• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଖିରୁ ଝରିଯାଉଛି ଲୁହ। ୭ ବର୍ଷ ପରେ ଆଖି ନିଜ ଜନ୍ମକଲା ବାପାକୁ ଦେଖୁଛି। ଜୀବନରେ କେବେ ବାପାକୁ ପୁଣି ଭେଟିବେ ବୋଲି ଆଶା ଛାଡ଼ିଦେଇଥିଲେ। ହେଲେ ଭାଗ୍ୟ ପୁଣି ଦୁହିଁକୁ ଏକାଠି କରିଦେଇଛି। ବୋହୂ ବି ପ୍ରଥମ ଥର ଶ୍ୱଶୂରଙ୍କୁ ଦେଖୁଛି। ଏ ମିଳନ ଦେଖି ସମସ୍ତେ ଭାବବିହ୍ୱଳ ହୋଇପଡ଼ିଛନ୍ତି। ୭ ବର୍ଷ ପରେ ବାପା-ପୁଅଙ୍କୁ ଏକାଠି କରିଦେଇଛି ମୁଢ଼ି। କେମିତି ? ଆସନ୍ତୁ ଜାଣିବା..

ମୁଢ଼ି ଯୋଡିଦେଲା ସୁନା ସଂସାର। ହଜିଥିବା ବାପାକୁ ଖୋଜି ପାଇଲା ପୁଅ। ଏଭଳି ଏକ ଘଟଣା ଘଟିଛି ଯାଜପୁର ଭୁବନେଶ୍ୱରପୁର ପଂଚାୟତ ଯମୁନା ଗ୍ରାମରେ। ସୋନପୁର ଜିଲ୍ଲା ଉଲୁଣ୍ଡା ଜିଲ୍ଲା ଗୋପାଳପୁର ଗ୍ରାମର ଲକ୍ଷପତି ଭରା ସାଗର ୭ ବର୍ଷ ହେବ ଘରୁ ରାଗିକରି ପଳାଇ ଆସିଥିଲେ। ଗତ କିଛି ଦିନ ହେବ ପାଗଳପ୍ରାୟ ଅବସ୍ଥାରେ ଯମୁନା ଗ୍ରାମରେ ଏକ ଗଛ ତଳେ ରହୁଥିଲେ। ଭୋକ ବିକଳରେ ଲକ୍ଷପତି ସ୍ଥାନୀୟ ରାଜକିଶୋର ମହାପାତ୍ରଙ୍କ ଘରକୁ ଯାଇ ମୁଢି ଖାଇବାକୁ ମାଗିଲେ। ରାଜକିଶୋର କଥାବାର୍ତ୍ତା ହୋଇ ଲକ୍ଷପତିଙ୍କ ଠିକଣା ପଚାରି ସୋସିଆଲ ମିଡିଆ ସାହାଯ୍ୟରେ ତାଙ୍କ ପରିବାରକୁ ଯୋଗାଯୋଗ କରିଥିଲେ।

Also Read

କେବଳ ରାଜକିଶୋର ନୁହଁନ୍ତି ପୂରା ଯମୁନା ଗ୍ରାମବାସୀଙ୍କ ସହାୟତା ସହଯୋଗରେ ୭ ବର୍ଷ ପରେ ବାପା ପୁଅର ମିଳନ ହେଲା। ବହୁ ଖୋଜା ଖୋଜି ପରେ ପରିବାର ଲୋକ ଭାବିନେଇଥିଲେ ବାପାଙ୍କର ମୃତ୍ୟୁ ହୋଇଯାଇଛି। କିନ୍ତୁ ହଠାତ ଯାଜପୁରରୁ ସୋନପୁରକୁ ଫୋନ ଏବଂ ଫଟୋ ଯାଇଥିଲା। ପୁଅ ବାପାକୁ ଚିହ୍ନିପାରି କହିଥିଲା ଏ ମୋ ବାପା। ପରେ ବାପାଙ୍କୁ ଘରୁ ନେବା ଲାଗି ପୁଅ, ବୋହୂ, ଭଣଜା ପହଚିଛନ୍ତି ଯମୁନା ଗ୍ରାମକୁ। ଗ୍ରାମବାସୀ ବି ଅତିଥି ସତ୍କାର କରି ପାଛୋଟି ନେଇଛନ୍ତି। ପ୍ରଥମେ ମାନ ଅଭିମାନ ପରେ ଆଦରରେ କୋଳାକୋଳି ହୋଇଥିଲେ ବାପା ପୁଅ। ପରିବାରର ମିଳନ ପରେ ଗ୍ରାମବାସୀ ଲକ୍ଷପତିଙ୍କୁ ଗାଧୋଇ ଦେଇ ଦାଢି କାଟି ନୂଆ ବସ୍ତ୍ର ପିନ୍ଧାଇ ଖୁଆଇ ପିଆଇ ପୁଅ ବୋହୂଙ୍କ ସହ ଅତିଥିକୁ ବିଦାୟ ଦେଲା ଛାଡ଼ିଛନ୍ତି।

ଲକ୍ଷପତି ଭରା ସାଗର ସୋନପୁର ଜିଲ୍ଲା ଉଲୁଙ୍ଗା ଗୋପାଳପୁର ଅଂଚଳର। ସେ ରେଳବାଇରେ ଚାକିରି କରିଥିଲେ। ପାରିବାରିକ କଳହ ଓ ବିବାହ ବିଛେଦ ପରେ ସେ ଜେଲ ଦଣ୍ଡ ଭୋଗିଥିଲେ। ଏସବୁ ଘଟଣାକୁ ନେଇ ସେ ମାନସିକ ବିକୃତ ହୋଇ ଏଣେ ତେଣେ ବୁଲୁଥିଲେ। ଅନେକ ଖୋଜାଖୋଜି କରି ନପାଇବାରୁ ବାପା ଆଉ ନାହାନ୍ତି ବୋଲି ପୁଅ ଶିବ ଭାବିନେଇଥିଲେ। କିନ୍ତୁ ଭାଗ୍ୟରେ ଏମିତି କିଛି ଲେଖାଥିଲା।

  • Reported by:
  • Sanjeeb Nayak