ଖୋଲିବାରେ ଲାଗିଛି ‘କମ୍ପ ଭାଇ’ର ସ୍କାମ୍ । କେମିତି ପିଲାଙ୍କଠୁ ଟଙ୍କା ଆଦାୟ କରୁଥିଲା, ଆଉ ତାକୁ ଚଳୁ କରୁଥିଲା ।
ରଥ ଟଣାର ଅନେକ ଚମତ୍କାରିତା ମଧ୍ୟରେ ରଥ ଦଉଡିର ରହିଛି ବିଶେଷ ଆକର୍ଷଣ। ଏହି ପବିତ୍ର ଦଉଡ଼ିକୁ ଛୁଇଁବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମନେକରନ୍ତି। ଏହି ଦଉଡିର ଛୁଆଁରେ ଜନ୍ମ ଜନ୍ମାନ୍ତର ପାପ ମୋଚନ ହୋଇଯିବା ବିଶ୍ୱାସ ରହିଛି। ଏହି ଦଉଡି ଟିକେ ଛୁଇଁବା ପାଇଁ ଲାଗିଥାଏ ଲକ୍ଷ ଲକ୍ଷ ଲୋକଙ୍କ ଭିଡ।
ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆହୁରି ୩ ଦିନ ବର୍ଷିବ।
କଥାରେ ଅଛି ‘ଅରକ୍ଷିତକୁ ଦଇବ ସାହା’। ଜୀବନରେ ସତ୍ ପଥରେ ଥାଇ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ ବିଭିନ୍ନ କଷ୍ଟକର ପରିସ୍ଥିତି ତଥା ଦୁଃଖଦ ମୁହୂର୍ତ୍ତରୁ ତ୍ରାହି ମିଳିପାରିବ। ତେଣୁ ଆଧ୍ୟାତ୍ମିକତାର ମହାମନ୍ତ୍ର ହେଉଛି ‘ଭକ୍ତି’। ଭକ୍ତ ବନ୍ଧୁ ମହାନ୍ତି ଏହାର ଉଦାହରଣ।
ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ସୂଚନା ମିଳିଛି।
ଅଘଟଣ ଆଶଙ୍କା କରି ତୁରନ୍ତ ଗାଡିରୁ ଯାତ୍ରୀ ଓହ୍ଲାଇ ପଡିଥିଲେ । କିଛି ସମୟ ପରେ ବସ୍ଟି ଜଳିଯାଇଥିଲା ।
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର। ଚନ୍ଦ୍ର- ମୀନ ଅହୋରାତ୍ର। ତିଥି- ୭ମୀ ଦିବା ୦୪.୨୭ ଗତେ ୮ମୀ। ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର। ଘାତବାର- ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୦.୧୦ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ଦିବା ୦୪.୨୭ ପର୍ଯ୍ୟନ୍ତ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବର୍ତ୍ତମାନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ବିଜେଡି ମାର୍କା ଅଫିସରଙ୍କୁ ବଦଳି ଚାଲିଛି। କର୍ପୋରେସନ ଗୁଡ଼ିକରେ ଏ ସରକାରର ଲୋକ ଅବସ୍ଥାପିତ ହୋଇନାହାଁନ୍ତି, ତେଣୁ କାମ କେବେ ଆରମ୍ଭ ହେବ ତାହା ଦେଖିବାର କଥା।
ସୂର୍ଯ୍ୟାସ୍ତ ହୋଇଯିବା ପରେ ଏଠି ଚାରିଆଡ଼ କିଟିକିଟି ଅନ୍ଧାର। ଲାଇଟ୍ ପୋଷ୍ଟ ଅଛି, ହେଲେ ଜଳୁନି। ମିଶାଇଲ ସିଟି କୁହାଯାଉଥିବା ବାଲେଶ୍ୱର ସହରର ଦୃଶ୍ୟ ସାଙ୍ଘାତିକ।
ଲୋକସେବା ଭବନରେ ଓଏଏସ୍ ରାଜ୍। ଗାଦି ମାଡ଼ି ବସିଛନ୍ତି ଗଣ୍ଡା ଗଣ୍ଡା ଓଏଏସ ବାବୁ। କିଏ ୮ ବର୍ଷ ତ କିଏ ୧୦ ବର୍ଷରୁ ଅଧିକ। ଅନ୍ୟ ସ୍ଥାନକୁ ବଦଳି କଥା ଛାଡନ୍ତୁ ଲୋକସେବା ଭବନରେ ସେମାନଙ୍କ ବିଭାଗ ବି ବଦଳୁନି।
ଓଟିଭିକୁ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ ମତ ରଖିଲେ ଗଜପତି ମହାରାଜ । କହିଲେ ମହାପ୍ରଭୁଙ୍କ ପାଇଁ ଯଥେଷ୍ଟ ନୁହେଁ ୫୦୦ କୋଟିର କର୍ପସ୍ ଫଣ୍ଡ୍ ।
ଏଥର ଶ୍ରୀଜୀଉଙ୍କ ରଥରେ କମିବ କି ସଖୀଙ୍କ ସଂଖ୍ୟା । ବେପରୁଆ ରକ୍ଷଣାବେକ୍ଷଣକୁ ନେଇ ଉଦବେଗ । ମ୍ୟୁଜିୟମ୍ କରି ସଂରକ୍ଷଣ ପାଇଁ ଦାବି ।
ଦୀର୍ଘ ଛଅବର୍ଷ ପରେ ରାଜ୍ୟରେ ହେବକି ଛାତ୍ର ସଂସଦ ନିର୍ବାଚନ? ଏ ବାବଦରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି କି ରାଜ୍ୟ ସରକାର? ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ବୟାନକୁ ନେଇ ବଢ଼ିଛି ଆଶା।
ଇସ୍ତଫା ଚର୍ଚ୍ଚା ଭିତରେ ପିସିସି ସଭାପତିଙ୍କୁ ଦଳ ଭିତରୁ ବଢୁଛି ବିରୋଧ । ମୁହଁ ଖୋଲି ଚର୍ଚ୍ଚାକୁ ଖଣ୍ଡନ କି ସ୍ବୀକାର କଲେନି ପିସିସି ସଭାପତି ।
ତାଙ୍କ ବିଷୟରେ ତୁରନ୍ତ ଜଣାଇବାକୁ ଡିଜିପିଙ୍କୁ ଚିଠିରେ ଉଲ୍ଲେଖ କରାଯାଇଛି ।
ଚାକିରୀ ଦେବା କହି ଆଦାୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଦଲାଲ ଲଗାଇ ଟଙ୍କା ଆଦାୟ ପରେ, କୋଟି କୋଟି ଟଙ୍କାର ମାଲିକ ହେଉଛନ୍ତି ମାଷ୍ଟର ମାଇଣ୍ଡ ।
କଣ୍ଟାବାଞ୍ଜି AAE ଏନ.ପ୍ରସନ୍ନ କୁମାରଙ୍କୁ ବିନା ଥଇଥାନରେ କେମିତି ଉଛେଦ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି ବିଧାୟକ ଲକ୍ଷ୍ମଣ ବାଗ୍।
ଭୁବନେଶ୍ୱର, ଇନ୍ଦୋର, ରାୟପୁର, ତ୍ରିଚି ଭଳି ବିମାନ ବନ୍ଦରରକୁ ଘରୋଇ କମ୍ପାନିକୁ ଦିଆଯିବ। ଫଳରେ ଏହାର ଉନ୍ନତି ସହ ବିମାନ ବନ୍ଦରର ପରିସୀମା ବଢ଼ାଇବାକୁ ଚେଷ୍ଟା କରାଯିବ।
ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା । ଅଣସରରେ ତିନି ଠାକୁର, ସିଂହଦ୍ୱାରରେ ଏବେ ପଡିଛି ତାଲା । ଖାଁ ଖାଁ ଲାଗୁଛି ମନ୍ଦିର । ଭକ୍ତଙ୍କ ଗହଳି ନାହିଁ । ଜ୍ୱରରେ ପଡ଼ିଛନ୍ତି ତିନି ଠାକୁର, ଚାଲିଛି ଗୁପ୍ତ ସେବା ।
ଦିନେ ଇତିହାସର ମୁକ ସାକ୍ଷୀ ସାଜିଥିବା ଏହି ଭଗ୍ନ ମନ୍ଦିର ଏବେ ନିଜେ ଇତିହାସ ପାଲଟିବାକୁ ବସିଛି। ଭୁଗର୍ଭରେ ଧିରେ ଧିରେ ଲୀନ ହେବାରେ ଲାଗିଛି ଅଷ୍ଟମ ଶତାବ୍ଦୀର ବଳଦେବଜୀଉଙ୍କ ଭଗ୍ନ ମନ୍ଦିରl ମାଟିରେ ସମାଧି ନେବାକୁ ବସିଲାଣି ଅଷ୍ଟମ ଶତାବ୍ଦୀର କଳାକୃତି।
ଦୁଇ ଶିଶୁକନ୍ୟାକୁ ଉଦ୍ଧାର କରି ଅଡୁଆରେ ଶିଶୁ ସୁରକ୍ଷା ୟୁନିଟ ବା ଡି.ସି.ପି.ୟୁ। ଶିଶୁକନ୍ୟା ଦୁଇଟି କୋଉଠୁ ଉଦ୍ଧାର ହେଲେ? କିଏ ଆଣିକି ଆସିଥିଲା? ଏ ସଂର୍ପକରେ ଡି.ସି.ପି.ୟୁଙ୍କ ପାଖରେ ନଥିଲା କୌଣସି ତଥ୍ୟ।
ଗତ ୨୦ ତାରିଖରେ ଅନୁଗୁଳ, ବଅଁରପାଳ ଓ ଆଠମଲ୍ଲିକ ଅଞ୍ଚଳର ୧୩ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଥିଲା ଏକ ଘରୋଇ ଚକ୍ଷୁ ଚିକିତ୍ସା କେନ୍ଦ୍ରରେ । ଅସ୍ତ୍ରୋପଚାରର ୨୪ ଘଣ୍ଟା ପରେ ଆଖିରେ ଯନ୍ତ୍ରଣା ସହ ମୁଣ୍ଡବ୍ୟଥା ଆଦି ହୋଇଥିବା ରୋଗୀ ଅଭିଯୋଗ କରିଥିଲେ ।
ବର୍ଷା ଆସିଲେ ରାଜଧାନୀରେ କେଉଁ କେଉଁ ସ୍ଥାନ ପ୍ରଭାବିତ ହୁଏ। ଭୁବନେଶ୍ୱରର ପ୍ରାୟ ୧୨ଟି ଅଞ୍ଚଳ ପ୍ରାୟତଃ ପ୍ରଭାବିତ ହୁଏ। ପ୍ରଭାବିତ ତ ନୁହଁ, ସମ୍ପୂର୍ଣ୍ଣ ଉବୁଟୁବୁ ହୁଏ ସାରା ଇଲାକା।
ପବିତ୍ର ସ୍ନାନପୂର୍ଣ୍ଣିମା ଦିନ ୧୦୮ ଗରା ଜଳରେ ସ୍ନାନ କରି ଅସୁସ୍ଥ ହୋଇ ପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ। ଶାବର ଶ୍ରୀକ୍ଷେତ୍ରର ପରମ୍ପରା ଅନୁଯାୟୀ ଆଦିବାସୀ ସେବକଠାକୁର ମାନଙ୍କର ଉପଚାର ଆରମ୍ଭ କରିଛନ୍ତି।