ଫୋରମରେ କହିଥିଲେ ମଧ୍ୟ କେହି ଶୁଣିଲେ ନାହିଁ । ଏହା ଛଡା ଇସ୍ତଫା ଦେଲାପରେ ମଧ୍ୟ ତାଙ୍କ ସହ କୌଣସି ଆଲୋଚନା କରାଗଲା ନାହିଁ କିମ୍ବା ତାଙ୍କୁ ଗୁରୁତ୍ୱ ଦିଆଗଲା ନାହିଁ । ଫଳରେ ବାଧ୍ୟ ହୋଇ ସେ ଦଳ ଛାଡ଼ିଥିବା ଘୋଷଣା କରିଛନ୍ତି । ଗତ ଅକ୍ଟୋବର ମାସଠାରୁ ପ୍ରେମାନନ୍ଦ ନାୟକଙ୍କୁ ତେଲକୋଇ ନିର୍ବାଚନ ମଣ୍ଡଳୀରେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁ ନ ଥିଲା ।
୨୦୧୯ରେ ଦ୍ୱିତୀୟ ଥର ବିଜେଡିର ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ପ୍ରେମାନନ୍ଦ । ନବୀନଙ୍କ ପଞ୍ଚମ ପାଳିରେ ପ୍ରେମାନନ୍ଦ ନାୟକ ମନ୍ତ୍ରୀ ପଦ ପାଇଥିଲେ । ସେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଭାବେ ନବୀନ ସରକାରରେ ଦାୟିତ୍ୱ ତୁଲାଇଥିଲେ ।
#ପ୍ରାଥମିକ_ସଦସ୍ୟ_ପଦରୁ_ପ୍ରେମାନନ୍ଦଙ୍କ_ଇସ୍ତଫା
-ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରେମାନନ୍ଦ ନାୟକ
-ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଇସ୍ତଫା
-ଦଳରେ ଅଣଦେଖା ଅଭିଯୋଗ କରି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା#Telkoi#PremanandNayak#BJD#MLA#OTVpic.twitter.com/Os0uw3lNxp— ଓଟିଭି (@otvkhabar) February 9, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)